ବୋଲ୍ଡ ସିନ୍‌ ଦେବା ପରେ କାହିଁକି କାନ୍ଦିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ମଲ୍ଟି ଟାଲେଣ୍ଟଡ୍‌। କେତେବେଳେ ସେ ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ତ ଆଉ କେତେବେଳେ ରୋମାଣ୍ଟିକ୍‌ ଅଭିନେତା ଭାବେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଅମିତାଭଙ୍କ ସହ ଅଭିନୟ କରିବାକୁ ପ୍ରାୟ ସବୁ ଅଭିନେତ୍ରୀ ଖୁବ୍‌ ପସନ୍ଦ କରନ୍ତି। ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ଅମିତାଭ ସହ ଏକ ବୋଲ୍ଡ ସିନ୍‌ରେ ଅଭିନୟ କରିବା ପରେ ଖୁବ୍ କାନ୍ଦିଥିଲା। ଏମିତି କ’ଣ ହୋଇଥିଲା ଯେ ଅଭିନେତ୍ରୀ ଜଣକ କାନ୍ଦିଥିଲେ ଆସନ୍ତୁ ଜାଣିବା।

ଏଠି ଆମେ କହୁଛୁ ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କ ବିଷୟରେ। ଘଟଣା ହେଉଛି ୧୯୮୨ରେ ଆସିଥିବା ଫିଲ୍ମ ‘ନମକ୍‌ ହଲାଲ୍‌’ ସୁଟିଂ ସମୟର। ସେହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରକାଶ ମେହେରା ଥିଲେ। ଫିଲ୍ମରେ ଅମିତାଭ ମୂଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ କୋ ଷ୍ଟାର ଥିଲେ ସ୍ମିତା। ପୂରା ଫିଲ୍ମରେ ସ୍ମିତା ଶାଢୀରେ ନଜର ଆସିଥିଲେ। କିନ୍ତୁ ସେହି ଫିଲ୍ମରେ ଗୋଟିଏ ଗୀତ ‘ଆଜ ରପଟ୍‌ ଜାଏଁ, ତୋ ହମେ ନା ଉଠାଇ ୟୋ’ ଏହି ଗୀତରେ ଦୁହିଁଙ୍କୁ ବୋଲ୍ଡ ସିନ୍‌ ଦେବାକୁ ପଡ଼ିଥିଲା। ଗୀତଟି ବର୍ଷାରେ ଭିଜି ଭିଜି ସୁଟିଂ କରିବାର ଥିଲା।

ସ୍ମିତା ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ, ସେ ଏହି ଗୀତକୁ ନେଇ ଖୁବ୍‌ ଡରିଯାଇଥିଲେ। କାରଣ ପୂର୍ବରୁ ସେ ଏମିତି ବୋଲ୍ଡ ସିନ୍‌ରେ ଅଭିନୟ କରି ନଥିଲେ। ପୁଣି ନିର୍ଦ୍ଦେଶକ ଶାଢୀ ପିନ୍ଧି ବର୍ଷାରେ ବୋଲ୍ଡ ସିନ୍‌ ଦବାକୁ କହିଥିଲେ। ପ୍ରଥମେ ଏହି ସିନ୍‌ କରିବାକୁ ସ୍ମିତା ରାଜି ହୋଇ ନଥିଲେ। କିନ୍ତୁ ଅମିତାଭ ବୁଝେଇବା ପରେ ସେ ଅଭିନୟ କରିଥିଲେ। କିନ୍ତୁ ସୁଟିଂ ସରିବା ପରେ ସ୍ମିତା ଭାବିଲେ ତାଙ୍କ ଦ୍ୱାରା ବୋଧେ କିଛି ଭୁଲ ହୋଇଯାଇଛି। କାରଣ ପୂର୍ବରୁ ତାଙ୍କୁ ଏମିତି ସିନ୍‌ କରିବାର ଦେଖିବାକୁ ମିଳି ନଥିଲା। ତେଣୁ ତାଙ୍କର କହିବା ଅନୁସାରେ ଦର୍ଶକଙ୍କୁ ବୋଧେ ତାଙ୍କର ଏହି ଅନ୍ଦାଜ ପସନ୍ଦ ଆସିବନି। ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଥିଲା।