ଖାଦ୍ୟକୁ ବେଶୀ ସିଝାଉଛନ୍ତି କି? ଉଡ଼ିଯିବ ଭିଟାମିନ୍

ଭିଟାମିନ୍ ପାଇବାକୁ ଆମେ ଖାଦ୍ୟ ଖାଇଥାଉ। ଯାହା ଆମ ଶରୀରର ଅଭିବୃଦ୍ଧି ପାଇଁ ଆବଶ୍ୟକ ପଡ଼ିଥାଏ। ସେଥିପାଇଁ ଆମେ ଚେଷ୍ଟା କରୁ ଅଧିକରୁ ଅଧିକ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାକୁ। କିନ୍ତୁ ବେଳେବେଳେ ଭୁଲ୍ ବାଟରେ ଖାଦ୍ୟ ପ୍ରସ୍ତୁତି ଯୋଗୁ ଖାଦ୍ୟରୁ ଯେତିକି ପରିମାଣର ଭିଟାମିନ୍ ବା ଖାଦ୍ୟସାର ମିଳିବା କଥା ତାହା ମିଳେନାହିଁ। ଯେମିତିକି ଖାଦ୍ୟକୁ ଅଧିକ ସିଝାଇବା ଓ ଏହାକୁ ବାରମ୍ୱାର ଗରମ କରିବା ଦ୍ୱାରା ପୁଷ୍ଟିସାରର ପରିମାଣ ନଷ୍ଟ ହୋଇଥାଏ। ଖାଦ୍ୟ ପ୍ରସ୍ତୁତି […]

GTY_vegetarian_meal_nt_131007_16x9_608

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 03:09 PM IST

ଭିଟାମିନ୍ ପାଇବାକୁ ଆମେ ଖାଦ୍ୟ ଖାଇଥାଉ। ଯାହା ଆମ ଶରୀରର ଅଭିବୃଦ୍ଧି ପାଇଁ ଆବଶ୍ୟକ ପଡ଼ିଥାଏ। ସେଥିପାଇଁ ଆମେ ଚେଷ୍ଟା କରୁ ଅଧିକରୁ ଅଧିକ ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବାକୁ। କିନ୍ତୁ ବେଳେବେଳେ ଭୁଲ୍ ବାଟରେ ଖାଦ୍ୟ ପ୍ରସ୍ତୁତି ଯୋଗୁ ଖାଦ୍ୟରୁ ଯେତିକି ପରିମାଣର ଭିଟାମିନ୍ ବା ଖାଦ୍ୟସାର ମିଳିବା କଥା ତାହା ମିଳେନାହିଁ। ଯେମିତିକି ଖାଦ୍ୟକୁ ଅଧିକ ସିଝାଇବା ଓ ଏହାକୁ ବାରମ୍ୱାର ଗରମ କରିବା ଦ୍ୱାରା ପୁଷ୍ଟିସାରର ପରିମାଣ ନଷ୍ଟ ହୋଇଥାଏ। ଖାଦ୍ୟ ପ୍ରସ୍ତୁତି ବେଳେ ଏହାର ଭିଟାମିନ୍ କେମିତି ଅତୁଟ ରହିବ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ଘରୋଇ ଟିପ୍ସ।

୧: ପରିବା ଓ ଫଳର କିଛି ଆଇଟମ୍ ପାଇଁ ରୋଷେଇ କଲାବେଳେ, ସେଥିରେ ପାଣି କମ୍ ଦିଅନ୍ତୁ। ଏହାଦ୍ୱାରା ସେଥିରେ ଥିବା ଭିଟାମିନ୍-ସି ନଷ୍ଟ ହେବନାହିଁ। ଯେ ହେତୁ ଭିଟାମିନ୍-ସି ପାଣିରେ ଦ୍ରବଣୀୟ, ତେଣୁ ଅଧିକ ପାଣି ଦେଲେ ତାହା ଉତୁରି କିମ୍ୱା ବାମ୍ଫ ହୋଇ ବାହାରି ଯାଇପାରେ।

୨: ରୋଷେଇ ବେଳେ କମ୍ ତେଲ ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟର ଭିଟାମିନ-ଏ , ଇ ଏବଂ ଡି ନଷ୍ଟ ହୁଏନାହିଁ।

୩: ଭାତ ରାନ୍ଧିବା ପରେ ଆମେ ଏହାର ପେଜକୁ ଫିଙ୍ଗି ଦିଆଯାଇଥାଏ । କିନ୍ତୁ ଅସଲ ଖାଦ୍ୟସାର ଏଇ ପେଜରେ ହିଁ ଥାଏ। ଏହା ଦ୍ୱାରା ଆମେ ଅନ୍ୟକିଛି ଆଇଟମ୍ କରି      ଖାଇପାରିବା। ଯେମିତିକି ସୁପ୍ ଭାବେ ପିଇ ପାରିବା। ଏହା ଦ୍ୱାରା ପେଜରେ ଥିବା ଭିଟାମିନ୍ ନଷ୍ଟ ହେବନାହିଁ।

୪: ଆଜିକାଲି ସମୟ ଓ ଶକ୍ତି ବଂଚେଇବାକୁ ଆମେ ଅଧିକାଂଶ ସମୟରେ ଖାଦ୍ୟକୁ ମାଇକ୍ରୋୱେଭରେ  ଗରମ କରୁଛନ୍ତି। କିନ୍ତୁ ଖାଦ୍ୟକୁ ଅଧିକଥର ମାଇକ୍ରୋୱେଭ ଗରମ କଲେ ଖାଦ୍ୟସାର ନଷ୍ଟ ହୋଇଯାଏ। ତେଣୁ ଚେଷ୍ଟା କରନ୍ତୁ ଖାଦ୍ୟକୁ ଗ୍ୟାସରେ କମ୍ ଆଞ୍ଚରେ ଗରମ କରିବାକୁ।

୫: ରନ୍ଧାଖାଦ୍ୟକୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ। ଏହାଦ୍ୱାରା ଖାଦ୍ୟରେ ଥିବା ଭିଟାମିନ୍ ସରି ଯାଇଥାଏ ଏବଂ ଖାଦ୍ୟର ସ୍ୱାଦ ମଧ୍ୟ ରହେନି।

୬: ବିଟ୍, ଆଳୁ ଓ କନ୍ଦମୁଳ ଆଦି ପରିବାରୁ ଚୋପା ନ ଛଡେ଼ଇଲେ ଭଲ। ଏ ସବୁ ପନିପରିବାର ଚୋପାରେ ହିଁ ଅସଲ ଖାଦ୍ୟସାର ରହିଥାଏ। ଏମିତିକି କିଛି ଘରେ ଚୋପା ତରକାରୀ ମଧ୍ୟ ରନ୍ଧା ଯାଇଥାଏ।

୭: ଛଣା ଖାଦ୍ୟ ଦେହ ପାଇଁ ଭଲ ନୁହେଁ। ବେଳେବେଳେ ବଡ଼ ବଡ଼ ଭୋଜିରେ ଦେଖାଯାଏ ପନି ପରିବାକୁ ଛାଣି ସେଥିରେ ତରକାରୀ ପ୍ରସ୍ତୁତ କରାଯାଏ। କିନ୍ତୁ ଏହା ଭୁଲ୍। ଖାଦ୍ୟକୁ ତେଲରେ ଛାଣିଲେ ଏହାର ଖାଦ୍ୟସାର ସବୁ ପୋଡ଼ିଯାଏ। ତେଣୁ ଖାଦ୍ୟକୁ ସିଝାଇବା ଉପରେ ପ୍ରାଥମିକତା ଦିଅନ୍ତୁ। ସେହିପରି ଖାଦ୍ୟକୁ ଅଧିକ ସମୟ ଫୁଟାନ୍ତୁ ନାହିଁ।

୮: ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବାକୁ ସ୍ୱତନ୍ତ୍ର ବାସନ ବ୍ୟବହାର କରନ୍ତୁ। ସାଧାରଣ ବାସନରେ ଖାଦ୍ୟ ଗରମ କଲେ ଏହାର ଖାଦ୍ୟସାର ନଷ୍ଟ ହୋଇଯାଏ।

Related story