Advertisment

ବିଶ୍ୱ ହାପିନେସ୍ ଦିବସ: ଖୁସିରେ ରହିଲେ ଖାଇବାକୁ ପଡ଼ିବନି ଔଷଧ

ଫିନଲାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶ, ଭାରତ ତାଲିକାର କେତେ ସ୍ଥାନରେ ରହିଛି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଯେତିକି ଆବଶ୍ୟକ ସେତିକି ଦରକାର ଖୁସି। କାରଣ ଖୁସି ହେଉଛି ଏପରି ଅକ ଅଦୃଶ୍ୟ ଖାଦ୍ୟ, ଯାହା ଜଣେ ବ୍ୟକ୍ତିଙ୍କୁ ସୁସ୍ଥ ରଖିବାରେ ସହାୟକ ହୁଏ। ଖୁସିରେ ରହିଲେ ଜଣେ ବ୍ୟକ୍ତିଙ୍କୁ ଔଷଧର ଆବଶ୍ୟକ ପଡିବନି। ତେଣୁ ଜୀବନରେ ହର୍ଷ-ଉଲ୍ଲାସକୁ ପ୍ରାଧାନ୍ୟ ଦେବାକୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୦ ମାର୍ଚ୍ଚକୁ ସମଗ୍ର ବିଶ୍ୱରେ ହାପିନେସ୍ ବା ଖୁସି ଦିବସ ପାଳନ କରାଯାଏ।

Advertisment

ହାପିନେସ୍ ଦିବସ ଇତିହାସ
୨୦୧୩ରେ ହାପିନେସ୍ ଦିବସ ପାଳନ ଆରମ୍ଭ ହୋଇଥିଲା। ୨୦୧୧ରେ ଜାତିସଂଘର ପରାମର୍ଶଦାତା ଜେମ୍ ଇଲିଆନ୍ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଥମେ ହାପିନେସ୍ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ, ୨୦୧୨ରେ ଜାତିସଂଘରେ ଖୁସି ରହିବା ଉପରେ ପ୍ରଥମ ସାଧାରଣ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ୨୦ ମାର୍ଚ୍ଚରେ ଅନ୍ତର୍ଜାତୀୟ ଖୁସି ଦିବସ ପାଳନ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଥିଲା ଏବଂ ଏହାର ପର ବର୍ଷଠାରୁ ସମଗ୍ର ବିଶ୍ୱରେ ଖୁସି ଦିବସ ପାଳନ କରାଯାଉଛି।

ଉଦ୍ଦେଶ୍ୟ
ପ୍ରତିବର୍ଷ ଏହି ଦିନ ଜାତିସଂଘ ଏହାର ହାପିନେସ୍ ଇଣ୍ଡେକ୍ସ ତାଲିକା ପ୍ରକାଶ କରିଥାଏ। ଏହି ଦିନ ମାଧ୍ୟମରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୁଖକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଏ। ହାପିନେସ୍ ରିପୋର୍ଟ ମାଧ୍ୟମରେ, କେଉଁ ଦେଶରେ ଲୋକମାନେ କେତେ ଖୁସି ଅଛନ୍ତି ତାହା ଦର୍ଶାଇବାକୁ ଚେଷ୍ଟା କରାଯାଏ। ଏହି ଦିନ ପାଳନ କରିବାର ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରମାନେ ନିଜ ଦେଶର ଲୋକଙ୍କ ସୁଖ ଏବଂ ସୁସ୍ଥତାକୁ ଧ୍ୟାନରେ ରଖି ସେମାନଙ୍କ ରଣନୀତିରେ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇବା।

Advertisment

ଦୁନିଆର ସବୁଠୁ ଖୁସି ଦେଶ
ପ୍ରତିବର୍ଷ ମାର୍ଚ୍ଚ ୨୦ରେ ଜାତିସଂଘ ଖୁସି ଦିବସରେ ଏହାର ସଦସ୍ୟ ଦେଶମାନଙ୍କ ହାପିନେସ୍ ରିପୋର୍ଟ ପ୍ରକାଶ କରିଥାଏ। ଏହି ତାଲିକାରେ ୧୪୬ଟି ଦେଶ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠୁ ଖୁସି ଦେଶ ତାଲିକାର ପ୍ରଥମରେ ଫିନଲାଣ୍ଡ ଥିବାବେଳେ ଭାରତ ୧୨୬ତମ ସ୍ଥାନରେ ରହିଛି। ଫିନଲାଣ୍ଡ ଲଗାତାର ସପ୍ତମ ସ୍ଥାନରେ ରହି ରେକର୍ଡ ସୃଷ୍ଟି କରିଛି। 

ଖୁସି ଦିବସ ଥିମ୍
ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ହାପିନେସ୍ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ "Happiness for the young, the old, and everyone in between" ଅର୍ଥାତ୍ "ବୃଦ୍ଧ, ବାଳୁତ ସମସ୍ତଙ୍କ ପାଇଁ ଖୁସି" ରଖାଯାଇଛି। 

International Day Of Happiness Happiness Day World Happiness Index Happiest Country
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe