Advertisment

ଜାତୀୟ ମତଦାତା ଦିବସ: କାହିଁକି ଜାନୁଆରୀ ୨୫ରେ ପାଳନ ହୁଏ?

ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପ୍ରଥମେ 2011 ମସିହାରେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଗଣତନ୍ତ୍ର ରାଷ୍ଟ୍ରର ରାଜା ହେଉଛନ୍ତି ଜନତା, ସେଥିପାଇଁ ଜନତାଙ୍କୁ ଜନାର୍ଦ୍ଦନ ବୋଲି କୁହାଯାଏ। ଯଦି ଜନତା ସଚେତନ ହୋଇ ଉଚିତ୍ ଜନନାୟକଙ୍କୁ ଚୟନ କରିପାରିବେ ତେବେ ଏକ ରାଷ୍ଟ୍ର ସୁଶାସକଙ୍କ ହାତରେ ପରିଚାଳିତ ହୋଇପାରିବ। ସେଥିପାଇଁ ଜଣେ ସୁଶାସକଙ୍କୁ ନିର୍ଣ୍ଣୟ କରିବା ପାଇଁ ପ୍ରତିଟି ଭୋଟର୍ ବା ମତଦାତା ସଚେତନ ହେବା ନିହାତି ଆବଶ୍ୟକ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜାନୁଆରୀ ୨୫କୁ ଜାତୀୟ ମତଦାତା ଦିବସ (National Voters' Day) ରୂପେ ପାଳନ କରାଯାଉଛି।

Advertisment

ଜାତୀୟ ଭୋଟର ଦିବସ ପାଳନ କେବେ ଆରମ୍ଭ ହେଲା?
ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପ୍ରଥମେ ୨୦୧୧ ମସିହାରେ ଜାତୀୟ ଭୋଟର ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ସେହି ବର୍ଷ ପ୍ରଥମ ଥର ପାଇଁ ୨୫ ଜାନୁଆରୀରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଭାରତ ଏହାର ୧୪ତମ ଜାତୀୟ ଭୋଟର ଦିବସ ପାଳନ କରୁଛି।

କାହିଁକି 25 ଜାନୁଆରୀରେ ପାଳନ ହୁଏ ଜାତୀୟ ଭୋଟର ଦିବସ?
୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା। ଏହାର ତିନି ବର୍ଷ ପରେ, ୧୯୫୦ ଜାନୁଆରୀ ୨୬ରେ, ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା। ସମ୍ବିଧାନ କାର୍ଯ୍ୟକାରୀ ହେବାର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ରେ ଭାରତର ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ୨୫ ଜାନୁଆରୀକୁ ନ୍ୟାସନାଲ୍ ଭୋଟର ଦିବସ ପାଳନ କରାଯାଏ।

Advertisment

ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ
ଏକ ଶକ୍ତିଶାଳୀ ଗଣତନ୍ତ୍ରର ମୂଳଦୁଆରେ ମତଦାତାମାନେ ବଡ଼ ଭୂମିକା ଥାଏ। ତେଣୁ ଗଣତନ୍ତ୍ରର ମହାନ ପର୍ବରେ ଯେପରି ପ୍ରତିଟି ନାଗରିକ ସାମିଲ ହେବେ ଏବଂ ନିଜ ପସନ୍ଦର ନେତା ବାଛିବେ, ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ। ଆଜି ବି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଭୋଟର ପରିଚୟପତ୍ର ନାହିଁ। ଜନ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ଏକ ସ୍ୱତନ୍ତ୍ର ଦିବସ ଭୋଟରମାନଙ୍କୁ ସଚେତନ କରାଏ। ଏହି ଅବସରରେ ଭାରତର ନିର୍ବାଚନ ଆୟୋଗ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଇବାକୁ ଉଦ୍ୟମ କରିଥାଏ।

National Voters' Day Voters' Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe