Advertisment

କାହିଁକି ପାଳନ ହୁଏ ବିଶ୍ୱ ସ୍ୱର ଦିବସ, ଜାଣନ୍ତୁ

ମାନବର ସ୍ୱର ପ୍ରକୃତିଦତ୍ତ ହୋଇଥିଲେ ମଧ୍ୟ ବେଳେ ବେଳେ ଆମର କୁଅଭ୍ୟାସ ସ୍ୱର ଉପରେ କୁପ୍ରଭାବ ପକାଇଥାଏ, ଏହି ସବୁ କୁଅଭ୍ୟାସ କଣ, ଜାଣନ୍ତୁ...

Representative Image

Representative Image

Advertisment

ଆମେମାନେ ସର୍ବଦା ଆମ ଚର୍ମ, ଶରୀର ଗଠନ ଏବଂ ଅଙ୍ଗପ୍ରତ୍ୟେଙ୍ଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ହେଲେ କେବେ ବି ଆମ ସ୍ୱରକୁ ଧ୍ୟାନ ଦିଅନ୍ତି ନାହିଁ। କାରଣ ଅଧିକାଂଶ ଲୋକେ ଭାବନ୍ତି ଯେ, ସ୍ୱରକୁ ତ ସଜେଇ ହେବନି, ଯାହା ପ୍ରକୃତିଦତ୍ତ ତାହା ହିଁ ରହିବ। ଏହା ମଧ୍ୟ ଠିକ୍, କିନ୍ତୁ ବେଳେ ବେଳେ ଆମ ଜୀବନଶୈଳୀ ସ୍ୱର ଉପରେ ପ୍ରଭାବ ପକାଏ, ଯେଉଁ କାରଣରୁ ସ୍ୱରକୁ କ୍ଷତି ପହଞ୍ଚେ।

Advertisment

ତେଣୁ ନିଜ ସ୍ୱର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୬କୁ ବିଶ୍ୱ ସ୍ୱର ଦିବସ(World Voice Day) ରୂପେ ପାଳନ କରାଯାଏ। ଏହି ଦିବସ ପାଳନ ପଛରେ ଆଉ କି ମୁଖ୍ୟ ଉଦ୍ଦେଶ୍ୟ ରହିଛି ଏବଂ ଇତିହାସ ବାବଦରେ ଜାଣନ୍ତୁ...

ବିଶ୍ୱ ସ୍ୱର ଦିବସର ଉଦ୍ଦେଶ୍ୟ
ବାସ୍ତବରେ, ବର୍ତ୍ତମାନ ସ୍ୱର ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବୃଦ୍ଧି ପାଉଛି। ଧୂମପାନ, ନିଶା ସେବନ ଏବଂ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା କାରଣରୁ ଅଧିକାଂଶ ଲୋକଙ୍କ ସ୍ୱରକୁ କ୍ଷତି ପହଞ୍ଚୁଛି। ତେଣୁ ଏପରି ଖରାପ ଅଭ୍ୟାସଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଏ ବିଶ୍ୱ ସ୍ୱର ଦିବସ। ଏହି ଦିବସ ମାଧ୍ୟମରେ ସ୍ୱର ପ୍ରତି ଯତ୍ନବାନ ହେବାକୁ ଜନସଚେତନତା ବାର୍ତ୍ତା ଦିଆଯାଏ। 

Advertisment

ବିଶ୍ୱ ସ୍ୱର ଦିବସର ଇତିହାସ
ବିଶ୍ୱ ଭଏସ୍ ଡେ ପ୍ରତିବର୍ଷ ୧୬ ଏପ୍ରିଲରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଅଟୋଲରିଙ୍ଗୋଲୋଜିଷ୍ଟ-ହେଡ୍ ଏଣ୍ଡ ନେକ୍ ସର୍ଜନ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ୱର ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପାଳନ କରାଯାଇଥାଏ। ପ୍ରଥମେ ବ୍ରାଜିଲରେ ୧୯୯୯ରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଏହାପରେ ଅନ୍ୟାନ୍ୟ ଦେଶ ସ୍ୱର ପ୍ରତି ଯତ୍ନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱର ଦିବସ ପାଳନ ଆରମ୍ଭ କରିଥିଲେ।  

Voice Care Importance Of Voice World Voice Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe