ଏମିତି ହନିମୁନ୍‌ ପାଳୁଛନ୍ତି ବିରାଟ-ଅନୁଷ୍କା: ଭାଇରାଲ ହେଲା ପ୍ରଥମ ଫଟୋ

ଚାରିଆଡେ ବରଫ। ଆଉ ଉଭୟଙ୍କ ଦେହକୁ ଢାଙ୍କି ରଖିଛି କଳା ରଙ୍ଗର ବ୍ଲାଙ୍କେଟ୍‌। ହାତରୁ ଛାଡିନି ମେହେନ୍ଦି, ଆଉ ଦୁହେଁ ଦୁହିଁଙ୍କୁ ଏମିତି ଜାବୁଡି ରଖିଛନ୍ତି ଦେଖିଲେ ଲାଗୁଛି କାହା ନଜର ଲାଗିଯିବ। ଏମିତି ଫଟୋଟିଏ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିବଣି ଯେ, ଏମତି ଏ ଫଟୋ କାହାର କି?

ଫଟୋଟି ବିରୁଷ୍କାଙ୍କର, ମାନେ ବିରାଟ ଆଉ ଅନୁଷ୍କାଙ୍କ ହନିମୁନ୍‌ର ଫାଷ୍ଟ ସେଲ୍ଫି। ଏ ପ୍ରେମପକ୍ଷୀ ହଳକ ଏବେ ରୋମ୍‌ର ବରାଫାଛନ୍ନ ପର୍ବତରେ ପାଳୁଛନ୍ତି ପ୍ରେମ। ଆଉ କୁଆଡ ଏମିତି ପରିବେଷ ଅନୁଷ୍କାଙ୍କୁ ସ୍ୱର୍ଗ ଭଳି ଲାଗୁଛି ବୋଲି କହିଛନ୍ତି ଖୋଦ୍‌ ଅନୁଷ୍କା।

ଅନୁଷ୍କା ଏହି ଫଟୋକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । କ୍ୟାପସନ୍‌ରେ ଲେଖିଛନ୍ତି “ସତରେ ସ୍ୱର୍ଗ ପରି ଲାଗୁଛି”।

ସୂଚନା ଅନୁଯାୟୀ ଦୁହେଁ ଏବେ ଗୋଟେ ସପ୍ତାହ ରୋମ୍‌ରେ ରହିବେ। ୧୩ଡିସେମ୍ବର ଉଭୟ ରୋମରେ ପହଞ୍ଚିଥିଲେ। ଭାରତ ଫେରିବା ପରେ ସେମାନଙ୍କର ଦୁଇଟି ରିସେପସନ୍ ପାର୍ଟି ରହିଛି। ଗୋଟେ ୨୧ ଓ ଆଉ ଗୋଟିଏ ୨୬ ଡିସେମ୍ବରରେ। ୨୧ ତାରିଖରେ ହେଉଥିବା ରିସେପସନ୍‌ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ବିରାଟ ଓ ଅନୁଷ୍କାଙ୍କର ସମ୍ପର୍କୀୟ ଏବଂ କଲେଜର ସାଥୀମାନଙ୍କ ସହ ପାରିବାରିକ ବନ୍ଧୁ ମିଳନର ଆୟୋଜନ କରାଯାଇଛି। ସେହିପରି ୨୬ ଡିସେମ୍ବରରେ ମୁମ୍ବାଇରେ ଅନୁଷ୍ଠିତ ହେବ ରିସେପସନ୍‌। ଯେଉଁଥିରେ ବଲିଉଡ ଓ କ୍ରିକେଟ ଜଗତର ସେଲିବ୍ରେଟିମାନେ ସାମିଲ ହେବେ।