ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରେମରେ ପଡ଼ିଯାଇଥିଲେ ଏହି ବଲିଉଡ୍ ହିରୋଇନ୍‌

ମୁମ୍ୱାଇ: ହିନ୍ଦୀ ସିନେମାର ଗୋଲ୍‌ଡେନ୍‌ ପିରିୟଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ବୈଜୟନ୍ତୀମାଲା। ଆଜି ହେଉଛି ତାଙ୍କ ଜନ୍ମଦିନ। କ୍ଲାସିକାଲ୍‌ ଡ୍ୟାନ୍ସରେ ବେଶୁ ନିପୁଣ ଏହି ଅଭିନେତ୍ରୀ ଦୁଇ ଦଶକ ଧରି ବଲିଉଡ୍‌ରେ ରାଜ୍ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣାଅଜଣା କଥା। ୧. ନୃତ୍ୟ, ଗୀତ ଓ ଅଭିନୟରେ ନିଜର ଯାଦୁ ଦେଖାଇଥିବା ବୈଜୟନ୍ତୀମାଲା ୧୯୩୬ ମସିହା ଅଗଷ୍ଟ ୧୩ ତାରିଖରେ ଚେନ୍ନାଇରେ ଏକ ତାମିଲ ବ୍ରାହ୍ମଣ ପରିବାରରେ […]

heroine

heroine

Puspanjali Panda
  • Published: Tuesday, 13 August 2019
  • Updated: 13 August 2019, 02:21 PM IST

Sports

Latest News

ମୁମ୍ୱାଇ: ହିନ୍ଦୀ ସିନେମାର ଗୋଲ୍‌ଡେନ୍‌ ପିରିୟଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ବୈଜୟନ୍ତୀମାଲା। ଆଜି ହେଉଛି ତାଙ୍କ ଜନ୍ମଦିନ। କ୍ଲାସିକାଲ୍‌ ଡ୍ୟାନ୍ସରେ ବେଶୁ ନିପୁଣ ଏହି ଅଭିନେତ୍ରୀ ଦୁଇ ଦଶକ ଧରି ବଲିଉଡ୍‌ରେ ରାଜ୍ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣାଅଜଣା କଥା।

୧. ନୃତ୍ୟ, ଗୀତ ଓ ଅଭିନୟରେ ନିଜର ଯାଦୁ ଦେଖାଇଥିବା ବୈଜୟନ୍ତୀମାଲା ୧୯୩୬ ମସିହା ଅଗଷ୍ଟ ୧୩ ତାରିଖରେ ଚେନ୍ନାଇରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଏମ୍‌.ଡି ରମଣ ଓ ମା’ଙ୍କ ନାମ ବସୁନ୍ଧରା ଦେବୀ। ୧୯୪୦ ଦଶକରେ ତାଙ୍କ ମା’ ଜଣେ ଲୋକପ୍ରିୟ ତାମିଲ ଅଭିନେତ୍ରୀ ଥିଲେ।

baij୨. ମାତ୍ର ୧୩ ବର୍ଷ ବୟସରେ ବୈଜୟନ୍ତୀମାଲା ଅଭିନୟ ଦୁନିଆରେ ପାଦ ରଖିଥିଲେ। ୧୯୪୯ ମସିହାରେ ତାମିଲ ଫିଲ୍ମ ‘ବଡକଇ’ରୁ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୫୧ ମସିହାରେ ପ୍ରଥମ ହିନ୍ଦୀ ସିନେମା ‘ବାହାର୍‌’ରେ ସେ ଅଭିନୟ କରିଥିଲେ।

୩. ୧୯୫୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦେବଦାସ’ରେ ସେ ଚନ୍ଦ୍ରମୁଖୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ପାଇଁ ସେହି ବର୍ଷ ସେ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍‌ ପୁରସ୍କାର ପାଇଥିଲେ। ଏହାପରେ ୧୯୫୯ରେ ‘ମଧୁମତୀ’, ୧୯୬୨ରେ ‘ଗଙ୍ଗା ଯମୁନା’ ଏବଂ ୧୯୬୫ରେ ‘ସଙ୍ଗମ’ ଫିଲ୍ମ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଅନ୍ୟାନ୍ୟ ଭଲ ଫିଲ୍ମ ଭିତରେ ରହିଛି ‘ନୟା ଦୌର’, ‘ଜୁଏଲ୍‌ଥିଫ୍‌’ ଓ ’ଆଶା’।

୪. କେବଳ ଅଭିନୟ ନୁହେଁ, ବୈଜୟନ୍ତୀମାଲା ଜଣେ ଭଲ ଡ୍ୟାନ୍ସର ଓ ସିଙ୍ଗର ମଧ୍ୟ ଥିଲେ। ଭରତନାଟ୍ୟମ୍‌ ନାଚିବା ସହିତ ସେ କନ୍ନଡ଼ ଭାଷାରେ ଗୀତ ବି ଗାଉଥିଲେ। ସେ ନୃତ୍ୟ ଶିକ୍ଷା ମଧ୍ୟ ଦେଉଥିଲେ।

୫. ବୈଜୟନ୍ତୀମାଲାଙ୍କ ବିବାହକୁ ନେଇ ଏକ ମନଛୁଆଁ କାହାଣୀ ରହିଛି। ଯେଉଁ ଡାକ୍ତରଙ୍କ ପାଖରେ ସେ ଚିକିତ୍ସିତ ହେଉଥିଲେ, ତାଙ୍କରି ପ୍ରେମରେ ହିଁ ସେ ପଡ଼ି ଯାଇଥିଲେ। ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ। ତାଙ୍କ ନାଁ ଚମନ୍‌ଲାଲ୍ ବାଲୀ। ବୈଜୟନ୍ତୀମାଲା ନିମୋନିଆରେ ପୀଡ଼ିତ ଥିବା ବେଳେ ଚମନ୍‌ଲାଲ୍ ତାଙ୍କର ଚିକିତ୍ସା କରୁଥିଲେ। ଆଉ ସେହି ସମୟରେ ହିଁ ସେ ଚମନ୍‌ଲାଲ୍‌ଙ୍କ ପ୍ରେମରେ ପଡ଼ି ଯାଇଥିଲେ। ୧୯୬୮ ମସିହାରେ ଦୁହେଁ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁଅ ମଧ୍ୟ ଅଛନ୍ତି।

୬. ବୈଜୟନ୍ତୀମାଲାଙ୍କୁ ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ନିଜର ପ୍ରେରଣା ବୋଲି ମାନିଥାନ୍ତି। ବୈଜୟନ୍ତୀମାଲା ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story