ମଣିଷ ଯୋଗୁଁ ମଣିଷ ପାଇଁ ଜଳ ସଂକଟ

ପଞ୍ଚାନନ କାନୁନଗୋ ଆମ ରାଜ୍ୟ ପାଇଁ ପ୍ରକୃତିଦତ୍ତ ଅନ୍ୟତମ ସଂପଦ ହେଉଛି ଜଳ। ଭୂପୃଷ୍ଠ ଓ ଭୂତଳ ଜଳ ରାଜ୍ୟର ଆବଶ୍ୟକତାଠାରୁ ଅଧିକ ପ୍ରକୃତି ପ୍ରଦାନ କରିଛି ଓ ସାଇତି ରଖିଛି। ଭାରତର ମୋଟ ଭୂତଳ ଜଳରାଶି ୪୩୨୦୦ କୋଟି କ୍ୟୁବିକ୍‍ ମି.। ଭାରତର ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୮୦ ମି.ମି. ଥିବାବେଳେ ଓଡ଼ିଶାରେ ଏହିହାର ୧୪୦୦ ମି.ମି.ରୁ ଅଧିକ। ବୃଷ୍ଟିପାତ ଓ ଭୂତଳ ଜଳଧାରଣ ପ୍ରକ୍ରିୟାରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶର ପ୍ରଥମ ୫ଟି ରାଜ୍ୟ […]

water

water

Debendra Prusty
  • Published: Thursday, 19 May 2022
  • Updated: 19 May 2022, 05:22 PM IST

Sports

Latest News

  • ପଞ୍ଚାନନ କାନୁନଗୋ

ଆମ ରାଜ୍ୟ ପାଇଁ ପ୍ରକୃତିଦତ୍ତ ଅନ୍ୟତମ ସଂପଦ ହେଉଛି ଜଳ। ଭୂପୃଷ୍ଠ ଓ ଭୂତଳ ଜଳ ରାଜ୍ୟର ଆବଶ୍ୟକତାଠାରୁ ଅଧିକ ପ୍ରକୃତି ପ୍ରଦାନ କରିଛି ଓ ସାଇତି ରଖିଛି। ଭାରତର ମୋଟ ଭୂତଳ ଜଳରାଶି ୪୩୨୦୦ କୋଟି କ୍ୟୁବିକ୍‍ ମି.। ଭାରତର ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୮୦ ମି.ମି. ଥିବାବେଳେ ଓଡ଼ିଶାରେ ଏହିହାର ୧୪୦୦ ମି.ମି.ରୁ ଅଧିକ। ବୃଷ୍ଟିପାତ ଓ ଭୂତଳ ଜଳଧାରଣ ପ୍ରକ୍ରିୟାରେ ଓଡ଼ିଶାର ସ୍ଥାନ ସମଗ୍ର ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ। ଭୂତଳ ଜଳସ୍ତର ଦୃତଭାବରେ ହ୍ରାସ ପାଇବା ଓ ରାଜ୍ୟ ଭିତରେ ପ୍ରବାହିତ ନଦୀ ସବୁରେ ପ୍ରବାହ କମିବା ବିଶେଷତଃ ଅଣ-ମୌସୁମୀ ସମୟ (ଜାନୁଆରୀରୁ ଜୁନ୍‍) ମଧ୍ୟରେ ନଦୀ ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟମାନେ ଜଳଭଣ୍ଡାର କରି ଜଳ ଅଟକାଇବା ହେତୁ ନଦୀଗୁଡ଼ିକ ଶୁଖିଯିବା କାରଣରୁ ରାଜ୍ୟପାଇଁ ବିରାଟ ଜଳ ସଂକଟ ଦେଖାଯାଇଛି। ଅଧିକନ୍ତୁ ଗ୍ରୀଷ୍ମ ପ୍ରବାହର ମାତ୍ରା ବୃଦ୍ଧି ହେତୁ ଭୂଭାଗ ଜଳରାଶି ବାଷ୍ପହୋଇ ନଷ୍ଟହେବା ଆଦି କାରଣ ଯୋଗୁଁ ଜଳଭଣ୍ଡାରମାନଙ୍କରେ ଜଳ ସଂରକ୍ଷଣ କମିବା ହେତୁ ଭୂପୃଷ୍ଠରେ ଉପରିଭାଗ ଜଳମାତ୍ରା କମୁଛି।

ଜଳ ହିଁ ଜୀବନ। ସମସ୍ତ ଜୀବଜଗତର ପାଞ୍ଚଟି ମୌଳିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। ଅନ୍ୟ ଉପାଦାନ ସୂର୍ଯ୍ୟରଶ୍ମି, ପବନ, ପୃଥିବୀ(ମାଟି) ଓ ଆକାଶ(କ୍ଷିତ୍‌, ଆପ୍‌, ତେଜ, ମାରୁତ, ବ୍ୟୋମ) ଆଦି ହେତୁ ସମସ୍ତ କୀଟପତଙ୍ଗ, ପଶୁପକ୍ଷୀ, ବୃକ୍ଷଲତା, ମଣିଷ ଆଦି ଜୀବଜଗତର ସ୍ଥିତି ବଜାୟ ରହିଛି। ବିଚିତ୍ର କଥାଟି ହେଉଛି କେବଳ ‘ଜଳ’ ସମେତ ଅନ୍ୟ ଉପାଦାନଗୁଡ଼ିକର ନିୟନ୍ତ୍ରଣ ମଣିଷ ହାତରେ ନଥାଏ, କିନ୍ତୁ ଏସବୁ ନଷ୍ଟ କରିବାର ପ୍ରକ୍ରିୟା ହିଁ ମଣିଷ ସୃଷ୍ଟି କରିଥାଏ। ସୂର୍ଯ୍ୟ ରଶ୍ମୀର ପ୍ରଖରତା ବୃଦ୍ଧି ବା କ୍ଷୟ ମଣିଷ ହାତରେ ହୋଇ ନଥାଏ। ପ୍ରକୃତିଦତ୍ତ ଜଙ୍ଗଲ ଓ ବୃକ୍ଷରାଜିକୁ ମଣିଷ ହିଁ ନଷ୍ଟ କରିଥାଏ। ବିଗିଡ଼ିଗଲେ କେହି ଚାହିଁଲେ ନିୟନ୍ତ୍ରଣକୁ ଆଣି ପାରିବେ ନାହିଁ। ହୁଏତ ମଣିଷର ଅପରିଣାମଦର୍ଶୀତା ହେତୁ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ। ଏହାର କୁଫଳ ସମସ୍ତ ଜୀବଜଗତକୁ ଭୋଗିବାକୁ ପଡ଼ିଥାଏ। ସେହିପରି ପୃଥିବୀ, ଆକାଶକୁ ମଣିଷ ବିବର୍ଣ୍ଣ କରିପାରେ, ସଂକୁଚିତ କରିବା ମଣିଷ ପକ୍ଷରେ ସମ୍ଭବ ନୁହେଁ ସିନା, ଏହାକୁ ପ୍ରଭାବିତ କରି ନିର୍ଗୁଣ କରିବାର କର୍ତ୍ତା ହିଁ ମଣିଷ। ପବନ ପ୍ରଦୂଷଣର କାରଣ ମଣିଷ ହୋଇପାରେ, ହେଲେ ପବନର କ୍ଷୟ ଘଟାଇବା ମଣିଷ ଶକ୍ତିର ବାହାରେ। ଜଳର ସ୍ଥିତି ଓ ନିୟନ୍ତ୍ରଣ ବା ପରିଚାଳନାରେ ମାନବଜଗତର ପ୍ରମୁଖ ଭୂମିକା ରହିଛି। ଅସନ୍ତୁଳିତ ଜୀବଜଗତ ଓ ଜଳ ଆବଶ୍ୟକତା ବୃଦ୍ଧି, ଦୃତ ଶିଳ୍ପାୟନ ପ୍ରକ୍ରିୟା ସହିତ ଜଳର ଅପବ୍ୟବହାର ଆଦି ମଣିଷକୃତ। ଦିନେ ନା ଦିନେ ଜଳକୁ ନେଇ ବିଶ୍ୱଯୁଦ୍ଧ ଲାଗି ଯାଇପାରେ। ଏପରି କଥା ବିଶ୍ୱ ଚିନ୍ତାନାୟକମାନେ ପ୍ରକଟ କରି ସାରିଛନ୍ତି। ଭାରତରେ ନଦୀ ଜଳ ବଣ୍ଟନକୁ ନେଇ ତାମିଲନାଡ଼ୁ କର୍ଣ୍ଣାଟକ ରାଜ୍ୟ ମଧ୍ୟରେ ଅନେକବର୍ଷ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଜଳ ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ନଦୀ ସଂଯୋଗୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଥିବାର ସୂଚନା ମିଳି ସାରିଲାଣି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ର ସହ ଜଳବିବାଦ ଲାଗି ରହିଛି। ସେହିସବୁ ପରିପ୍ରେକ୍ଷୀରେ ଓଡ଼ିଶା ଜଳ ସଂପଦ ଓ ତାର ବ୍ୟବହାର ତଥା ସ୍ଥିତିରୁ ଉପୁଜିଥିବା ସଂକଟର ଆଲୋଚନା ଗୁରୁତ୍ୱପୂର୍ଣ୍ଣ। ପ୍ରକୃତିସୃଷ୍ଟ ଜଳରାଶିର ପୁନଃ ପୁନଃ ଉତ୍ପତ୍ତି ଏକ ବିଚିତ୍ର ପ୍ରକ୍ରିୟା ମଧ୍ୟରେ ଜଳର ସ୍ଥିତି ବଦଳାଇଥାଏ। ଏକଥା ଜ୍ଞାତ ଯେ ବିଶ୍ୱବିଜ୍ଞାନଗାରରେ ମେଘର ସୃଷ୍ଟି, ବାଦଲମାଳାର ଆକାଶ ପଥରେ ସନ୍ତରଣ ଓ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦେଇ ବୃଷ୍ଟିପାତ ହୋଇଥାଏ। ଏହି ମେଘ ବା ବାଦଲର ସଂଗଠିତ ଅଜସ୍ର ଜଳୀୟ ବାଷ୍ପୀୟ କଣିକା ହେଉଛି ସୂର୍ଯ୍ୟରଶ୍ମିର ପ୍ରଭାବରେ ଭୂପୃଷ୍ଠସ୍ଥିତ ଜଳକୁ ବାଷ୍ପ କରି ଉପରକୁ ଉଠିଥାଏ ବା ବୃକ୍ଷରାଶୀର ବାଷ୍ପୀୟକରଣ ପ୍ରକ୍ରିୟାରେ ଉପରକୁ ଉଠିଥାଏ। ସମସ୍ତଙ୍କ ବୁଝିଲା ଭଳି କଥା ହେଉଛି -

“ଦୋଳି ଖେଳୁଛି ପାଣିରେ ଭାଇ, ଦୋଳି ଖେଳୁଛି ପାଣି। ତଳୁ ଉପର ଉପରୁ ତଳ ଦେଖାଇ କେତେ ଠାଣି।”

ଅର୍ଥାତ୍ ଭୂପୃଷ୍ଠର ଜଳରାଶି ବାଷ୍ପ ହୋଇ ଉପରକୁ ଯାଏ ଏବଂ ସେଠାରେ ମେଘ ସୃଷ୍ଟି ହୁଏ। ମେଘ, ବାଦଲ ଏକ ନିର୍ଦ୍ଦିଷ୍ଟ ଉତ୍ତାପ ସଂସ୍ପର୍ଶ ପ୍ରକ୍ରିୟାରେ ବର୍ଷା ହୋଇ ତଳକୁ ଝରି ଆସେ। ନଦୀ ନାଳ ସମୁଦ୍ରରେ ରହେ, ପୁଣି ବାଷ୍ପ ହୋଇ ଉପରକୁ ଯାଏ। କିଛି ଜଳ ଭୂତଳକୁ ଚାଲିଯାଇଥାଏ। ଏହାକୁ ପରିସ୍ରବଣ ପ୍ରକ୍ରିୟା କୁହାଯାଇଥାଏ। ଯଦି ଅଧିକ ବୃକ୍ଷରାଶି ଥାଏ ତେବେ ମାଟିତଳର ଜଳରାଶି ଶୀଘ୍ର ବାଷ୍ପହୋଇ ଉପରକୁ ଉଠେ। ନଚେତ୍ ଶୁଖିଲା ମାଟିରେ ଜଳ କିଛି ଅଂଶରେ ମିଳାଇଯାଏ ଏବଂ ଏହାର ଅନ୍ୟ ଏକ ଅଂଶ ଭୂତଳ ଜଳରାଶିକୁ ସକ୍ରିୟ କରାଇଥାଏ। ଏହାହିଁ ହେଉଛି ଜଳର ଅବକ୍ଷୟ ବା ଅପଚୟ। ଏହି ଜଳସୃଷ୍ଟି ପ୍ରକ୍ରିୟା, ଅସନ୍ତୁଳିତ ପରିବେଶ, କ୍ରମ ବର୍ଦ୍ଧିଷ୍ଣୁ ଉତ୍ତାପ, ପ୍ରାକୃତିକ ଅସନ୍ତୁଳନ ଆଦି ହେତୁ ‘ଜଳସ୍ଥିତି’ ପରିବର୍ତ୍ତନର କାରଣ ହୋଇଥାଏ। ଉଭୟ ଭୂତଳ ଜଳରାଶି ଓ ଭୂପୃଷ୍ଠ ପ୍ରବାହମାନ ଜଳକୁ ପ୍ରଭାବିତ କରିଥାଏ। ଏକ ସମୟରେ ଆସାମର ଚେରାପୁଂଜିଠାରେ ୧୦୦ ଇଞ୍ଚ ବୃଷ୍ଟିପାତ ହେଉଥିଲା। ଏବେ ତାହା ବାର୍ଷିକ ହାରରେ କମିବାରେ ଲାଗିଛି। ସେହିପରି ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ପ୍ରବାହରେ ଏକ ସମୟରେ ଓଡ଼ିଶା ଭୂଖଣ୍ଡରେ ବାର୍ଷିକ ହାରାହାରି ୭୨ ଇଞ୍ଚ ବୃଷ୍ଟିପାତ ଦେଖିବାକୁ ମିଳୁଥିଲା। ପରେ ୬୦ ଇଞ୍ଚକୁ କମିଥିଲା। ଗତ କିଛିବର୍ଷର ବୃଷ୍ଟିପାତର ହାରାହାରି ହିସାବ ନେଲେ ବୃଷ୍ଟିପାତର ପରିମାଣ ବାର୍ଷିକ ହାରାହାରି ୫୫ ଇଞ୍ଚ୍ ଅର୍ଥାତ୍ ୧୫୦୦ ମି.ମି. ତଳକୁ କମି ଆସିଛି। ଗତ କିଛି ବର୍ଷ ହେବ ବାର୍ଷିକ ବୃଷ୍ଟିପାତରେ ହାରାହାରି ଅନେକ ପରିବର୍ତ୍ତନ ହୋଇଥିବା ଦେଖା ଯାଇଥାଏ। ଗତ ୩୦ ବର୍ଷ ବୃଷ୍ଟିପାତର ଅନିୟମିତତା ବିଭିନ୍ନ ଭାବରେ ସାମନାକୁ ଆସିଥାଏ। ଏହି ଅନିୟମିତତାର ପ୍ରଥମ ପ୍ରମାଣ ହେଉଛି ରାଜ୍ୟରେ ହାରାହାରି ବୃଷ୍ଟିପାତ ବାର୍ଷିକ ୧୩୦୦ ମି.ମି.ରୁ ୧୫୬୦ ମି.ମି. ମଧ୍ୟରେ ତଫାତ୍ ରହିଛି। ଗୋଟିଏ ବର୍ଷ ସାଧାରଣ ବୃଷ୍ଟିପାତର ହାରାହାରିଠାରୁ ୧୦୦ ମି.ମି. ପର୍ଯ୍ୟନ୍ତ ବୃଷ୍ଟି କମ୍ ଥିବା ସମୟରେ ଅନେକ ବର୍ଷ ଏହା ୧୦୦ ମି.ମି. ପର୍ଯ୍ୟନ୍ତ ଅଧିକ ଥାଏ। ଅନ୍ୟ ବ୍ୟତିକ୍ରମଟି ହେଉଛି ଅଞ୍ଚଳରୁ ଅଞ୍ଚଳକୁ ତଫାତ୍ ଥିବାର ପ୍ରାୟତଃ ଦେଖା ଯାଇଥାଏ।

ଇଣ୍ଡିଆ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ୍‍ ପୁନେର ହିସାବ ଅନୁସାରେ ଏହା ପ୍ରମାଣ କରୁଛି ଯେ ମାଲକାନାଗିରିରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୬୬୭ ମି.ମି., ବଉଦରେ ୧୬୨୩.୧ମି.ମି., ବାଲେଶ୍ୱରରେ ୧୫୯୨.୦ମି.ମି., ଦେବଗଡ଼ରେ ୧୫୮୨.୫ମି.ମି. ଥିବାବେଳେ ବଲାଙ୍ଗୀରରେ ୧୨୮୯.୮ ମି.ମି., ଗଞ୍ଜାମରେ ୧୨୭୬.୨ମି.ମି., ନୂଆପଡ଼ାରେ ୧୨୮୬.୪ମି.ମି., ରାୟଗଡ଼ାରେ ୧୨୮୫.୯ମି.ମି. ବୃଷ୍ଟିପାତ ହୋଇଥାଏ। ଏହା ହେଉଛି ସାଧାରଣ ବୃଷ୍ଟିପାତର ଏକ ହାରାହାରି ହିସାବ। ସେହିପରି ବର୍ଷା ଦିବସ ମଧ୍ୟ କମ୍ ବେଶୀ ହେବାର ଦେଖାଯାଇଥାଏ। ରାଜ୍ୟରେ ହାରାହାରି ୭୦ ଦିନ ବୃଷ୍ଟିପାତ ହେଉଥିବାବେଳେ କୋରାପୁଟରେ ୮୪ ଦିନ, ମାଲକାନାଗିରିରେ ୮୦ ଦିନ ବର୍ଷା ହୋଇଥାଏ। ଅଥଚ ବଲାଙ୍ଗୀରରେ ୬୦ ଦିନ, ନୂଆପଡ଼ାରେ ୬୧ ଦିନ, ବରଗଡ଼ରେ ୬୧ ଦିନ, ପୁରୀରେ ୬୨ ଦିନ, ସୁବର୍ଣ୍ଣପୁରରେ ୬୧ ଦିନ ବର୍ଷା ହୋଇଥାଏ। ଅନ୍ୟ ଏକ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇଥାଏ। ଭାରତର ପୁନେ ସ୍ଥିତ ମେଟିରିଓଲର୍ଜିକାଲ ଡିପାର୍ଟମେଣ୍ଟର ତଥ୍ୟ ଅନୁସାରେ ବର୍ଷକର ବିଭିନ୍ନ ମାସରେ ହେଉଥିବା ବର୍ଷାରେ ତାରତମ୍ୟ ରହିଛି। ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ବର୍ଷା ଅନେକ ଜିଲ୍ଲାରେ କମ୍ ଦିନ ହୋଇଥାଏ। ଯାହାକି ଆବଶ୍ୟକତାଠାରୁ କମ୍ ଓ ଫସଲ ପାଇଁ କ୍ଷତିକାରକ ଥାଏ। ଏହା ମଧ୍ୟ ଦେଖାଯାଉଛି ଯେ ବାର୍ଷିକ ହାରାହାରି ବୃଷ୍ଟିପାତ ଅନେକ ଜିଲ୍ଲାରେ ଅନେକ ବର୍ଷ ଆଶାତିତ ଅଧିକ ହେଲାବେଳେ କିଛି ସ୍ଥାନରେ ଆଶାନୁରୂପ ହୋଇ ନଥାଏ। ଗୋଟିଏ ବର୍ଷର ଉଦାହରଣ ନିଆଯାଇପାରେ। ୨୦୧୨ ମସିହାରେ ବାଲେଶ୍ୱରରେ ବାର୍ଷିକ ହାରାହାରି ବୃଷ୍ଟିପାତ ୩୫.୩% ପ୍ରତିଶତ କମ୍ ହେଲା। ଅର୍ଥାତ୍ ୧୫୯୨.୦ ମି.ମି. ସ୍ଥଳରେ ମାତ୍ର ୧୦୨୮.୮ମି.ମି. ବର୍ଷା ହେଲା। ସେହିପରି ଭଦ୍ରକରେ ୩୨.୪% କମ୍ ରହିଥିଲା, ଜଗତସିଂହପୁରର ୨୭% କେନ୍ଦ୍ରାପଡ଼ାରେ ୨୮% କମ୍ ବୃଷ୍ଟିପାତ ହୋଇଥିଲା। ଝାରସୁଗୁଡ଼ାରେ ୩୨%, ନୟାଗଡ଼ରେ ୨୮% ସମ୍ବଲପୁରରେ ୨୬% ଅଧିକ ବୃଷ୍ଟିପାତ ହୋଇଥିଲା। ସେହିବର୍ଷ ସମଗ୍ର ରାଜ୍ୟରେ ହାରାହାରି ବାର୍ଷିକ ବୃଷ୍ଟିପାତ ସାଧାରଣ ବୃଷ୍ଟିପାତଠାରୁ ମାତ୍ର୫% କମ୍ ଥିଲା। ଯାହାକି ମୋଟାମୋଟି ଭାବେ ଚାଷ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା କଥା ନୁହେଁ। ହେଲେ ଖରିଫ୍ ଧାନ ଉତ୍ପାଦନରେ ଯେଉଁ ଜିଲ୍ଲାଗୁଡ଼ିକ ଆଖିଦୃଶିଆ ଆମଦାନୀ ଦେଇଥାନ୍ତି, ସେହି ସବୁ ଜିଲ୍ଲାରେ ଖୁବ୍ କମ୍ ବୃଷ୍ଟି ବା ଅତିବୃଷ୍ଟି ହେବା ଫଳରେ ଫସଲହାନୀ ହୋଇଥିଲା। ଗୋଟିଏ ବର୍ଷ ୨୦୧୫ରେ ପାଖାପାଖି ୨୬ଟି ଜିଲ୍ଲାରେ ଅନିୟମିତ ବୃଷ୍ଟିପାତ ୧୦% ରୁ ୩୫% ପର୍ଯ୍ୟନ୍ତ କମ୍ ରହିବାର ସରକାରୀ ତଥ୍ୟରେ ଦେଖିବାକୁ ମିଳିଥିଲା।

ଏଥିରେ ଗତ କିଛି ବର୍ଷ ଧରି ବାର୍ଷିକ ବୃଷ୍ଟିପାତର ଶତକଡ଼ା ହାର ପ୍ରଦାନ କରାଯାଇଛି। ଗୋଟିଏ ବର୍ଷ (୧୯୯୫) ରାଜ୍ୟରେ ମାତ୍ର ୫୭.୫% ବୃଷ୍ଟି ଏହି ସମୟରେ ହୋଇଥିବା ବେଳେ ୨୦୦୮ରେ ୯୦% ଓ ୧୯୯୨, ୧୯୯୩, ୧୯୯୪, ୧୯୯୬, ୨୦୦୦, ୨୦୦୧, ୨୦୦୬, ୨୦୧୧, ୨୦୨୧ ଆଦି ବର୍ଷରେ ବୃଷ୍ଟିପାତର ହାର ୮୫% ରୁ ଅଧିକ ଥିଲା।

ଏ ସମସ୍ତ ତଥ୍ୟ ପ୍ରମାଣ କରୁଛି ଯେ ଫସଲ ପାଇଁ ଅନୁକୁଳ ବାତାବରଣ ଥିବା ସତ୍ତ୍ୱେ ‘ବୃଷ୍ଟିପାତ’ର ଅନିୟମିତତା ଅନେକଭାବେ ଚାଷୀ ଓ ଚାଷକୁ କ୍ଷତି ପହଞ୍ଚାଇ ଥାଏ। ଚାଷୀର ଭାଷାରେ “ଜଳ ବିହୁନେ ଶସ୍ୟହାନୀ, ଜଳଗହଳେ ଶସ୍ୟ ହାନୀ” ଘଟିଥାଏ।

ଏହାର ମୁଖ୍ୟ କାରଣ ଜଳବାୟୁର ପରିବର୍ତ୍ତନ। ମୌସୁମୀ ପ୍ରବାହ ଆଦୌ ସମୟାନୁସାରେ ହେଉ ନାହିଁ। ମୌସୁମୀ ବାୟୁ ଓ ପ୍ରତ୍ୟାବର୍ତ୍ତନ ମୌସୁମୀ ବାୟୁ ପ୍ରବାହ ଆଦୌ ନାହିଁ କହିଲେ ଚଳେ। ସାମୁଦ୍ରିକ ଝଡ଼ର ପ୍ରବାହ ହେତୁ ଅସମୟ ବୃଷ୍ଟି ବା ଅନିୟମିତ ବୃଷ୍ଟି ହୋଇ ଚାଲିଛି। ବୃଷ୍ଟିପାତର ଏହି ପରିବର୍ତ୍ତନଶୀଳ ସ୍ୱଭାବ ବୈଜ୍ଞାନିକମାନେ ନିଶ୍ଚୟ ଲକ୍ଷ୍ୟ କରୁଛନ୍ତି; କୃଷି ବୈଜ୍ଞାନିକମାନେ ମଧ୍ୟ ଅବଗତ ଅଛନ୍ତି। ଏ ସଂପର୍କରେ ଜଳ ନିୟନ୍ତ୍ରଣକାରୀ ପରିଚାଳକ ସଚେତନ ଅଛନ୍ତି ଓ ସର୍ବୋପରି ରାଜ୍ୟର ଶାସକବର୍ଗ ଏ ସବୁ ଦେଖି ଚାଲିଛନ୍ତି। ଭୂତଳ ଜଳରାଶି ସଂପର୍କରେ ମିଳିଥିବା ସର୍ବଶେଷ ତଥ୍ୟ (୨୦୨୦-୨୧) ଅନୁସାରେ ଗଚ୍ଛିତ ଜଳର ପରିମାଣ ୧୭୭୮ କୋଟି କ୍ୟୁବିକ ମିଟର। ଜଳସେଚନ ପାଇଁ ୧୧୯୪ କୋଟି କ୍ୟୁବିକ ମିଟର ମିଳିବା କଥା, ଯାହାକି ସମଗ୍ର ଦେଶର ୧୧ ପ୍ରତିଶତ ଅଛି। ଏବେ କିନ୍ତୁ ଏହା ଦୃତଗତିରେ ହ୍ରାସ ପାଉଥିବା କୁହାଯାଉଛି।

ରାଜ୍ୟରେ ପ୍ରବାହିତ ଜଳରାଶି ୧୦୮୧୧.୩ କୋଟି କ୍ୟୁବିକ୍‍ ମିଟର ଯେଉଁଥିରୁ ନିର୍ଭରଶୀଳ ଜଳରାଶି ୮୫୮୯.୧ କୋଟି କ୍ୟୁବିକ୍‍ ମିଟର ବୋଲି ଧରାଯାଇଛି। ଏହି ଜଳରାଶିର ହାରାହାରି ୫୪%ରୁ ଅଧିକ ବର୍ଷକୁ ସମୁଦ୍ର ଭିତରକୁ ଚାଲି ଯାଇଥାଏ ଓ ବର୍ଷାଋତୁରେ ୭୨% ସମୁଦ୍ରକୁ ଚାଲିଯାଇଥାଏ। ଏହି ସମସ୍ତ ପ୍ରବାହିତ ଜଳରାଶିକୁ ବିକେନ୍ଦ୍ରୀକରଣ ପଦ୍ଧତିରେ ବାନ୍ଧି ନରଖିବାର କାରଣରୁ ହିଁ ପ୍ରକୃତିଦତ୍ତ ଜଳସଂପଦ ନଷ୍ଟ ହେଉଛି ଓ ସଂକଟ ଦେଖାଯାଉଛି। ଏହାର ଆଗୁଆ ପ୍ରତିକାର କରା ନଯାଇ ବା ଜଳକୁ ସଜାଡ଼ି ରଖିବାର ବ୍ୟବସ୍ଥା କରି କ୍ଷତି ଭରଣାପାଇଁ ଯୋଜନା କରାଯାଉଛି। ଜଳବାୟୁ ନିର୍ଭରଶୀଳ ଫସଲ ବୀମାର ବ୍ୟବସ୍ଥା ନିଶ୍ଚୟ ଏକ ବିଜ୍ଞାନ ସମ୍ମତ କ୍ଷତି ଭରଣାକାରୀ କାର୍ଯ୍ୟକ୍ରମ। କିନ୍ତୁ ଏକଥା ମନେ ରଖିବା ଉଚିତ ଯେ ବର୍ଷା ବା ଜଳବାୟୁକୁ ନିରନ୍ତର ଅନୁଧ୍ୟାନ କରି ବର୍ଷାଜଳ ବା ମଧୁର ପାଣିର ସୁପରିଚାଳନା କରିବା ଅଧିକ ଯୁକ୍ତିଯୁକ୍ତ ଓ ବୁଦ୍ଧିମତ୍ତାର କାର୍ଯ୍ୟ ହୋଇପାରନ୍ତା।

ଫୋ-୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story