Advertisment

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ଏକ ଜାତିକୁ ପରିଚୟ ଦିଏ ଭାଷା

ମାତୃଭାଷା କେବଳ ଯେ ଏକ ଭାଷା ତାହା ନୁହେଁ, ଏହା ଦ୍ୱାରା ଏକ ଜାତି ପରିଚୟ ପାଏ। ତେଣୁ ଏକ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ହେଲେ ପ୍ରତିଟି ବ୍ୟକ୍ତିଙ୍କୁ ମାତୃଭାଷା କହିବା, ଲେଖିବା ଏବଂ ବୁଝିବାର ଆବଶ୍ୟକତା ରହିଛି। ଏଥିପାଇଁ ସଚେତନତା ଜେତେ ଜରୁରୀ, ସେତେ ଆନ୍ତରିକତା ବି ଲୋଡା...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

'ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ।' ସ୍ୱଭାବ କବି ଗଙ୍ଗାଧର ମେହେର କହିଥିବା ଏଇ କେଇ ପଦ ମାତୃଭାଷାର ପ୍ରିତିକୁ ବଖାଣେ। ଏଇ କେଇ ପଦ ସେହି ବ୍ୟକ୍ତିକୁ ଜ୍ଞାନୀ ଭାବେ ବିବେଚିତ କରେ ଯିଏ ମାତୃଭାଷା ଜାଣିଛି, ମାତୃଭାଷାକୁ ବୁଝିଛି, ସମ୍ମାନ ଦେଇଛି ଆଉ ଯାହା ମନରେ ମାତୃଭାଷା ପ୍ରତି ଆନ୍ତରିକତା ରହିଛି।

Advertisment

ଭାରତ ଭଳି ବିଭିନ୍ନତାର ରାଷ୍ଟ୍ରରେ ରହୁଥିବା ଏକାଧିକ ଭଷାଭାଷୀର ଲୋକଙ୍କ ପାଇଁ ମାତୃଭାଷାକୁ ବଞ୍ଚାଇ ରଖିବା ଏକ ଆହ୍ୱାନ। ଆଉ ଏହି ରାଷ୍ଟ୍ରର ଅଧିବାସୀଙ୍କ ପାଇଁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ବେଶ୍ ଗୁରୁତ୍ୱ ବହନ କରେ, ଯାହା ଆଜି ତଥା ପ୍ରତିବର୍ଷ ଫେବ୍ରୁଆରୀ ୨୧ରେ ପାଳନ ହେଉଛି। ମାତୃଭାଷା ଦିବସ ପାଳନ ଗୁରୁତ୍ୱ କେତେ ଏବଂ ଏହାର ଇତିହାସ ବାବଦରେ ଜାଣନ୍ତୁ...

ମାତୃଭାଷା ଦିବସର ମହତ୍ତ୍ୱ
ବିଶ୍ୱରେ ଭାଷା ଏବଂ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। 

Advertisment

ମାତୃଭାଷା ଦିବସର ଇତିହାସ 
୧୯୯୯ ମସିହାରେ, ୟୁନେସ୍କୋ ୨୧ ଫେବୃଆରୀକୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ପ୍ରଥମ ଥର ପାଇଁ ବାଂଲାଦେଶ ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲା। ପରେ, ୨୦୦୦ ମସିହାରୁ ମାତୃଭାଷା ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।

ମାତୃଭାଷା ଦିବସ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ 
୧୯୪୭ ମସିହାରେ ଯେତେବେଳେ ପାକିସ୍ତାନ ଭାରତରୁ ଅଲଗା ହୋଇଥିଲା, ଏହାକୁ ଭୌଗୋଳିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ - ପୂର୍ବ ପାକିସ୍ତାନ ଏବଂ ଅନ୍ୟଟି - ପଶ୍ଚିମ ପାକିସ୍ତାନ। ପାକିସ୍ତାନ ଉର୍ଦ୍ଦୁକୁ ଦେଶର ମାତୃଭାଷା ଭାବରେ ଘୋଷଣା କଲା। କିନ୍ତୁ ପୂର୍ବ ପାକିସ୍ତାନରେ ବଙ୍ଗଳା ଭାଷା ପ୍ରଚଳିତ ଥିବାରୁ ସେମାନେ ବଙ୍ଗାଳୀକୁ ମାତୃଭାଷା କରିବାକୁ ସଂଗ୍ରାମ ଆରମ୍ଭ କରିଥିଲେ।

ପରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ବିବେଚିତ ହୋଇଥିଲା। ଆଉ ଏହି ଦିନ ଫେବ୍ରୁଆରୀ ୨୧ ତାରିଖ ଥିଲା। ବାଂଲାଦେଶ ମଧ୍ୟ ଏହି ଦିନକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରେ।

ଭାରତ ବହୁଭାଷୀ 
ଭାରତ ହେଉଛି ବିଭିନ୍ନତାର ରାଷ୍ଟ୍ର। ଏଠାରେ ଏକାଧିକ ସଂସ୍କୃତି-ପରମ୍ପରା, ଚାଲି-ଚଳନି ଓ ବିଭିନ୍ନ ଭାଷାଭାଷୀର ଲୋକେ ରହନ୍ତି। ୧୯୬୧ ଜନଗଣନା ଅନୁଯାୟୀ, ଭାରତରେ ୧,୬୫୨ଟି କଥିତ ଭାଷା ରହିଛି। ସେହିପରି ଆଉ ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତରେ ୧,୩୬୫ ମାତୃଭାଷା ଅଛି, ଯାହାର ଭିନ୍ନ ଆଞ୍ଚଳିକ ଆଧାର ରହିଛି। ହିନ୍ଦୀ ହେଉଛି ଦ୍ୱିତୀୟ ଲୋକପ୍ରିୟ ମାତୃଭାଷା। ଦେଶରେ ୪୩ କୋଟି ଲୋକ ହିନ୍ଦୀ କୁହନ୍ତି, ସେଥିମଧ୍ୟରୁ ୧୨ ପ୍ରତିଶତ ଦ୍ୱିଭାଷୀ ଅଟନ୍ତି।

ଓଡ଼ିଆ ଭାଷା
୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ଏହାର ଠିକ୍ ୧୦ ବର୍ଷ ପରେ ଚଳିତ ବର୍ଷ ରାଜ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳିତ ହୋଇଛି। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭାଷାକୁ ବଞ୍ଚାଇ ରଖିବାର ଏକ ପ୍ରୟାସ। ତେଣୁ ଏପରି ସମ୍ମିଳନୀ କିମ୍ବା ସ୍ୱତନ୍ତ୍ର ଦିବସ ପାଳନ ଗୋଟିଏ ଦିନରେ ସୀମିତ ହୋଇନଯାଉ। କାରଣ ମାତୃଭାଷା କେବଳ ଯେ ଏକ ଭାଷା ତାହା ନୁହେଁ, ଏହା ଦ୍ୱାରା ଏକ ଜାତି ପରିଚୟ ପାଏ। ତେଣୁ ଏକ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ହେଲେ ପ୍ରତିଟି ବ୍ୟକ୍ତିଙ୍କୁ ମାତୃଭାଷା କହିବା, ଲେଖିବା ଏବଂ ବୁଝିବାର ଆବଶ୍ୟକତା ରହିଛି। ଏଥିପାଇଁ ସଚେତନତା ଜେତେ ଜରୁରୀ, ସେତେ ଆନ୍ତରିକତା ବି ଲୋଡା...

Mother Tongue Mother Language International Mother Language Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe