ଅଭିନୟ ପୂର୍ବରୁ କଲ୍‌ ସେଣ୍ଟରରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ:ବଲିଉଡ୍‌ରେ ଅନେକ କଳାକାର ଅଛନ୍ତି ଯେଉଁମାନେ ଖୁବ୍‌ ସଂଘର୍ଷ କଲାପରେ ସଫଳ ହୋଇଛନ୍ତି। କିନ୍ତୁ ଏମିତି କଳାକାର ଅଛନ୍ତି ଯେଉଁମାନଙ୍କର ଅଭିନୟ କରିବାକୁ ଇଚ୍ଛା ନ ଥିଲା। ସୁଯୋଗ ମିଳିବାରୁ ସେମାନେ ଏହି ରାସ୍ତାକୁ ଆପଣାଇ ନେଇଛନ୍ତି।  ସେହି କଳାକାରଙ୍କ ମଧ୍ୟରୁ ଅଭିନେତ୍ରୀ ଜରୀନ୍‌ ଖାନ୍‌ ଅନ୍ୟତମ। ତାଙ୍କର ଏୟାରହଷ୍ଟେସ ଓ ପ୍ରୋମୋସନାଲ ଇଭେଣ୍ଟରେ ମଡେଲିଂ କରିବାରେ ଖୁବ ଇଚ୍ଛା ଥିଲା। ଏହି କ୍ୟାରିୟର ପାଇଁ ସେ ସବୁବେଳେ ନିଜର ଫିଟ୍‌ନେସ ଉପରେ  ଧ୍ୟାନ ରଖୁଥିଲେ। ଚଳିବା […]

jareen

jareen

Rakesh Mallick
  • Published: Wednesday, 08 November 2017
  • Updated: 09 November 2017, 02:54 PM IST

Sports

Latest News

ମୁମ୍ବାଇ:ବଲିଉଡ୍‌ରେ ଅନେକ କଳାକାର ଅଛନ୍ତି ଯେଉଁମାନେ ଖୁବ୍‌ ସଂଘର୍ଷ କଲାପରେ ସଫଳ ହୋଇଛନ୍ତି। କିନ୍ତୁ ଏମିତି କଳାକାର ଅଛନ୍ତି ଯେଉଁମାନଙ୍କର ଅଭିନୟ କରିବାକୁ ଇଚ୍ଛା ନ ଥିଲା। ସୁଯୋଗ ମିଳିବାରୁ ସେମାନେ ଏହି ରାସ୍ତାକୁ ଆପଣାଇ ନେଇଛନ୍ତି।  ସେହି କଳାକାରଙ୍କ ମଧ୍ୟରୁ ଅଭିନେତ୍ରୀ ଜରୀନ୍‌ ଖାନ୍‌ ଅନ୍ୟତମ। ତାଙ୍କର ଏୟାରହଷ୍ଟେସ ଓ ପ୍ରୋମୋସନାଲ ଇଭେଣ୍ଟରେ ମଡେଲିଂ କରିବାରେ ଖୁବ ଇଚ୍ଛା ଥିଲା।

ଏହି କ୍ୟାରିୟର ପାଇଁ ସେ ସବୁବେଳେ ନିଜର ଫିଟ୍‌ନେସ ଉପରେ  ଧ୍ୟାନ ରଖୁଥିଲେ। ଚଳିବା ପାଇଁ  ସେ ଏକ କଲସେଣ୍ଟରରେ ଏକ୍‌ଜ୍ୟୁକ୍ୟୁଟିଭ୍‌ ଭାବେ କାମ କରୁଥିଲେ । ଯେଉଁଠି ସେ ମାସକୁ ୧୦ ହଜାର ଟଙ୍କା ପାଉଥିଲେ। କିଛି ଦିନ ପରେ ସେ ଅସୁସ୍ଥ ହେବା କାରଣରୁ ଚାକିରି ଛାଡ଼ିବାକୁ ପଡ଼ିଥିଲା।

ପରେ ଜରିନ ଏନ୍‌ଇଏସସିଓ , ବମ୍ଭେ କନ୍‌ଭେସନ ଏବଂ ଏକ୍ସିଭିସନ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ମଡ଼େଲ ଭାବେ କାମ କରୁଥିଲେ। ସେଠାରେ ସେ ପ୍ରତିଦିନ ୬୫୦ ଟଙ୍କା ରୋଜଗାର କରୁଥିଲେ । ଜରିନ୍‌ଙ୍କ କହିବା ଅନୁସାରେ ତାଙ୍କୁ ଅନେକ ଅସୁବିଧା ଓ ବିପଦ ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କୁ ଫିଲ୍ମରେ ଆସିବାକୁ ଇଚ୍ଛା ନ ଥିଲା। କିନ୍ତୁ ଯେବେ ସିଏ ଚଳଚ୍ଚିତ୍ର ପାଇଁ ଚୟନ ହେଲେ  ତାଙ୍କୁ ଏସବୁ ପରୀ କାହାଣୀ ଭଳି ଲାଗିଥିଲା। ଏତେ ଭିଡ଼ ଭିତରେ ସେ ଚାନ୍ସ ପାଇବା ତାଙ୍କ ପାଇଁ ଭାଗ୍ୟ ଥିଲା ବୋଲି ସେ କୁହନ୍ତି।

ଆହୁରି ମଧ୍ୟ ପଢନ୍ତୁ: ସୁନ୍ଦର ଓଠକୁ କରିଦେଲେ ଅସୁନ୍ଦର: ବଲିଉଡ ନାୟିକାଙ୍କ ଅଜବ ନିଶା

ଏମିତି ହୋଇଥିଲା ଜରିନ୍‌ ବାରମ୍ବାର ସଲମାନଙ୍କ ସୁଟିଂ ଦେଖିବାକୁ ଯାଉଥିଲେ। ଭିଡ଼ ଭିତରେ ସଲମାନ ଜରୀନଙ୍କୁ ଦେଖି ଫିଲ୍ମ ପାଇଁ ଅଫର ଦେଇଥିଲେ।  ଜରୀନଙ୍କ ପ୍ରଥମ ଫିଲ୍ମ ‘ବୀର’ ଥିଲା। ଯେଉଁଥିରେ ସେ ରାଜକୁମାରୀଙ୍କ ରୂପରେ ନଜରରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos