Advertisment

କାହିଁକି ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ପାଳନ ହୁଏ ଏକତା ଦିବସ

ଦେଶର ଅଖଣ୍ଡତା ଏବଂ ଏକତାକୁ ବଜାୟ ରଖିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଥିଲା ମହତ୍ୱପୂର୍ଣ୍ଣ।

ଅଦ୍ୟତନ ହୋଇଛି
National Unity Day

National Unity Day

Advertisment

ପ୍ରତିବର୍ଷ ଆମ ଦେଶରେ ୩୧ ଅକ୍ଟୋବରକୁ ଜାତୀୟ ଏକତା ଦିବସ ରୂପେ ପାଳନ କରାଯାଏ। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ। ଦେଶର ଅଖଣ୍ଡତା ଏବଂ ଏକତାକୁ ବଜାୟ ରଖିବାରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଥିଲା ମହତ୍ତ୍ୱପୂର୍ଣ୍ଣ।

Advertisment

ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତ୍ରୀକୁ କାହିଁକି ଏକତା ଦିବସ ରୂପେ ପାଳନ କରାଯାଏ?
୧୯୪୭ ମସିହାରେ ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା, ସେତେବେଳେ ଦେଶରେ ୫୬୨ଟି ରାଜ୍ୟରେ ରାଜା ରାଜୁଡା ଶାସନ ଚାଲିଥିଲା। ଏହି ସବୁ ସ୍ଥାନରେ କର ଆଦାୟ ଆଦି ଚାଲୁଥିଲା। ବିନା ରକ୍ତପାତରେ ଏହି ରାଜ୍ୟଗୁଡିକୁ ଏକାଠି କରିବାରେ ପଟେଲଜୀଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଦେଶର ଏକତା ଏବଂ ଅହିଂସା ପାଇଁ ଲୋକଙ୍କୁ ଏକଜୁଟ କରାଉଥିଲେ। ଅସହଯୋଗ ଆନ୍ଦୋଳନରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଛି। ସେ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମଧ୍ୟ ଥିଲେ। 

ଜାତୀୟ ଏକତା ଦିବସର ଇତିହାସ 
୨୦୧୪ରେ ଭାରତ ସରକାର ସର୍ଦ୍ଦାର ଭାଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଜାତୀୟ ଏକତା ଦିବସ ଆରମ୍ଭ କରିଥିଲେ। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦିଲ୍ଲୀରେ 'ରନ୍ ଫର୍ ୟୁନିଟି' ନାମରେ ଏକ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଜାତୀୟ ଏକତା ଦିବସ ଆରମ୍ଭ କରିଥିଲେ। 

Advertisment

ଭାରତୀୟ ଇତିହାସରେ ସର୍ଦ୍ଦାର ଭାଲ୍ଲଭଭାଇ ପଟେଲଙ୍କ ଅବଦାନ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ 'ରନ୍ ଫର୍ ୟୁନିଟି' ଆୟୋଜିତ ହୋଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜରାଟରେ ସର୍ଦ୍ଦାରଙ୍କର ଏକ ବିରାଟ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ। ଏହାକୁ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' କୁହାଯାଏ, ଯାହା ୧୮୨ ଫୁଟ୍ ଉଚ୍ଚତା ବିଶିଷ୍ଟ। 'ଷ୍ଟାଚ୍ୟୁ ଅଫ୍ ୟୁନିଟି'କୁ ବିଶ୍ୱର ଦୀର୍ଘତମ ପ୍ରତିମୂର୍ତ୍ତିର ଆଖ୍ୟା ଦିଆଯାଏ।

ଜାତୀୟ ଏକତା ଦିବସର ଗୁରୁତ୍ୱ
ଗୃହ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଏହି ଦିନ "ଆମ ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆମ ଦେଶର ଅନ୍ତର୍ନିହିତ ଶକ୍ତି ଏବଂ ସ୍ଥିରତାକୁ ନିଶ୍ଚିତ କରିବାକୁ ଏକ ସୁଯୋଗ ପ୍ରଦାନ କରିଥାଏ। ଆମ ଦେଶ ବିବିଧତାର ଦେଶ, ଯେଉଁଠାରେ ବିଭିନ୍ନ ଧର୍ମ, ସଂସ୍କୃତି ଏବଂ ପରମ୍ପରାର ଲୋକ ବସବାସ କରନ୍ତି। ତେଣୁ ଏକତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe