ଅପେକ୍ଷାର ଅନ୍ତ ହେଲା

ମୁମ୍ବାଇ: ଯେବେଠୁ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଫେମ୍‌ ଭିକ୍କି କୌଶଲ୍ ଓ ‘ଦିଲବର୍‌ ଗର୍ଲ’ ନୋରା ଫତେହି ଏକାଠି କାମ କରିବା କଥା ଚର୍ଚ୍ଚାକୁ ଆସିଲାଣି, ସେବେଠୁ ଦର୍ଶକ ଦୁହିଁଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି। ଭିକ୍କି ଓ ନୋରାଙ୍କ ଯୋଡ଼ି କେମିତି ଲାଗୁଛନ୍ତି, ତାକୁ ଦେଖିବା ପାଇଁ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଦର୍ଶକଙ୍କ ଅପେକ୍ଷାର ଏବେ ଅନ୍ତ ଘଟିଛି। ଭିକ୍କି ଓ ନୋରାଙ୍କ ମ୍ୟୁଜିକ୍‌ ଭିଡିଓ ‘ପଚ୍‌ତାଓଗେ’ ଲଞ୍ଚ୍‌ ହୋଇଯାଇଛି। ‘ପଚ୍‌ତାଓଗେ’ ଗୀତରେ […]

vikky

vikky

Chinmayee Roy
  • Published: Sunday, 25 August 2019
  • Updated: 25 August 2019, 04:30 PM IST

Sports

Latest News

ମୁମ୍ବାଇ: ଯେବେଠୁ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଫେମ୍‌ ଭିକ୍କି କୌଶଲ୍ ଓ ‘ଦିଲବର୍‌ ଗର୍ଲ’ ନୋରା ଫତେହି ଏକାଠି କାମ କରିବା କଥା ଚର୍ଚ୍ଚାକୁ ଆସିଲାଣି, ସେବେଠୁ ଦର୍ଶକ ଦୁହିଁଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି। ଭିକ୍କି ଓ ନୋରାଙ୍କ ଯୋଡ଼ି କେମିତି ଲାଗୁଛନ୍ତି, ତାକୁ ଦେଖିବା ପାଇଁ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଦର୍ଶକଙ୍କ ଅପେକ୍ଷାର ଏବେ ଅନ୍ତ ଘଟିଛି। ଭିକ୍କି ଓ ନୋରାଙ୍କ ମ୍ୟୁଜିକ୍‌ ଭିଡିଓ ‘ପଚ୍‌ତାଓଗେ’ ଲଞ୍ଚ୍‌ ହୋଇଯାଇଛି।

https://youtu.be/PVxc5mIHVuQ

‘ପଚ୍‌ତାଓଗେ’ ଗୀତରେ ଅରିଜିଜ୍‌ ସିଂହଙ୍କ ସେନ୍‌ସେସ୍‌ନାଲ୍‌ ଭଏସ୍‌ ସହ ନୋରା ଓ ଭିକ୍କିଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ଛୁଇଁଛି। ଏହି ଗୀତଟି ପ୍ରେମ, ଧୋକା ଓ ବିଚ୍ଛେଦର କନ୍‌ସେପ୍ଟକୁ ନେଇ ତିଆରି ହୋଇଛି। ବିଶେଷକରି ଗୀତରେ ଭିକ୍କିଙ୍କର ଅଭିନୟ ଓ ଏକ୍ସପ୍ରେସନ୍‌ ଜବରଦସ୍ତ ରହିଛି। ଏଥିସହ ନୋରାଙ୍କ ଡ୍ୟାନ୍ସ ମଧ୍ୟ ରହିଛି।

ଏହି ଗୀତଟି ଟି-ସିରିଜ୍‌ ବ୍ୟାନର୍‌ରେ ତିଆରି ହୋଇଛି। ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବ୍‌ରେ ଭିଡିଓଟିକୁ ୧୩,୨୪୧,୪୮୨ ଥର ଦେଖା ସରିଲାଣି। ଏହି ଭିଡିଓଟିକୁ ଦେଖିବା ପରେ ଦର୍ଶକ ଦୁହିଁଙ୍କୁ ଏକାଠି ଫିଲ୍ମରେ ମଧ୍ୟ ଦେଖିବାକୁ ଚାହୁଁଛନ୍ତି।

ନୋରା ବର୍ତ୍ତମାନ ରେମୋ ଡିସୁଜାଙ୍କ ଫିଲ୍ମ 'ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ନୋରାଙ୍କ ବ୍ୟତୀତ ବରୁଣ ଧୱନ୍‌ ଓ ଶ୍ରଦ୍ଧା କପୁର ମଧ୍ୟ ଅଛନ୍ତି। ଭିକ୍କି କୌଶଲଙ୍କର ମଧ୍ୟ ଆଗକୁ ଦୁଇଟି ଫିଲ୍ମ ‘ଭୂତ୍‌- ଦ ହଣ୍ଟେଡ ଶିପ୍‌’ ଓ ‘ସର୍ଦ୍ଦାର ଉଧମ୍‌ ସିଂ’ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos