Advertisment

କାହିଁକି ବର୍ଷକୁ ଦୁଇ ଥର ପାଳନ ହୁଏ ଶହୀଦ ଦିବସ, ଜାଣନ୍ତୁ...

ଜାନୁଆରୀର ଏବଂ ମାର୍ଚ୍ଚରେ ଶହୀଦ ଦିବସ ପାଳନ ପଛରେ କ’ଣ ଉଦ୍ଦେଶ୍ୟ ରହିଛି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭାରତରେ ବର୍ଷକୁ ଦୁଇଥର ଶହୀଦ ଦିବସ ପାଳନ କରାଯାଏ। ଗୋଟିଏ ଜାନୁଆରୀରେ ଏବଂ ଅନ୍ୟଟି ମାର୍ଚ୍ଚରେ। ତେଣୁ ଶହୀଦ ଦିବସ ପାଳନକୁ ନେଇ କିଛି ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି। ବାସ୍ତବରେ ଦୁଇ ଥର ଶହୀଦ ଦିବସ ପାଳନର ଉଦ୍ଦେଶ୍ୟ କ’ଣ, ଜାନୁଆରୀର ଏବଂ ମାର୍ଚ୍ଚରେ ଶହୀଦ ଦିବସ ପାଳନ ପଛରେ କଣ ଉଦ୍ଦେଶ୍ୟ ରହିଛି, ଜାଣନ୍ତୁ...

Advertisment

୩୦ ଜାନୁଆରୀ ଶହୀଦ ଦିବସର ଇତିହାସ 
୩୦ ଜାନୁଆରୀର ଶହୀଦ ଦିବସ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥିକୁ ଶହୀଦ ଦିବସ ରୂପେ ପାଳନ କରାଯାଏ। ୧୯୪୮ ମସିହାରେ ଏହି ଦିନ, ନାଥୁରାମ ଗଡସେଙ୍କ ଗୁଳିରେ ଟଳିପଡ଼ିଥିଲେ ବାପୁ। ହଜାର ହଜାର ଭାରତୀୟଙ୍କ ସମ୍ମୁଖରେ ବାପୁଙ୍କୁ ହତ୍ୟା କରିଥିଲା ନାଥୁରାମ ଗଡସେ। ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ଏବଂ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଏକ କରି ବାନ୍ଧି ରଖିବା ପାଇଁ ବାପୁ ଯେଉଁ ଉଦ୍ୟମ କରିଥିଲେ, ଶେଷରେ ସେଥିପାଇଁ ତାଙ୍କୁ ଗୁଳିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଅହିଂସାର ପୂଜାରୀଙ୍କ ପୂଣ୍ୟ ତିଥିକୁ ଶହୀଦ ଦିବସ ରୂପେ ପାଲନ କରାଯାଏ। 

ଦ୍ୱିତୀୟ ଶହୀଦ ଦିବସ କେବେ ପାଳନ କରାଯାଏ?
ବର୍ଷର ଦ୍ୱିତୀୟ ଶହୀଦ ଦିବସ ମାର୍ଚ୍ଚ ମାସରେ ପାଳନ କରାଯାଏ। ୨୩ ମାର୍ଚ୍ଚରେ ଅମର ଶହୀଦ ଦିବସ ପାଳିତ ହୁଏ। ଏହି ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ମାର୍ଚ୍ଚ ୨୩ରେ ମଧ୍ୟ ଶହୀଦ ଦିବସ ପାଳନ ପଛରେ ଏକ ଇତିହାସ ରହିଛି...

Advertisment

୨୩ ମାର୍ଚ୍ଚ ଶହୀଦ ଦିବସର ଇତିହାସ 
ଏହି ଦିବସରେ ଶହୀଦ ଦିବସ ପାଳନ କରିବାର ଇତିହାସ ଖୁବ୍ ପୁରୁଣା। ମାର୍ଚ୍ଚ ୨୩,୧୯୩୧ରେ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର। ଇଂରେଜ ସରକାରଙ୍କ ସେଣ୍ଟ୍ରାଲ ଆସେମ୍ବ୍ଲିରେ ବୋମା ପକାଇବା ଅଭିଯୋଗରେ ବ୍ରିଟିଶମାନେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ମୃତ୍ୟୁ ଦଣ୍ଡାଦେଶ ପରେ ଭାରତୀୟଙ୍କ ଆକ୍ରୋଶକୁ ଭୟ କରି ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ତିନି ଜଣଙ୍କୁ ଗୁପ୍ତରେ ଫାଶୀ ଦେଇଥିଲେ ଇଂରେଜ। ସ୍ୱାଧୀନତା ସଂଗ୍ରାମରେ ଏହି ତିନି ଜଣ ମହାନାୟକଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ମାର୍ଚ୍ଚ ୨୩କୁ ଶହୀଦ ଦିବସ ରୂପେ ପାଳନ କରାଯଏ।

Shaheed Diwas Shaheed Diwas History
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe