Advertisment

ଆଜି ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କ ପାଇଁ ମା’ ପ୍ରସ୍ତୁତ କରନ୍ତି ପହଲି ଭୋଗ

ଧନୁ ସଂକ୍ରାନ୍ତିରେ ମହାପ୍ରଭୁଙ୍କ ପାଖରେ ଲାଗି ହେଲା ପହିଲି ଭୋଗ।

ଅଦ୍ୟତନ ହୋଇଛି
Jagannath

Jagannath

Advertisment

ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ ପହିଲି ଭୋଗ। ଆଜି ରାତି ୨ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳା ଆରତି ନୀତି ସମ୍ପନ୍ନ ହେବା ପରେ ରୋଷ ହୋମ ନୀତି ଅନୁଷ୍ଠିତ ହୋଇଛି। ଏହା ସହିତ ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ ନୀତି ହୋଇଛି।

Advertisment

ଭୋର ୫ ଟା ୩୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ଶେଷ କରିବାର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଦିବା ପହୁଡ଼ ନୀତି ଦିନ ୨ଟାରେ କରାଯିବ। ଅପରାହ୍ନ ୪ଟା ୩୦ରେ ଦ୍ୱାର ଫିଟା ନୀତି ହେବ।

କ’ଣ ରହିଛି ଲୋକକଥା: କଥାରେ ଅଛି ମନକଥା ମା’ଠୁ ଅଧିକ କେହି ବୁଝେନା । ଏଣୁ ଶ୍ରୀମନ୍ଦିର ନିୟମ ମୁତାବକ ଏମିତି ଗୋଟିଏ ଲୋକକଥା ରହିଛି ଯେ, ମାତା ଯଶୋଦାଙ୍କୁ ଏହି ପର୍ବଟି ଉତ୍ସର୍ଗିକୃତ। ପୌଷମାସରେ ପୁଅ ମନ ବୁଝି ରାତିପାହିବା ଆଗରୁ କଳାଠାକୁରଙ୍କୁ ସକାଳ ଭୋଜନ ପରସି ଦିଅନ୍ତି ମା’ ଯଶୋଦା। ସୂର୍ଯ୍ୟୋଦୟ ପୂର୍ବରୁ ଠାକୁରଙ୍କ ପାଖରେ ପ୍ରସାଦ ଲାଗି ହେଉଥିବାରୁ ଏହାକୁ ପହଲି(ଓଡିଆରେ ଏହାର ଅର୍ଥ ପ୍ରଥମ) ଭୋଗ କୁହାଯାଏ।

Advertisment

ଏହି ମାସ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି। ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ। ମାତା ଯଶୋଦା ୨୩ ପ୍ରକାରର ପିଠା କୁଆ କା ନ ଡାକିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବାର ପରମ୍ପରା ରହିଛି।

ପ୍ରସାଦରେ କ’ଣ ଥାଏ: ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ତିଆରି ହୋଇଥାଏ। ଏଥିରେ ସଙ୍ଖୁଡି(ଅନ୍ନ, ଡାଲି, ବେସର ଭଳି ରନ୍ଧନ ପ୍ରସାଦ) ଭୋଗ ଲାଗି ହୁଏନାହିଁ। ବିଶେଷ କରି ସୁଖିଲା ପିଠା ଓ ମିଠା ଜାତୀୟ ଖାଦ୍ୟସାମଗ୍ରୀ ପ୍ରସାଦ ଭାବେ ଲାଗି ହୁଏ। ଏଥିରେ ଥାଏ ଉଖୁଡା, ଖିଇ, ଆରିସା, କାକରା, ମଣ୍ଡା, ପୁଳି, ମାଠପୁଳୀ, ବରା, ମାଣ୍ଡଅ, ମୁଆଁ ଭଳି ଅନେକ ବ୍ୟାଞ୍ଜନ।ଗହମ ଓ ଡାଲି ଜାତୀୟ ଶସ୍ୟରେ ଏହି ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ।  

 ଏକ ମାସ ଧରି ମଙ୍ଗଳ ଆରତି ପରେ ରୋଷ ହୋମ ହୋଇଥାଏ।  ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯାଇଥାଏ। ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।

ଅନ୍ୟପକ୍ଷରେ ଧନୁ ସଂକ୍ରାନ୍ତି ଆସିଲେ ମୁଆଁର ଚାହିଦା ବଢ଼ିଯାଏ । ଏଥିପାଇଁ  ଚଳଚଞ୍ଚଳ ହୋଇଥାଏ କଟକର ବିଭିନ୍ନ ସାହି ଓ ଗଳି କନ୍ଦି । ଖାନନଗର ଅଞ୍ଚଳରେ ଥିବା କିଛି ଗୁଡ଼ିଆ ପରିବାର ଏବେ ମୁଆଁ ପ୍ରସ୍ତୁତ କରିଥାନ୍ତି। ଧନୁ ସଂକ୍ରାନ୍ତ ଅବସରରେ ସ୍ୱତନ୍ତ୍ର ଭାବେ ମୁହାଁ ପ୍ରସ୍ତୁତ କରାଯାଇଥାଏ । ଲିଆକୁ ଘିଅରେ ମିଶାଇବା ପରେ ଏହାକୁ ଚିନି ଓ ଗୁଡ଼ରେ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡ଼ିଆ, ବାଦାମ ମିଶା ଯାଏ । ସ୍ୱାଦ ଅନୁଯାୟୀ,  ମୁଆଁ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ଯାଏଁ ବଜାରରେ ବିକ୍ରି ହୋଇଥାଏ ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe