Advertisment

ମାନବିକତା, ସମ୍ବେଦନଶୀଳତା ଓ ସାମ୍ବାଦିକତା

ବର୍ତ୍ତମାନ ସମାଜରେ ଟିଭି, ଖବରକାଗଜ, ଇ-ପେପର , ୱେବ ପୋର୍ଟାଲର ଅଭାବ ନାହିଁ । ଘରେ ଘରେ ସାମ୍ବାଦିକ। ବହୁତ ଭଲ କଥା। ସବୁବେଳେ ଲୋକମାନେ ଚତୁର୍ଥ ସ୍ତମ୍ଭକୁ ହିଁ ଭଲ ପାଆନ୍ତି। କିଏ ନ୍ୟୁଜ୍‌ ପେପର ପଢିବାକୁ ଭଲପାଏ ତ କିଏ ଟିଭି ଦେଖି ଖବର ଜାଣିବାକୁ ଆଗ୍ରହ ଦେଖାଏ। ସ୍ମାର୍ଟଫୋନ ଯୁଗରେ ନ୍ୟୁଜ ଜାଣିବାର ସୁଯୋଗ ଏବେ ହାତ ପାଆନ୍ତାରେ ଅଛି। ଆଜିର ସମାଜ ସୋଶାଲ ମିଡ଼ିଆ ସହ ପୁରା ଅପଡେଟ କହିଲେ ଚଳେ। […]

ଅଦ୍ୟତନ ହୋଇଛି
ମାନବିକତା, ସମ୍ବେଦନଶୀଳତା ଓ ସାମ୍ବାଦିକତା

jor

Advertisment

ବର୍ତ୍ତମାନ ସମାଜରେ ଟିଭି, ଖବରକାଗଜ, ଇ-ପେପର , ୱେବ ପୋର୍ଟାଲର ଅଭାବ ନାହିଁ । ଘରେ ଘରେ ସାମ୍ବାଦିକ। ବହୁତ ଭଲ କଥା। ସବୁବେଳେ ଲୋକମାନେ ଚତୁର୍ଥ ସ୍ତମ୍ଭକୁ ହିଁ ଭଲ ପାଆନ୍ତି। କିଏ ନ୍ୟୁଜ୍‌ ପେପର ପଢିବାକୁ ଭଲପାଏ ତ କିଏ ଟିଭି ଦେଖି ଖବର ଜାଣିବାକୁ ଆଗ୍ରହ ଦେଖାଏ। ସ୍ମାର୍ଟଫୋନ ଯୁଗରେ ନ୍ୟୁଜ ଜାଣିବାର ସୁଯୋଗ ଏବେ ହାତ ପାଆନ୍ତାରେ ଅଛି। ଆଜିର ସମାଜ ସୋଶାଲ ମିଡ଼ିଆ ସହ ପୁରା ଅପଡେଟ କହିଲେ ଚଳେ। କିନ୍ତୁ ଆମେ ବୁଝିପାରୁନୁ ଜଣେ ସାମ୍ବାଦିକର କର୍ତ୍ତବ୍ୟ କ’ଣ ? ସାମ୍ବାଦିକତା କ'ଣ ମାନବିକତା ହୀନ କି ? ଜଣେ ଅସହାୟ ମଣିଷର ବାର୍ତ୍ତା କହୁଥିବା ସାମ୍ବାଦିକ କ'ଣ ମାନବିକତା ବିରୋଧୀ ହୋଇପାରେ ?

Advertisment

ବର୍ତ୍ତମାନ ଛତୁ ଫୁଟିଲା ପରି ସାମ୍ବାଦିକ ବାହାରିଲୋଣି। ଏହି ସାମ୍ବାଦିକମାନେ ନିଜକୁ ଅତି କମ଼ ସମୟରେ ହିରୋ କରିବା ପାଇଁ କିମ୍ବା ନିଜ ଟିଭିର ଟିଆରପି ବା ପେପରର ପ୍ରସାରଣ ବଢାଇବା ପାଇଁ ନିଜର ମାନବିକତାକୁ ଭୁଲି ଯାଉଛନ୍ତି। କିଏ ସରକାରକୁ ତେଲ ମାରିବା ପାଇଁ ବିକ୍ରି ହେଉଛନ୍ତି ତ କିଏ ନିଜକୁ ବଡ଼ ସାମ୍ବାଦିକ ବୋଲି ଭାବି ଏପରି ଘୃଣ୍ୟ ସାମ୍ବାଦିକତାକୁ ଆପଣେଇ ନେଉଛନ୍ତି।

ଅତୀତରେ ଦୁଇ ବଡ଼ ବଡ଼ ରାଜନେତା ଯେପରିକି ହରେକୃଷ୍ଣ ମହତାବ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଆସିବା ପୂର୍ବରୁ ସାମ୍ୱାଦିକ ଭାବରେ କାର୍ଯ୍ୟ କରୁଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ ସମୟରେ କଲମ ମୁନରେ ସରକାର ଭାଙ୍ଗି ଯାଉଥିଲା, ସେମାନଙ୍କ ଲେଖିବା ଓ ପ୍ରଶ୍ନ ପଚାରିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ଥିଲା। ସେମାନଙ୍କଠାରୁ ଆମ ସମାଜର ଏହି ପିଢ଼ିର ସାମ୍ବାଦିକମାନେ କ’ଣ ଶିଖିଛନ୍ତି ? ସେମାନଙ୍କ ନମ୍ରତା ଓ ଜ୍ଞାନ ଆଗରେ ସମସ୍ତଙ୍କ ମୁଣ୍ଡ ନଇଁଯାଉଥିଲା। କିନ୍ତୁ ବର୍ତ୍ତମାନର କିଛି ସାମ୍ବାଦିକଙ୍କ କଥା ନ କହିଲେ ଭଲ। ଏବେ କିଛି ତଥାକଥିତ ଟିଭି, ପେପର ଓ ୱେବପୋର୍ଟଲର ସାମ୍ବାଦିକଙ୍କ ଆଚରଣ ଓ ଉଚ୍ଚାରଣ ଭାରି ଖରାପ।

Advertisment

ଏଇ କିଛି ଦିନ ତଳେ ଯେମିତି କି ଜଣେ ଟିଭି ସାମ୍ବାଦିକ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ଅତି ବୟସ୍କା ମା’ଙ୍କୁ ପୁଅର ମୃତ୍ୟୁ ଖବର କହିବା ଓ ତାଙ୍କୁ ବାରମ୍ବାର ପୁଅ ବିଷୟ ରେ ପ୍ରଶ୍ନ ପଚାରିବା; ଦୃଶ୍ୟକୁ ଯିଏ ଦେଖିଥିବେ ସେମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିଥିବ। ଏହି ବୟସରେ ମା’କୁ ତା’ ପୁଅର ମୃତ୍ୟୁ ଖବର ଜଣାଇବା କେତେ ଠିକ। ମା'ର ମନକୁ କେତେ ଯେ କଷ୍ଟ ହୋଇଥିବ ସେ ହିଁ କେବଳ କହିପାରିବ। ସାମ୍ବାଦିକମାନେ ଟିଆରପି ଲୋଭ ମାନବିକତାକୁ ମଧ୍ୟ ଭୁଲି ଯାଉଛନ୍ତି। ସେହିପରି ସମାଜସେବୀ ଆଦିତ୍ୟ ଦାସଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା। ଅତୀତରେ ଜଣେ ମହିଳାଙ୍କୁ ହେଲମେଟ ଚେକିଂ ବେଳେ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା। ଏହି ସବୁ ଘଟଣାରେ ଜଣେ ସାମ୍ବାଦିକ ତାଙ୍କର ମାନବିକତା, ସମ୍ବେଦନଶୀଳତାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥାନ୍ତି। ଏମାନଙ୍କ ଆଚରଣ ଦେଖିଲେ ଲାଗୁଛି, ସେମାନେ ଆଇନ ଓ ନିୟମର ଉର୍ଦ୍ଧ୍ୱରେ। ତାଙ୍କ କଥାରୁ ଜଣା ପଡ଼େ ସେମାନେ ପୁଲିସ, ସିବିଆଇ ବା ଅନ୍ୟ କେଉଁ ତଦନ୍ତକାରୀ ସଂସ୍ଥା। ଏ ସବୁ କ’ଣ ସତରେ ସାମ୍ବାଦିକତା ?

ସେପଟେ ସାମ୍ୱାଦିକଙ୍କ ଅନ୍ୟ ଏକ ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ସମୟରେ ମଧ୍ୟ କିଛି ସାମ୍ବାଦିକ ମାନେ ନିଜର ଜୀବନକୁ ପାଣି ଛଡ଼ାଇ କରୋନା ଆକ୍ରାନ୍ତ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଜଣେ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିଲାବେଳେ ଏହି ନିକଟରେ ୩ ଜଣ ସାମ୍ବାଦିକ ଜଣେ ଲୋକଙ୍କୁ ପିପିଇ କିଟ ପିନ୍ଧି ଶବ ସତ୍କାର କରାଇଥିବା ଦେଖିବାକୁ ମିଳିଥିଲା। ଏହି ସାମ୍ବାଦିକମାନଙ୍କୁ କୋଟି କୋଟି ଲୋକ ସଲାମ ଜଣାଉଥିଲା ବେଳେ, କୁତ୍ସିତ ହୀନମନ୍ୟତା ଥିବା ସାମ୍ୱାଦିକଙ୍କ ପ୍ରତି ଅଙ୍କୁଶ ରହିବା ନିହାତି ଆବଶ୍ୟକ। ସାମ୍ବାଦିକତା ସମାଜସେବା ସହ ଜଡିତ କହିଲେ ଅତ୍ୟୁକ୍ତି ହେବନାହିଁ। ଯେମିତି କି ଗଞ୍ଜାମରେ ଜଣେ ପୁଲିସ ଏଏସଆଇଙ୍କ ଶବକୁ କାନ୍ଧ ଦେଇଥିଲେ କିଛି ସାମ୍ବାଦିକ। ଏହିସବୁ ଖବର ମଧ୍ୟ ଆମ ସମାଜ ପାଇଁ ପ୍ରେରଣାଦାୟକ। ଏହା ଏକ ସମ୍ବେଦନଶୀଳ ଓ ମାନବିକତାର ବଡ଼ ପରିଚୟ। ବହୁ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗେଇ ଭଲ ଭଲ ଖବର ପ୍ରସାରଣ କରି ସମାଜର କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଟିଆର୍‌ପିର ଭୋକରେ ରହୁଥିବା ସାମ୍ୱାଦିକମାନେ ଏମାନଙ୍କଠାରୁ କିଛି ଶିଖିବା ଉଚିତ।

ସାଧାରଣ ମଣିଷର ଦୁଃଖକୁ ସମାଜ ଆଗରେ ଉପସ୍ଥାପନ କରି ସେମାନଙ୍କୁ ନ୍ୟାୟ ଦେବା ସାମ୍ବାଦିକର ବୃତ୍ତି। ତେଣୁ ମଣିଷକୁ ଦୟନୀୟ କରିବା ପ୍ରବୃତ୍ତିରୁ ସାମ୍ବାଦିକ ହଟୁ ବୋଲି ଆମର ଆଶା।

ମଧୁଲିତା ପରିଡ଼ା
ଫୋନ୍‌ ନଂ : 7978437106

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe