ଆଦର୍ଶ ଓ ପରିଚୟ ସଂକଟରେ ବିଜେଡି

ଏବେ ପ୍ରଶ୍ନ ଉଠୁଛି ବିଜେଡି ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାମ କରିବାକୁ ହେଲେ କେଉଁପରି ଆଦର୍ଶଗତ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବ? ନବୀନଙ୍କ ବୟସ ଓ ସ୍ୱାସ୍ଥ୍ୟ ସମସ୍ୟା ସମସ୍ତଙ୍କୁ ଜଣାଅଛି। କିନ୍ତୁ ବିଜେଡିର ଏତେବର୍ଷର ଶାସନ ଭିତରେ ଦଳ କୌଣସି ଦ୍ୱିତୀୟ ଶ୍ରେଣୀର ନେତାଙ୍କୁ ବିଭିନ୍ନ ସ୍ଥାନରେ ଉପସ୍ଥାପିତ କରିନାହିଁ।

BJD Election Symbol

BJD Election Symbol

Debendra Prusty
  • Published: Monday, 16 December 2024
  • Updated: 16 December 2024, 05:36 PM IST

Sports

Latest News

ରବି ଦାସ

୨୪ ବର୍ଷର ନିରଙ୍କୁଶ ଶାସନ ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି କ୍ଷମତାଚ୍ୟୁତ ହୋଇ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ଉଭୟ ନବୀନ ଓ ବିଜେଡିକୁ ଏପରି ଏକ ଆଦର୍ଶଗତ ସଙ୍କଟରେ ପହଞ୍ଚାଇ ଦେଇଛି ଯେଉଁଠାରୁ ଆଗକୁ ଗତି ସ୍ଥିର କରିବା ଉଭୟଙ୍କ ପାଇଁ ଆହ୍ୱାନଭରା ହୋଇଯାଇଛି। ଯଦିଓ ଗତ ନିର୍ବାଚନରେ ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ତଥାପି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବିରୋଧି ଦଳ ଭାବରେ ବିଜେଡି ୫୧ ଆସନ ପାଇବା ସହିତ ଶତକଡ଼ା ୪୦ ଭାଗରୁ ଅଧିକ ଭୋଟ୍ ପାଇଛି। ଏଥିରୁ ରାଜ୍ୟରେ ବିଜେଡି ଶକ୍ତିହୀନ ବୋଲି କୌଣସି ଭାବରେ କୁହାଯାଇପାରିବ ନାହିଁ।

ତୃତୀୟ ପର୍ଯ୍ୟାୟ ଗଣତାନ୍ତ୍ରିକ ଅନୁଷ୍ଠାନ କୁହାଯାଉଥିବା ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ ଓ ଅଧିକାଂଶ ପୌର ପରିଷଦ ବିଜେଡି ହାତରେ ରହିଛି। ଏପରି ଭାବରେ ସ୍ଥିତି ଓଡ଼ିଶାରେ କେବେ ବି ଅତୀତରେ ହୋଇନଥିଲା। ସରକାରରେ ଥିବା ବିଜେପି ଶାସନର ୬ ମାସ ଭିତରେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ଧାନ ଖର୍ଦିରେ କ୍ୱିଣ୍ଟାଲ୍ ପିଛା ୩୧୦୦ ଟଙ୍କା ଦେବା କାର୍ଯ୍ୟ କରିଥିଲେ ମଧ୍ୟ ସରକାରଙ୍କର ନିଜସ୍ୱ ଭାବମୂର୍ତ୍ତି ବା ଲୋକପ୍ରିୟତା ବଢ଼ିଛି ବୋଲି ଦାବି କରାଯାଇ ପାରିବନାହିଁ। ଶାସନରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ବର୍ଗର ଓ ଶାସନ କାର୍ଯ୍ୟରେ ସମ୍ପୂର୍ଣ୍ଣ ନୂଆ। ମନ୍ତ୍ରୀମଣ୍ଡଳରେ ଥିବା ସଦସ୍ୟମାନଙ୍କ ଭିତରୁ କେବଳ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟ ମନ୍ତ୍ରୀମାନେ ପ୍ରଥମ ଥର ପାଇଁ ମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ଶାସନର ଏହି ଦୁର୍ବଳତା ହେତୁ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବା ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିଥିବା ତାଙ୍କ ସମର୍ଥକମାନେ ଭାବିବା ସ୍ୱାଭାବିକ। କିନ୍ତୁ ବିଜେଡିର ଅସଲ ଦୁର୍ବଳତା ହେଉଛି ଯେ, ଗତ ଦଶ ବର୍ଷ ହେଲା ଏହି ଦଳ କୌଣସି ରାଜନୈତିକ ଆଦର୍ଶ ପ୍ରଚାର ନକରି କେବଳ ନବୀନଙ୍କ ଲୋକପ୍ରିୟତା ଓ ବିକାଶ ସ୍ଳୋଗାନ ଉପରେ ନିଜକୁ ପର୍ଯ୍ୟବସିତ କରିଥିଲା।

ବିଜେଡି ଏକ ଆଞ୍ଚଳିକ ଦଳ ଭାବରେ ୧୯୯୭ରେ ଗଠିତ ହେବା ସମୟରେ ଏହାର ଥିବା ଆଦର୍ଶଗତ ସ୍ଳୋଗାନ ଓ ଚିନ୍ତାଧାରାକୁ ଦଳ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଇ କେବଳ କ୍ଷମତା ଜରିଆରେ ଦଳକୁ ସୁଦୃଢ଼ ରଖାଯାଇପାରିବ ବୋଲି ଧରି ନେଇଥିଲା। ସେହି ଉଦ୍ୟମରେ ୨୦୧୪ ଓ ୨୦୧୯ରେ ଦଳ ବିପୁଳ ବିଜୟ ହାସଲ କରିବାରେ କିଛି ଅସୁବିଧା ହୋଇନଥିଲା। କିନ୍ତୁ ଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କ ସରକାରର ଶକ୍ତି ଓ ସାମର୍ଥ୍ୟ ସହିତ କାର୍ଯ୍ୟ କରିବାର ଢଙ୍ଗକୁ ଦେଖି ବିଜୁ ଜନତାଦଳ ରାଜ୍ୟରେ କ୍ଷମତାକୁ ବଜାୟ ରଖିବା ପାଇଁ ଜାତୀୟ ସ୍ତରରେ ଓ ପାର୍ଲାମେଣ୍ଟରେ ମୋଦି ସରକାରଙ୍କୁ ଏପରି ଭାବେ ଆଖିବୁଜା ସମର୍ଥନ କରିଚାଲିଲା ସେଥିରେ ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି କେଉଁ ଭାବରେ ବିଜେପି ଠାରୁ ଭିନ୍ନ ତାହା ବୁଝିବା ଅସମ୍ଭବ ହୋଇପଡ଼ିଲା। ଯଦିଓ ରାଜ୍ୟରେ ଜନତା ଦଳକୁ ଭାଙ୍ଗି ବିଜେଡି ଗଢ଼ାଯିବା ସମୟରେ ବିଜେପିକୁ ଏହାର ମେଣ୍ଟସାଥୀ ଭାବରେ ଗ୍ରହଣ କରିଥିଲା। କିନ୍ତୁ ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ସହିତ ସମ୍ପର୍କ ତୁଟାଇ ବିଜେଡି ଧର୍ମନିରପେକ୍ଷ ଦଳ ଭାବରେ ପରିଚୟ ପ୍ରତିଷ୍ଠାକରି ସଫଳତା ପାଇବା ପରେ ସେହି କ୍ରମରେ ୨୦୧୪ ନିର୍ବାଚନ ଅତିକ୍ରାନ୍ତ କରିଥିଲା। କିନ୍ତୁ ମୁଖ୍ୟ ବିରୋଧି ଦଳ ଭାବରେ ୨୦୧୯ରୁ ବିଜେପି ରାଜ୍ୟରେ ଆବିର୍ଭାବ ହୋଇ ସରକାରଙ୍କୁ ପ୍ରତି କ୍ଷେତ୍ରରେ ବିରୋଧ କରୁଥିଲା, ତଥାପି ବିଜେଡି ଜାତୀୟ ସ୍ତରରେ ମୋଦି ସରକାରଙ୍କ ପ୍ରତି ସମର୍ଥନ ପ୍ରଦାନରେ ଆଦୌ ଊଣା କରିନଥିଲା।

ଏହି କାର୍ଯ୍ୟ ଦ୍ୱାରା ଓଡ଼ିଶାରେ ବିଜେଡି ଶାସନ ପ୍ରତି ବିପଦ ହେବନାହିଁ ବୋଲି ନବୀନ ପଟ୍ଟନାୟକ ଧରିନେଇଥିଲେ। ଓଡ଼ିଶାର ବିପୁଳ ଖଣିଜ ସମ୍ପଦ ଦୃଷ୍ଟିରୁ ରାଜ୍ୟରେ ବଡ଼ ବଡ଼ କମ୍ପାନିଗୁଡ଼ିକ ଖଣି ଲିଜ୍ ସହିତ ଯେଉଁସବୁ ଶିଳ୍ପ ବିନିଯୋଗର ସୁଯୋଗ ସୃଷ୍ଟିକଲେ ସେହିମାନେ ଜାତୀୟ ସ୍ତରରେ ମୋଦି ଶାସନର ନିକଟବର୍ତ୍ତୀ ହୋଇଥିବା ଦୃଷ୍ଟିରୁ ସେମାନଙ୍କ ଜରିଆରେ ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେଡିର ବିଜୟ ପାଇଁ ବିଜେପି କେନ୍ଦ୍ର ନେତୃତ୍ୱ ସାହାଯ୍ୟ କରିବେ ବୋଲି ଧରି ନିଆଯାଇଥିଲା। ଏଣୁ ଦଳ ପକ୍ଷରୁ ଆଦର୍ଶଗତ ଭିତ୍ତିରେ କୌଣସି କାର୍ଯ୍ୟକ୍ରମ କରାନଯାଇ କେବଳ ବିକାଶ ନାମରେ କ୍ଷମତାର ଲୋଭ ଦେଖାଇ ଦଳକୁ ସମ୍ପ୍ରସାରିତ କରାଯାଇଥିଲା। ନବୀନ ପଟ୍ଟନାୟକଙ୍କର ବୟସ ଓ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧାର ପୂରା ଫାଇଦା ଉଠାଇ ତାଙ୍କର ବ୍ୟକ୍ତିଗତ ସଚିବ ଆଇଏସ୍ ଭିକେ ପାଣ୍ଡିଆନ୍ ବସ୍ତୁତଃ ବିଜେଡିର ପ୍ରକୃତ ନାୟକ ହୋଇଯାଇଥିଲେ। ସେହି କମ୍ପାନୀମାନଙ୍କ ସହାୟତାରେ ବିଜେପିର ଦ୍ୱିତୀୟ କ୍ଷମତାଶାଳୀ ଅମିତ୍ ଶାହଙ୍କ ସହିତ ତାଙ୍କର ସମ୍ପର୍କ ବି ହୋଇଯାଇଥିଲା। ନବୀନଙ୍କର ତାଙ୍କ ଉପରେ ସରକାରୀ କଳ ବ୍ୟତୀତ ରାଜନୈତିକ କାର୍ଯ୍ୟରେ ପୂର୍ଣ୍ଣବିଶ୍ୱାସ ଯୋଗୁ କମ୍ପାନୀମାନଙ୍କ ଜରିଆରେ ଦିଲ୍ଲୀ ନେତୃତ୍ୱ ସହିତ ତାଙ୍କର ଯେଉଁ ସମ୍ପର୍କ ସ୍ଥାପନ ହେଲା ତାହାକୁ ଏକ ବଡ଼ ରାଜନୈତିକ ସଫଳତା ଭାବରେ ନବୀନ ଧରିନେଲେ।

ଏହିକ୍ରମରେ ଗତ ନିର୍ବାଚନ ପୂର୍ବରୁ ବିଜେପି ସହିତ ବିଜେଡିର ମେଣ୍ଟ କଥାବାର୍ତ୍ତା ଓ ସେଥିରେ ଆହୁରି ବିଶ୍ୱାସ ସୃଷ୍ଟି କରିବା ପାଇଁ ନିର୍ବାଚନର ମାତ୍ର ୨ ମାସ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦ୍ୱିତୀୟ ଥର ପାଇଁ ବିଜେଡି ସମର୍ଥନ କରି ରାଜ୍ୟସଭାକୁ ପଠାଇଥିଲା। ଏହି ଘଟଣା ପ୍ରଭାବରେ ଭିକେ ପାଣ୍ଡିଆନଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରୁଦ୍ଧଦ୍ୱାର ସାକ୍ଷାତ ଆଲୋଚନା ଓ କିଛିଦିନ ପରେ ପାଣ୍ଡିଆନ୍ ସରକାରୀ ଚାକିରି ଛାଡ଼ି ବିଜେଡିରେ ଯୋଗଦେଇ ନିର୍ବାଚନ ପ୍ରଚାର ଅଭିଯାନରେ ବାହାରିବା ଅନେକ ବିସ୍ମୟ ସୃଷ୍ଟି କରିଥିଲା। ଭିକେ ପାଣ୍ଡିଆନ ବାସ୍ତବରେ ଅମିତ୍ ଶାହଙ୍କ ସହିତ କ’ଣ ଆଲୋଚନା କରିଥିଲେ ଓ ସେମାନଙ୍କ ଭିତରେ କି ପ୍ରକାର ବୁଝାମଣା ହୋଇଥିଲା ତାହା କାହାକୁ ଜଣାନଥିଲା। ବିଜେଡିର ନେତାମାନେ ଏ ସମ୍ପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିଲେ। ଏହି ବୁଝାମଣାର ବିସ୍ତୃତ ତଥ୍ୟ ଓ ସତ କଥା ହୁଏତ ନବୀନଙ୍କୁ ସେ କହିଥିଲେ କି ନାହିଁ ତାହା ଜଣାନାହିଁ। କିନ୍ତୁ ନବୀନ ମଧ୍ୟ ଧରି ନେଇଥିଲେ ଯେ, ବିଜେପି ସହିତ ଏକ ନିର୍ବାଚନ ମେଣ୍ଟ ହୋଇଯିବ। ସେଥିରେ ଲୋକସଭାରେ ବିଜେପି ସମ୍ପୂର୍ଣ୍ଣ ପ୍ରାଧାନ୍ୟ ପାଇବା ସହିତ ବିଧାନସଭାରେ ସେହି ଧରଣର ପ୍ରାଧାନ୍ୟ ବିଜେଡିକୁ ମିଳିବ। ସେହି ଲକ୍ଷ୍ୟରେ ନବୀନ ପଟ୍ଟନାୟକ ନିର୍ବାଚନ ଘୋଷଣାର ମାତ୍ର କିଛିଦିନ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜେପି ପକ୍ଷରୁ ଚଣ୍ଡିଖୋଲ ନିକଟରେ ହୋଇଥିବା ସଭା ଓ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗ ଦେଇଥିଲେ। ମୋଦିଙ୍କ ପାଖରୁ ଯେଉଁ ଇଙ୍ଗିତ ମିଳିଥିଲା ସେଥିରେ ମେଣ୍ଟ କଥାବାର୍ତ୍ତା ସଫଳ ହେବ ବୋଲି ଧରି ନିଆଯାଇଥିଲା। ନିର୍ବାଚନର ପ୍ରଚାର ଜନିତ ଶାରୀରିକ କଷ୍ଟ ବୋଧହୁଏ ନବୀନ ନେବାକୁ ପ୍ରସ୍ତୁତ ନଥିଲେ। ତେବେ ଶେଷରେ ମେଣ୍ଟ କଥାବାର୍ତ୍ତା ଭାଙ୍ଗିଗଲା।

ଆଶ୍ଚର୍ଯ୍ୟର କଥା ମେଣ୍ଟ ଭାଙ୍ଗିଯିବା ପରେ ମଧ୍ୟ ବିଜେଡିର ସମସ୍ତ ରଣକୌଶଳ ଓ ପ୍ରାର୍ଥୀ ମନୋନୟନ ଦାୟିତ୍ୱ ଭିକେ ପାଣ୍ଡିଆନ ଅତି ଚତୁରତାର ସହିତ ହାତକୁ ନେଇଗଲେ। ଏହି ପ୍ରାର୍ଥୀ ମନୋନୟନ କାର୍ଯ୍ୟରେ ପାଣ୍ଡିଆନଙ୍କୁ ଦଳୀୟ ନେତାମାନଙ୍କ ଅପେକ୍ଷା ଦୁଇଜଣ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହ ପ୍ରମୁଖ ଭାବରେ ସହଯୋଗ କରୁଥିଲେ। ବାସ୍ତବରେ ବିଜୁ ଜନତା ଦଳ ନିର୍ବାଚନ ପରିଚାଳନା ଓ ପ୍ରାର୍ଥୀ ମନୋନୟନ ଏହି ତ୍ରିମୂର୍ତ୍ତିଙ୍କ ହାତକୁ ଚାଲିଯାଇଥିଲା। ପାଣ୍ଡିଆନ୍ ଚାକିରୀରୁ ଇସ୍ତଫା ଦେଇ ନିର୍ବାଚନ ପ୍ରଚାରରେ ଅନ୍ୟ ନେତାମାନଙ୍କୁ ପଛରେ ପକାଇ ନବୀନଙ୍କ ଉତ୍ତରାଧିକାରୀ ଭାବରେ କାମ କରୁଥିବାର ଏକ ଧାରଣା ସୃଷ୍ଟି କରିଦେଲେ। କୁଟ୍ଟେ ଓ ଆଶିଷ ସିଂହ ସରକାରୀ ଅଧିକାରୀ ଭାବରେ ରହିଥିବାରୁ ବିଜେପି ନିର୍ବାଚନ ପ୍ରଚାରରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ପ୍ରମୁଖ ବିଷୟ ଭାବରେ ଉପସ୍ଥାପିତ କଲା।

ଶେଷରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ କୁଟ୍ଟେ ଓ ଆଶିଷ ସିଂହଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ। ଏହା ଭୋଟରମାନଙ୍କୁ ବେଶ୍ ପ୍ରଭାବିତ କଲା। ହେଲେ ପାଣ୍ଡିଆନଙ୍କ ନେତୃତ୍ୱାଧୀନ ଏହି ଅଣଓଡ଼ିଆ ଅଫିସରମାନେ ଅମିତ୍ ଶାହଙ୍କୁ ଦେଇଥିବା ବୁଝାମଣା ଅନୁସାରେ ବିଜେଡି ଲୋକସଭା ଉପରେ ଆଦୌ ଗୁରୁତ୍ୱ ନଦେଇ କେବଳ ବିଧାନସଭା ଉପରେ ନିଜକୁ ପର୍ଯ୍ୟବେସିତ କଲେ। କାରଣ ସେମାନଙ୍କର ବୋଧହୁଏ ବିଶ୍ୱାସ ଥିଲା ଯେ, ଲୋକସଭାରେ ବିଜେପି ଯଥେଷ୍ଟ ସଫଳତା ପାଇଲେ ମଧ୍ୟ ବିଧାନସଭା କ୍ଷେତ୍ରରେ ନବୀନଙ୍କ ଲୋକପ୍ରିୟତା ଓ ସରକାରୀ କାର୍ଯ୍ୟକ୍ରମ ଭିତ୍ତିରେ ବିଜେଡି ସରକାର ଚଳାଇବା ପାଇଁ ଆବଶ୍ୟକ ଆସନ ପାଇଯିବ। କିଛି ଆସନ କମିଗଲେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେପି ମିଳିତ ସରକାର ପାଇଁ ସହଜରେ ରାଜି ହୋଇଯିବ। କିନ୍ତୁ ଜନସାଧାରଣ ସେମାନଙ୍କର ପରିକଳ୍ପନାକୁ ଭଣ୍ଡୁର କରିଦେଲେ। ବିଜେପି ଲୋକସଭା କ୍ଷେତ୍ରରେ ୨୧ରୁ ୨୦ ଓ ବିଧାନସଭାରେ ନିଜସ୍ୱ ସରକାର ପାଇଁ ଆବଶ୍ୟକ ଆସନ ପାଇଗଲା। ଲୋକସଭାରେ ଓଡ଼ିଶାରୁ ୨୦ଟି ଆସନ ମିଳିନଥିଲେ ନରେନ୍ଦ୍ର ମୋଦୀ ହୁଏତ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା କଷ୍ଟକର ହୋଇଥାନ୍ତା। ଏହି କାର୍ଯ୍ୟରେ ପାଣ୍ଡିଆନଙ୍କ ନେତୃତ୍ୱାଧୀନ ଟିମ୍ ବୁଝାମଣା ଅନୁସାରେ କାମ କରିଥିବାରୁ ରାଜ୍ୟରେ ବିଜେପି ୬ ମାସ ଧରି ଶାସନ କଲାପରେ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ଟିମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଶ୍ରୀ କୁଟ୍ଟେ ଓ ଶ୍ରୀ ଆଶିଷ ସିଂହଙ୍କ ବିରୋଧରେ ନିର୍ବାଚନ ସମୟରେ କାର୍ଯ୍ୟାନୁଷ୍ଠାନ ସତ୍ୱେ ରାଜ୍ୟ ସରକାରଙ୍କୁ ପଚରା ନଯାଇ ସେମାନଙ୍କୁ କେନ୍ଦ୍ରକୁ ଡେପୁଟେସନରେ ନିଆଯାଇ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଛି। ଏହି ଦୁଇଜଣ ଅଲ୍ ଇଣ୍ଡିଆ କ୍ୟାଡର୍ ଅଫିସର୍ ଏଥିରେ ଖୁସିହେବା ସ୍ୱାଭାବିକ।

ଏବେ ପ୍ରଶ୍ନ ଉଠୁଛି ବିଜେଡି ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାମ କରିବାକୁ ହେଲେ କେଉଁପରି ଆଦର୍ଶଗତ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବ? ନବୀନଙ୍କ ବୟସ ଓ ସ୍ୱାସ୍ଥ୍ୟ ସମସ୍ୟା ସମସ୍ତଙ୍କୁ ଜଣାଅଛି। କିନ୍ତୁ ବିଜେଡିର ଏତେବର୍ଷର ଶାସନ ଭିତରେ ଦଳ କୌଣସି ଦ୍ୱିତୀୟ ଶ୍ରେଣୀର ନେତାଙ୍କୁ ବିଭିନ୍ନ ସ୍ଥାନରେ ଉପସ୍ଥାପିତ କରିନାହିଁ। ବରଂ ଯେଉଁ ଦ୍ୱିତୀୟ ଶ୍ରେଣୀର ନେତାମାନେ ବିଜେଡି ଗଢ଼ିବା ସମୟରେ ଥିଲେ ସେଥିମଧ୍ୟରୁ ଅନେକ ମୃତ୍ୟୁବରଣ କଲେଣି ଓ ଅନ୍ୟମାନଙ୍କର ଦଳରେ ସେପରି କୌଣସି ପ୍ରଭାବ ନାହିଁ। ଏହି ସମୟରେ ବିଜେଡି ଯଦି ଆଦର୍ଶଗତ ଭିତ୍ତିରେ ବିଜେପି ଠାରୁ ନିଜର ଭିନ୍ନତା ସହିତ ସ୍ୱତନ୍ତ୍ର ଆଭିମୁଖ୍ୟ ପ୍ରକାଶ ନକରେ ତେବେ କେବଳ ନବୀନଙ୍କୁ ନିର୍ଭର କରି ଦଳ କେତେ ଦିନ ଚାଲିପାରିବ? ଏହି ପ୍ରଶ୍ନ ବିଜେଡି ନେତାମାନେ ନିଜନିଜ ଭିତରେ ଆଲୋଚନା କରୁଥିଲେ ମଧ୍ୟ ବାହାରେ ପ୍ରକାଶ କରିପାରୁନାହାନ୍ତି। ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବରେ ଦଳ ଦସ୍ତଖତ ଦେଇନାହିଁ ଓ ଆବଶ୍ୟକ ପଡ଼ିଲେ ଜଗଦ୍ୱୀପ ଧନକରଙ୍କୁ ସମର୍ଥନ କରିବେ ବୋଲି ସୂଚାଇ ଦେଲାଣି। ଅର୍ଥାତ୍ ଲୋକସଭାରେ ଦଳର କୌଣସି ସଦସ୍ୟ ନଥାଇ ଓ ରାଜ୍ୟସଭାରେ ଦଳର ଦୁଇଜଣ ସଦସ୍ୟଙ୍କୁ ବିଜେପି ନିଜ ଦଳକୁ ନେଇଯାଇଥିଲେ ମଧ୍ୟ ବିଜେଡି କୌଣସି ଭାବରେ ଇଣ୍ଡିଆ ମେଣ୍ଟ ସହିତ ସାମିଲ ହେବାର ସୂଚନା ପ୍ରଦାନ କରିନାହିଁ। ତେଣୁ ଦଳର ଆଦର୍ଶଗତ ସଙ୍କଟ ବଢ଼ିବାରେ ଲାଗିଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିବା ବିଜୁ ଜନତା ଦଳ ବସ୍ତୁତଃ ଏକ ଆଦର୍ଶହୀନ ରୁଗ୍ଣ ଦଳରେ ପରିଣତ ହୋଇଛି।

ଫୋ- ୯୪୩୭୪୦୦୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story