Advertisment

ଆଜି ବସନ୍ତ ପଞ୍ଜମୀ; ବିରାଜିବେ ବିଦ୍ୟାଦାୟିନୀ

ପ୍ରତିବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀରେ ପାଳନ ହୁଏ ବସନ୍ତ ପଞ୍ଚମୀ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପ୍ରତିବର୍ଷ ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀରେ ପାଳନ ହୁଏ ବସନ୍ତ ପଞ୍ଚମୀ। ଏହି ଦିନଠାରୁ ଭାରତରେ ବସନ୍ତ ଋତୁ ଆରମ୍ଭ ହୁଏ ଏବଂ ଏହି ଦିନକୁ ମାଘ ପଞ୍ଚାମୀ ବୋଲି ମଧ୍ୟ କୁହାଯାଏ। ସବୁଠୁ ବଡ଼ କଥା ହେଉଛି କି ବସନ୍ତ ପଞ୍ଚମୀ ଅବସରରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ପୂଜା କରିବାର ଏକ ପରମ୍ପରା ରହିଛି।

Advertisment

ସାହିତ୍ୟ, ଶିକ୍ଷା, କଳା ଇତ୍ୟାଦି କ୍ଷେତ୍ର ସହିତ ଜଡିତ ଲୋକମାନେ ବସନ୍ତ ପଞ୍ଚମୀ ଦିନ ବିଦ୍ୟାର ଦେବୀ ସରସ୍ୱତୀଙ୍କୁ ପୂଜା କରନ୍ତି। ବସନ୍ତ ପଞ୍ଚମୀରେ ମ”ଙ୍କ ପୂଜାର୍ଚ୍ଚନା କରିବାର ପୌରାଣିକ ପ୍ରଥା କ’ଣ ରହିଛି, ଜାଣନ୍ତୁ...

ବସନ୍ତ ପଞ୍ଚମୀ କାହିଁକି ପାଳନ କରାଯାଏ?
ବର୍ଷର ସମସ୍ତ ଋତୁ ମଧ୍ୟରେ, ବସନ୍ତକୁ ଋତୁରାଜ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଏହି ଦିନକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ। ଏହି ଦିନରୁ ମାଘ ମାସ ଅର୍ଥାତ୍ ଶୀତ ଋତୁ ଶେଷ ହୁଏ ଏବଂ ବସନ୍ତ ଋତୁର ଆଗମନ ହୁଏ। ବସନ୍ତର ଆଗମନରେ ପ୍ରକୃତିରେ ଏକ ଭିନ୍ନ ପରିବର୍ତ୍ତନ ଅନୁଭୂତ ହୁଏ। ବୃକ୍ଷ-ଲତାରେ ନୂଆ ପତ୍ର କଅଁଳିବା ସାଙ୍ଗକୁ ଫୁଲ ଫୁଟେ। 

Advertisment

ବସନ୍ତ ପଞ୍ଚମୀରେ ସରସ୍ୱତୀଙ୍କୁ ପୂଜା କରିବାର ମାହାତ୍ମ୍ୟ
ଭଗବାନ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ସେ ଏହି ସୃଷ୍ଟିର ସଂରଚନା କରିଛନ୍ତି। ବ୍ରହ୍ମାଙ୍କ ମୁଖର ଦେବୀ ସରସ୍ୱତୀ ଆବିର୍ଭୂତ ହୋଇଥିଲେ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି। ଏହି ବସନ୍ତ ପଞ୍ଚମୀ ଅବସରରେ ହିଁ ମା ସରସ୍ୱତୀଙ୍କ ଆବିର୍ଭାବ ହୋଇଥିବାରୁ ଏହି ଦିନ ବିଦ୍ୟାଦାତ୍ରୀଙ୍କୁ ପୂଜା କରାଯାଏ।ଏହି ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଲୋକମାନେ ସେମାନଙ୍କ ଘରେ ମାଙ୍କ ଆବାହନ କରି ପୂଜାର୍ଚ୍ଚନା କରନ୍ତି। 

Saraswoti Puja Basant Panchami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe