‘ଜିରୋ’ ଏବଂ ‘କେଜିଏଫ୍’ ମଧ୍ୟରେ ଚାଲିଛି ଜୋରଦାର ଟକ୍କର

ମୁମ୍ବାଇ: ଗତକାଲି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଥିବା ଶାହାରୁଖଙ୍କ ‘ଜିରୋ’ ଏବଂ ଟଲିଉଡ୍ ମୁଭି ‘କେଜିଏଫ” ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ବକ୍ସ ଅଫିସ୍‌ରେ ଦୁଇ ଫିଲ୍ମ ବେଶ୍‌ ଭଲ କଲେକସନ୍ କରିଛନ୍ତି। ଶାହାରୁଖଙ୍କ ଫିଲ୍ମ ପ୍ରଥମ ଦିନରେ ୧୫ କୋଟି ଟଙ୍କା ଆୟ କରିଛି।  ଭାରତରେ ୪୩୮୦ଟି ହଲ୍‌ରେ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ଏହାସହ ବିଶ୍ୱବ୍ୟାପୀ ୫୯୬୫ ହଲ୍‌ରେ ଫିଲ୍ମର ସ୍କ୍ରିନିଂ ହୋଇଥିଲା। ଫିଲ୍ମ  ’ଜିରୋ’ରେ ରହିଛି ରୋମାନ୍ସ,ଇମୋସନ୍ ଓ କମେଡିର ତଡ଼କା। ‘ଫ୍ୟାନ୍’ ମୁଭି […]

zero

zero

Chinmayee Roy
  • Published: Saturday, 22 December 2018
  • Updated: 22 December 2018, 09:28 PM IST

Sports

Latest News

ମୁମ୍ବାଇ: ଗତକାଲି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଥିବା ଶାହାରୁଖଙ୍କ ‘ଜିରୋ’ ଏବଂ ଟଲିଉଡ୍ ମୁଭି ‘କେଜିଏଫ” ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ବକ୍ସ ଅଫିସ୍‌ରେ ଦୁଇ ଫିଲ୍ମ ବେଶ୍‌ ଭଲ କଲେକସନ୍ କରିଛନ୍ତି। ଶାହାରୁଖଙ୍କ ଫିଲ୍ମ ପ୍ରଥମ ଦିନରେ ୧୫ କୋଟି ଟଙ୍କା ଆୟ କରିଛି।  ଭାରତରେ ୪୩୮୦ଟି ହଲ୍‌ରେ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ଏହାସହ ବିଶ୍ୱବ୍ୟାପୀ ୫୯୬୫ ହଲ୍‌ରେ ଫିଲ୍ମର ସ୍କ୍ରିନିଂ ହୋଇଥିଲା।

ଫିଲ୍ମ  ’ଜିରୋ’ରେ ରହିଛି ରୋମାନ୍ସ,ଇମୋସନ୍ ଓ କମେଡିର ତଡ଼କା। ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖ ଭିନ୍ନ ଅବତାରରେ ନଜର ଆସିଛନ୍ତି।  ଜଣେ ବାମନ ଭୂମିକାରେ ଓହ୍ଲାଇଛନ୍ତି ବଲିଉଡର ବାଦଶାହ। ସେହିଭଳି ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ ଆସିଛନ୍ତିା

କିଙ୍ଗ ଖାନ୍ ଓ ଅନୁଷ୍କାଙ୍କ ସହ ନଜର ଆସିଛନ୍ତି କ୍ୟାଟ୍ରିନା। ତେବେ ଗ୍ଲାମରସ୍ ଅନ୍ଦାଜରେ ସେ ନଜର ଆସିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ। ୨୦୧୨ରେ ୟଶ୍‌ରାଜ୍ ବ୍ୟାନର୍‌ରେ ରିଲିଜ୍ ହୋଇଥିବା ‘ଜବ୍ ତକ୍ ହୈ ଜାନ୍’ ଫିଲ୍ମରେ ଶାହରୁଖ-ଅନୁଷ୍କା-କ୍ୟାଟ୍ରିନାଙ୍କ ଯୋଡ଼ି କମାଲ ଦେଖାଇଥିଲା। ଏବେ ପୁଣି ଥରେ ସେଇ ମ୍ୟାଜିକ୍ ନେଇ ଆଶାବାଦୀ ଅଛନ୍ତି ଏହାର ନିର୍ମାତା।

ଏପଟେ ଜିରୋକୁ ବକ୍ସ ଅଫିସରେ କଡା ଟକ୍କର ଦେଉଛି ଟଲିଉଡ୍ ମୁଭି ‘କେଜିଏଫ୍’। କେବଳ ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା କେଜିଏଫ୍ ପ୍ରଥମ ଦିନରେ ୪କୋଟି ଟଙ୍କା ‌ଆୟ କରିଛି।  ଏହି ଆକ୍ସନ୍ ପିରିୟଡ୍ ଡ୍ରାମାରେ ଲିଡ୍ ରୋଲରେ ‌ଆସିଛନ୍ତି ୟଶ୍ ଓ ଶ୍ରିନିଧି ସେଟ୍ଟୀ।

ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରଶାନ୍ତ ନିଲ୍। କେଜିଏଫରେ ତମନା ଭାଟିଆଙ୍କ ସ୍ପେଶାଲ ଆପିଆରାନ୍ସ ରହିଛିା ଏହି କନ୍ନଡ଼ ଫିଲ୍ମ ହିନ୍ଦୀ ସମେତ ତାମିଲ୍, ତେଲୁଗୁ, ମାଲାୟାଲମ ଭାଷାରେ ମଧ୍ୟ ରିଲିଜ୍ ହେଇଛି। କେଜିଏଫ୍‌ ଟ୍ରେଲରକୁ ପୂର୍ବରୁ ଦର୍ଶକଙ୍କ ଥମସ୍ ଅପ୍ ମିଳିସାରିଥିବା ବେଳେ ଏବେ ଫିଲ୍ମକୁ ନେଇ ରହିଛି ନାହିଁ ନ ଥିବା କ୍ରେଜ୍।  ଏହା କେଜିଏଫ୍‌ର ପ୍ରଥମ ସଂସ୍କରଣ ହୋଇଥିବା ବେଳେ ଆଗକୁ ଏହାର ସିକୁଏଲ ମଧ୍ୟ ରିଲିଜ୍ ହେବା

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos