ଯେବେ ଚିତ୍ରାଙ୍କ ସ୍ୱାମୀଙ୍କୁ ଜଗଜିତ୍‌ କହିଥିଲେ, ମୁଁ ତୁମ ସ୍ତ୍ରୀଙ୍କୁ ବିବାହ କରିବାକୁ ଚାହେଁ

ନୂଆଦିଲ୍ଲୀ: ଆଜି ବି ତାଙ୍କ ଗୀତ ଡ୍ରଇଁ ରୁମ୍‌ରେ ଚା’ର ଚୁମ୍ବକ ଏବଂ ମଦିରାଳୟରେ ମତୁଆଲା ସାଥି ପାଲଟୁଛି। ଆନମନା ମନକୁ ‘ତୁମ୍‌ ଇତ୍‌ନା ଜୋ ମୁସ୍କୁରା ରହେ ହୋ’ ବୋଲି କହିବା ସହ ‘କ୍ୟା ଗମ୍‌ ହୈ ଜିସ୍‌କୋ ଛୁପା ରହେ ହୋ’ ବୋଲି ପ୍ରଶ୍ନ କରୁଛି। ଗଜଲ ସମ୍ରାଟ ଜଗଜିତ୍ ସିଂହଙ୍କର ଏହି ଦରଦୀ ସ୍ୱର ଆଜିର ଦିନରେ ହିଁ ନୀରବି ଯାଇଥିଲା। ଆଉ ତାଙ୍କର ଶ୍ରାଦ୍ଧବାର୍ଷିକୀରେ ଆମେ ଆପଣଙ୍କୁ ତାଙ୍କ ଜୀବନର କିଛି ଅକୁହା […]

jagjit

Subrat Kumar Nayak
  • Published: Thursday, 10 October 2019
  • , Updated: 11 October 2019, 01:37 AM IST

ନୂଆଦିଲ୍ଲୀ: ଆଜି ବି ତାଙ୍କ ଗୀତ ଡ୍ରଇଁ ରୁମ୍‌ରେ ଚା’ର ଚୁମ୍ବକ ଏବଂ ମଦିରାଳୟରେ ମତୁଆଲା ସାଥି ପାଲଟୁଛି। ଆନମନା ମନକୁ ‘ତୁମ୍‌ ଇତ୍‌ନା ଜୋ ମୁସ୍କୁରା ରହେ ହୋ’ ବୋଲି କହିବା ସହ ‘କ୍ୟା ଗମ୍‌ ହୈ ଜିସ୍‌କୋ ଛୁପା ରହେ ହୋ’ ବୋଲି ପ୍ରଶ୍ନ କରୁଛି। ଗଜଲ ସମ୍ରାଟ ଜଗଜିତ୍ ସିଂହଙ୍କର ଏହି ଦରଦୀ ସ୍ୱର ଆଜିର ଦିନରେ ହିଁ ନୀରବି ଯାଇଥିଲା। ଆଉ ତାଙ୍କର ଶ୍ରାଦ୍ଧବାର୍ଷିକୀରେ ଆମେ ଆପଣଙ୍କୁ ତାଙ୍କ ଜୀବନର କିଛି ଅକୁହା କଥା କହିବୁ।

https://www.youtube.com/watch?v=C8eAKT-zQXk

ଜଗଜିତ୍ ଚିତ୍ରାଙ୍କୁ ୧୯୬୭ ମସିହାରେ ଏକ ରେକର୍ଡିଂ ଷ୍ଟୁଡିଓରେ ଭେଟିଥିଲେ। କିନ୍ତୁ ପରେ ପ୍ରସିଦ୍ଧ ହୋଇଥିବା ଜଗଜିତଙ୍କ ଗମ୍ଭୀର ସ୍ୱର କାରଣରୁ ଚିତ୍ରା ରେକର୍ଡିଂ ପାଇଁ ପ୍ରଥମେ ରାଜି ହୋଇନଥିଲେ। ପରେ ଏଥିପାଇଁ ସେ ରାଜି ହେବା ସହ ଦୁହେଁ ମିଶି ଅନେକ ଗୀତରେ ଏକାଠି କଣ୍ଠଦାନ କରିଥିଲେ। ତେବେ ଦୁହେଁ ନିକଟତର ହେବାକୁ ଆରମ୍ଭ କରିବା ପରେ ଜଗଜିତ ଚିତ୍ରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପୂର୍ବରୁ ବିବାହିତ ଥିବାରୁ ଏହା ଅସମ୍ଭବ ବୋଲି କହି ଚିତ୍ରା ମନା କରିଦେଇଥିଲେ। ସେ ଦେବୋ ପ୍ରସାଦ ଦତ୍ତଙ୍କୁ ବିବାହ କରିଥିଲେ ଏବଂ ମୋନିକା ନାମରେ ତାଙ୍କର ଝିଅଟିଏ ଥିଲା।
https://www.youtube.com/watch?v=-G_Xi_x4g1s
୧୯୬୮ରେ ଦେବୋ ଏବଂ ଚିତ୍ରା ଅଲଗା ହୋଇଥିଲେ। ତେବେ ବି ଚିତ୍ରା ବାହାଘର ପାଇଁ ରାଜି ନହେବାରୁ ଜଗଜିତ ନିଜେ ଦେବୋଙ୍କୁ ଚିତ୍ରାଙ୍କ ହାତ ମାଗିଥିଲେ। ଶେଷରେ ୧୯୬୯ରେ ଉଭୟଙ୍କ ବାହାଘର ହୋଇଥିଲା। ପରେ ବିବେକ ନାମରେ ଏକ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ ଏହି ଯୋଡ଼ି। କିନ୍ତୁ ମାତ୍ର ୨୦ ବର୍ଷ ବୟସରେ ୧୯୯୦ ମସିହାରେ ବିବେକଙ୍କ ମୃତ୍ୟୁ ପରେ ଚିତ୍ରା ଏବଂ ଜଗଜିତ ଭାଙ୍ଗିପଡ଼ିଥିଲେ। ଜଗଜିତ ବର୍ଷକ ପାଇଁ ଗାଇବା ବନ୍ଦ କରିଦେଇଥିଲେ। ସେ ସଙ୍ଗୀତକୁ ଫେରିବା ପରେ ଏହି ଦୁଃଖ ତାଙ୍କ କଣ୍ଠକୁ ଆହୁରି ଦରଦୀ କରି ଦେଇଥିଲା। ଏହା ପରେ ପରେ ଝିଅ ମୋନିକା ପ୍ରାଣ ହରାଇଥିଲେ। ଏହା ଦୁହିଁଙ୍କ ପାଇଁ ଅନ୍ୟତମ ଝଟ୍‌କା ଥିଲା।

ଏହାର ୨ ବର୍ଷ ପରେ ଅର୍ଥାତ ୨୦୧୧ ମସିହା ଅକ୍ଟୋବର ୧୦ରେ ଗଜଲ ସମ୍ରାଟ୍‌ ଜଗଜିତ ନିଜର ସଙ୍ଗୀତ ସାମ୍ରାଜ୍ୟକୁ ପଛ କରି ଆରପାରିକୁ ଚାଲିଯାଇଥିଲେ। ସମ୍ଭ୍ରାନ୍ତଙ୍କ ଏକ ଚାଟିଆ ଦଖଲରେ ଥିବା ଗଜଲକୁ ସାଧାରଣ ଶ୍ରୋତାଙ୍କ ନିକଟକୁ ଆଣିଥିବା ଏହି ଯୋଡ଼ିଙ୍କ ବେଶ୍‌ କିଛି ଗୀତ ଆଜିବି ବହୁଳ ମାତ୍ରାରେ ଶୁଣିବାକୁ ମିଳେ। ଆଉ ଶୁଣିବା ଲୋକ ନିଶ୍ଚୟ ଗୁଣୁଗୁଣାଏ, ‘ଦିଲ୍‌ ୟେ ନାଦାନ୍‌ ତୁଝେ ହୁଆ କ୍ୟା ହୈ’।
https://youtu.be/bfqt4EAwT-s

Related story