ଭାରତର ଆଧୁନିକ ଯୁଗର ଉଦ୍‌ଘାଟକ ରାଜା ରାମମୋହନ ରାୟ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଊନ୍ନବିଂଶ ଶତାବ୍ଦୀର ଭାରତରେ, ଯାହାର ସାମାଜିକ ଓ ସାଂସ୍କୃତିକ ଜୀବନରେ ସେତେବେଳେ ଭୟଙ୍କର ଅନ୍ଧବିଶ୍ୱାସ, କୁସଂସ୍କାର ଭରି ରହିଥିଲା, ସେତିକିବେଳେ ଜଣେ ମହାନ୍ ବ୍ୟକ୍ତିତ୍ୱ ଜନ୍ମଲାଭ କରିଥିଲେ। ସେ ନିଜର ଅସାଧାରଣ ଜ୍ଞାନ, ବ୍ୟକ୍ତିତ୍ୱ ଏବଂ ଉଦ୍ୟମ ଜରିଆରେ ସେତେବେଳର ଭାରତୀୟଙ୍କ ମଧ୍ୟରେ ଏକ ନବଜାଗରଣ ସୃଷ୍ଟି କରି ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ବିଚାରକୁ ଏକ ଶକ୍ତ ଧକ୍କା ଦେବାକୁ ଐତିହାସିକ ଉଦ୍ୟମ କରିଥିଲେ। ସମାଜରେ ଥିବା ଜାତିବାଦ, ବାଲ୍ୟବିବାହ, […]

Raja Ram Mohan Roy

Raja Ram Mohan Roy

Debendra Prusty
  • Published: Tuesday, 24 May 2022
  • Updated: 24 May 2022, 06:51 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଊନ୍ନବିଂଶ ଶତାବ୍ଦୀର ଭାରତରେ, ଯାହାର ସାମାଜିକ ଓ ସାଂସ୍କୃତିକ ଜୀବନରେ ସେତେବେଳେ ଭୟଙ୍କର ଅନ୍ଧବିଶ୍ୱାସ, କୁସଂସ୍କାର ଭରି ରହିଥିଲା, ସେତିକିବେଳେ ଜଣେ ମହାନ୍ ବ୍ୟକ୍ତିତ୍ୱ ଜନ୍ମଲାଭ କରିଥିଲେ। ସେ ନିଜର ଅସାଧାରଣ ଜ୍ଞାନ, ବ୍ୟକ୍ତିତ୍ୱ ଏବଂ ଉଦ୍ୟମ ଜରିଆରେ ସେତେବେଳର ଭାରତୀୟଙ୍କ ମଧ୍ୟରେ ଏକ ନବଜାଗରଣ ସୃଷ୍ଟି କରି ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଓ ଅବୈଜ୍ଞାନିକ ବିଚାରକୁ ଏକ ଶକ୍ତ ଧକ୍କା ଦେବାକୁ ଐତିହାସିକ ଉଦ୍ୟମ କରିଥିଲେ। ସମାଜରେ ଥିବା ଜାତିବାଦ, ବାଲ୍ୟବିବାହ, ବହୁବିବାହ ଏବଂ ସର୍ବୋପରି ଅମାନୁଷିକ ସତୀଦାହ ପ୍ରଥା ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ କରିଥିଲେ। ସେହି ମହାନ୍ ବ୍ୟକ୍ତିତ୍ୱ ଆଉ କିଏ ନୁହଁନ୍ତି, ସେ ହେଉଛନ୍ତି ଭାରତୀୟ ନବଜାଗରଣର ଅନ୍ୟତମ ପୁରୋଧା, ମହାନ୍ ସମାଜ ସଂସ୍କାରକ ରାଜା ରାମମୋହନ ରାୟ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଭାଷାରେ ସେ ହେଉଛନ୍ତି ଭାରତର ଆଧୁନିକ ଯୁଗର ଉଦ୍‌ଘାଟକ।

ରାଜା ରାମମୋହନ ରାୟଙ୍କ ଜନ୍ମ, ୧୭୭୨ ମସିହା ମଇ ୨୨ ତାରିଖରେ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ରାଧାନଗରଠାରେ ହୋଇଥିଲା। ପିତା ରମାକାନ୍ତ ରାୟ ଓ ମାତା ତାରିଣୀ ଦେବୀଙ୍କର ସେ ଥିଲେ ମଝିଆଁ ପୁଅ। ଗାଁ ପାଠଶାଳାରେ ବଙ୍ଗଳାରେ ପ୍ରାଥମିକ ଶିକ୍ଷା ପାଇବା ପରେ ସେ ଆରବୀ ଓ ଫରାସୀ ଭାଷା ପଢ଼ିବାକୁ ପାଟନା ଯାଇଥିଲେ। ପରେ କାଶୀ ଯାଇ ସେ ସଂସ୍କୃତ ଭାଷା ମଧ୍ୟ ଅଧ୍ୟୟନ କରିଥିଲେ। ସଂସ୍କୃତରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିବା ଯୋଗୁଁ ସେ ବେଦ, ଉପନିଷଦ ସମେତ ହିନ୍ଦୁଧର୍ମର ସବୁ ଧର୍ମଗ୍ରନ୍ଥକୁ ପଢ଼ିବାରେ ଓ ତାକୁ ବୁଝିବାରେ ସକ୍ଷମ ହୋଇଥିଲେ। ତେବେ ଜ୍ଞାନ ଲାଭ କରିବା ପାଇଁ ତାଙ୍କର ଅଦମ୍ୟ ଇଚ୍ଛା ତାଙ୍କୁ ଇଂରାଜୀ ଭାଷା ଶିଖିବାକୁ ପ୍ରେରିତ କରିବା ସହିତ ସେ ତା’ରି ମାଧ୍ୟମରେ ପାଶ୍ଚାତ୍ୟ ସମାଜ ଓ ତା’ର ଦାର୍ଶନିକମାନଙ୍କୁ ଜାଣିବାରେ ଅନେକ ପରିମାଣରେ ସଫଳ ହୋଇଥିଲେ। ଆରିଷ୍ଟୋଟଲ, ପ୍ଳାଟୋ, ୟୁକ୍ଳିଅଡ଼୍ ଆଦି ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ଲେଖା ଓ ତତ୍ତ୍ୱ ତାଙ୍କର ବିଚାର ଉପରେ ଗଭୀର ପ୍ରଭାବ ପକାଇବା ସହ ଏକ ଉଦାର ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ବିକଶିତ କରିବାରେ ସହାୟକ ହୋଇଥିଲା।

ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କରିଥିଲେ ମଧ୍ୟ ରାମମୋହନ ପିଲାଟି ଦିନରୁ ହିଁ ପ୍ରଗତିଶୀଳ ଓ ଉଦାରବାଦୀ ବିଚାରର ଥିଲେ। କାଶୀରୁ ପାଠପଢ଼ା ସାରି ଘରକୁ ଫେରିବା ପରେ ସେ ହିନ୍ଦୁଧର୍ମର ପ୍ରଚଳିତ ପ୍ରତିମା ବା ମୂର୍ତ୍ତିପୂଜାକୁ ନାପସନ୍ଦ କରି ନିଜର ମତ ପ୍ରକାଶ କରିଥିଲେ। ମୂର୍ତ୍ତିକୁ ପାଷାଣର ଏକ ପୁତ୍ତଳିକା ମାତ୍ର ବୋଲି କହିବା ସହ ଖୋଲାଖୋଲି ଭାବେ ନିଜର ବିଚାରକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଦ୍ୱିଧା କରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ତାଙ୍କର ବୟସ ମାତ୍ର ଷୋହଳ ବର୍ଷ ଥିଲା। ଜ୍ଞାନ ଆହରଣ ସକାଶେ ସେ ଖୁବ୍ କମ୍ ବୟସରୁ ଦେଶର ବିଭିନ୍ନ ସ୍ଥାନକୁ ଏପରିକି ଦେଶ ବାହାରେ  ତିବ୍ବତକୁ ମଧ୍ୟ ଯାଇଥିଲେ। ନିଜର ଭ୍ରମଣ କାଳରେ ସେ ଅନେକ ବିଦ୍ୱାନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଫଳରେ ସମାଜକୁ ଭଲରୂପେ ବୁଝିବାରେ ତାଙ୍କ ପାଇଁ ସହଜ ହୋଇଯାଇଥିଲା। ଜଣେ ବିଜ୍ଞାନ ଓ ଆଧୁନିକତାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଭାବେ ସେ ପରିବାର ଓ ସମାଜରେ ରହିଥିବା ବ୍ରାହ୍ମଣବାଦୀ ରୀତିନୀତି, ରୁଢ଼ିବାଦୀ ସଂସ୍କୃତି ଓ ଧାର୍ମିକ କୁସଂସ୍କାରକୁ ଚିହ୍ନିତ କରିବା ସହିତ ସେସବୁର ଖୋଲାଖୋଲି ବିରୋଧ କରିଥିଲେ।

ସେତେବେଳେ ସମାଜରେ ସତୀପ୍ରଥା, ଜାତିପ୍ରଥା, ବାଲ୍ୟବିବାହ ଓ ବହୁବିବାହ ପ୍ରଥା ଆଦି ଅବୈଜ୍ଞାନିକ ଓ ଅମାନୁଷିକ ପ୍ରଥାଗୁଡ଼ିକର ପ୍ରଚଳନ ଥିଲା। ପ୍ରଥା ଓ ପରମ୍ପରା ନାଁରେ ଅତି କମ୍ ବୟସରେ ଝିଅମାନଙ୍କୁ ବୟସ୍କ ଲୋକଙ୍କୁ ବିବାହ କରାଇ ଦିଆଯାଉଥିଲା। ଯାହାଫଳରେ ଅନେକ ସମୟରେ ଝିଅଟି ଦୁନିଆକୁ ଭଲକରି ଜାଣିବା ଆଗରୁ ନିଜର ସ୍ୱାମୀକୁ ହରାଇ ବିଧବା ହୋଇଯାଉଥିଲା। ସେତେବେଳେ ସମାଜର ରକ୍ଷଣଶୀଳ ପରମ୍ପରା ନାଁରେ ତାକୁ ତା’ର ସ୍ୱାମୀର ମୃତ୍ୟୁ ପରେ ତାର ଚିତାରେ ବଳପୂର୍ବକ ଜୀଅନ୍ତା ପୋଡ଼ି ଦିଆଯାଉଥିଲା। ସତୀ ନହେଲେ ଲୋକଲଜ୍ଜାର ଶିକାର ହେବାର ଥିବାରୁ ଅନେକ ବିଧବା ମହିଳା ଅନିଚ୍ଛା ସତ୍ତ୍ୱେ ପତିର ଚିତାରେ ଡେଇଁବାକୁ ବାଧ୍ୟ ହେଉଥିବା ବେଳେ ଯେଉଁମାନେ ରାଜି ହେଉନଥିଲେ ସେମାନଙ୍କୁ ନିଶା ପିଆଇ ଅଚେତ କରାଇ ବଳପୂର୍ବକ ଜଳୁଥିବା ଚିତାରେ ବସାଇ ସତୀ କରାଯାଉଥିଲା। ସତୀଦାହ ନାମରେ ମହିଳାମାନଙ୍କ ଏଭଳି ଅମାନୁଷିକ ହତ୍ୟା ବିରୁଦ୍ଧରେ ରାମମୋହନ ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରିବା ସହ ଏହାକୁ ନିଷିଦ୍ଧ କରିବା ପାଇଁ ତତ୍କାଳୀନ ବ୍ରିଟିଶ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଥିଲେ। ତାଙ୍କର ଲଗାତାର ଉଦ୍ୟମ ଯୋଗୁଁ ହିଁ ୧୮୨୯ ମସିହା ଡିସେମ୍ବର ୪ ତାରିଖରେ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ସାର୍ ୱିଲିୟମ୍ ବେଣ୍ଟିକ୍ ଏକ ଆଇନ ପ୍ରଣୟନ କରି ସତୀଦାହ ପ୍ରଥାକୁ ଉଚ୍ଛେଦ କରିଥିଲେ। ତେବେ ତାଙ୍କର ଏହି ଉଦ୍ୟମ ଲାଗି ତତ୍କାଳୀନ ସମାଜ ଓ ଧର୍ମର ପୁରୋଧାମାନେ ତାଙ୍କୁ ଅତିଶୟ ଘୃଣା କରିବା ସହିତ ପ୍ରବଳ ବିରୋଧ କରିଥିଲେ। ତାଙ୍କୁ ହିନ୍ଦୁଧର୍ମର ବିରୋଧି ଏବଂ ନାସ୍ତିକ ବୋଲି ବି କୁହାଯାଇଥିଲା। ଏପରିକି ସେମାନେ ସଙ୍ଗଠିତ ଭାବେ ଇଂଲଣ୍ଡ ଯାଇ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଥିଲେ। କାଳେ ବ୍ରିଟିଶ ସରକାର ସେମାନଙ୍କ ଚାପରେ ଆଇନଟିକୁ ପ୍ରତ୍ୟାହାର କରିନେବେ, ସେହି ଆଶଙ୍କାରେ ରାମମୋହନ ମଧ୍ୟ ଇଂଲଣ୍ଡ ଯାଇ ତାକୁ ପ୍ରତ୍ୟାହାର ନକରିବାକୁ ଦାବି କରିଥିଲେ।

ହିନ୍ଦୁଧର୍ମରେ ରହିଥିବା ଭୟଙ୍କର ରକ୍ଷଣଶୀଳତା, ଜାତିପ୍ରଥା ଓ କୁସଂସ୍କାରକୁ ଦୂର କରିବା ପାଇଁ ସେ ଲଗାତାର ସଂଘର୍ଷ କରିଥିଲେ। ଜଣେ ଧାର୍ମିକ ସଂସ୍କାରକ ଭାବେ ସେ ହିନ୍ଦୁଧର୍ମର ବହୁ ଈଶ୍ୱରବାଦ, ମୂର୍ତ୍ତିପୂଜା ଏବଂ କୁସଂସ୍କାରର ବିରୋଧୀ ଥିଲେ। ଅତଏବ ଧର୍ମରେ ସଂସ୍କାର ଆଣି ତାକୁ ରକ୍ଷଣଶୀଳତା ଓ କୁସଂସ୍କାରରୁ ମୁକ୍ତ କରି ଅଧିକ ମାନବିକ ଓ ଉଦାର କରିବା ଲକ୍ଷ୍ୟରେ ସେ ଲଗାତାର ଉଦ୍ୟମ କରିଥିଲେ। ସମାଜରୁ ଜାତିବାଦ, ବିଧବାପ୍ରଥା, ବାଲ୍ୟବିବାହ, ବହୁବିବାହ, ପରଦା ପ୍ରଥା ଆଦିର ବିଲୋପ ଦିଗରେ ଲୋକଙ୍କୁ ସଚେତନ କରିବାକୁ ସେ ପ୍ରଥମେ ୧୮୧୪ ମସିହାରେ ଆତ୍ମିକ ସଭା ଓ ପରେ ନିଜର ସମଭାବାପନ୍ନ ବନ୍ଧୁ ଓ ସାଥିମାନଙ୍କୁ ନେଇ ବ୍ରାହ୍ମସଭା (ପରବର୍ତ୍ତୀ ସମୟରେ ତାହା ବ୍ରାହ୍ମସମାଜ ରୂପେ ପରିଚିତ) ଗଠନ କରିଥିଲେ। ୧୮୨୮ ମସିହାରେ ବଙ୍ଗଳାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ କମଳ ବସୁଙ୍କ ଘରେ ବ୍ରାହ୍ମ ସମାଜ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଅନେକ ଶିକ୍ଷିତ ଭାରତୀୟ ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତି ବ୍ରାହ୍ମସମାଜର ଆଦର୍ଶରେ ଦ୍ୱାରା ଆକର୍ଷିତ ହୋଇ ସେଥିରେ ସାମିଲ ହୋଇଥିଲେ।

ରାମମୋହନ ଭାରତର ସମାଜକୁ ଏକ ଆଧୁନିକ, ବିଜ୍ଞାନ ଆଧାରିତ ଏବଂ ପ୍ରଗତିଶୀଳ ସମାଜରେ ପରିଣତ କରିବାକୁ ଚାହୁଁଥିଲେ । ପାଶ୍ଚାତ୍ୟ ଦେଶମାନଙ୍କରେ ସେତେବେଳେ ହେଉଥିବା ଯୁଗାନ୍ତକାରୀ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ଦ୍ୱାରା ସେ ଅନେକ ପ୍ରଭାବିତ ହୋଇଥିଲେ। ସେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାର ସକାରାତ୍ମକ ମୂଲ୍ୟବୋଧଗୁଡ଼ିକୁ ଏକାଠି କରି ଏକ ଆଧୁନିକ ସମାଜ ଗଢ଼ିବାକୁ ସ୍ୱପ୍ନ ଦେଖୁଥିଲେ। ସେ ସମାଜରେ ଆଧୁନିକ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ। ଇଂରାଜୀ ଶିକ୍ଷାକୁ ଆଧୁନିକତାର ପ୍ରତୀକ ଭାବେ ବିଚାର କରି ସେ ଇଂରାଜୀ ଶିକ୍ଷାର ପ୍ରସାର ଚାହୁଁଥିଲେ। ସେତେବେଳେ ତାଙ୍କରି ଉଦ୍ୟମରେ ଅବିଭକ୍ତ ବଙ୍ଗ ପ୍ରଦେଶରେ ହିନ୍ଦୁ କଲେଜ (୧୮୧୭), ଆଙ୍ଗଲୋ-ହିନ୍ଦୁ ସ୍କୁଲ, ବେଦାନ୍ତ କଲେଜ (୧୮୨୫) ଓ ସ୍କଟିଶ୍ ଚର୍ଚ୍ଚ କଲେଜ ପରି ଅନେକ ସ୍କୁଲ କଲେଜ ପ୍ରତିଷ୍ଠା ହୋଇଥିଲା। ଜଣେ ସାମ୍ବାଦିକ ଭାବେ ମଧ୍ୟ ସେ ବିଭିନ୍ନ ପତ୍ରପତ୍ରିକାର ପ୍ରକାଶନ କରି ତାରି ମାଧ୍ୟମରେ ଜନଗଣଙ୍କୁ ସଚେତନ କରିବାକୁ ଚାହିଁଥିଲେ।

ସେ ସମାଜରେ ଲିଙ୍ଗଗତ ବିଦ୍ୱେଷର ବିରୋଧି ଥିଲେ। ତାଙ୍କର କାର୍ଯ୍ୟକ୍ରମ ମଧ୍ୟରେ ନାରୀଶିକ୍ଷାର ପ୍ରସାର, ବିଧବା ପୁନଃବିବାହ ଆଦି ପ୍ରମୁଖ ଥିଲା। ହିନ୍ଦୁଧର୍ମର ପ୍ରଚଳିତ ପରମ୍ପରା ଓ କୁସଂସ୍କାରକୁ ପ୍ରଶ୍ନ କରୁଥିବାରୁ ତାଙ୍କୁ ସେତେବେଳର ଧର୍ମର ପୁରୋଧାମାନେ କେତେବେଳେ ନାସ୍ତିକ ତ କେତେବେଳେ ଖ୍ରୀଷ୍ଟିୟାନ ବୋଲି ଆକ୍ଷେପ କରିବାକୁ ପଛେଇ ନଥିଲେ। ତେବେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ସେ ନିଜର ଲକ୍ଷ୍ୟପଥରେ ଅଟଳ ଥିଲେ। ତତ୍କାଳୀନ ମୋଗଲ ସମ୍ରାଟ ଆକବର ଶାହା ଦ୍ୱିତୀୟ (ବାହାଦୁର ଶାହାଙ୍କ ବାପା)ଙ୍କ ଦୂତ ଭାବେ ସେ ସେତେବେଳେ ଇଂଲଣ୍ଡ ଯାଇଥିଲେ। ସେ ହିଁ ତାଙ୍କୁ ରାଜା ବୋଲି ଉପାଧି ପ୍ରଦାନ କରିଥିଲେ। ୨୭ ସେପ୍ଟେମ୍ବର ୧୮୩୩ ମସିହାରେ  ୬୧ ବର୍ଷ ବୟସରେ ଇଂଲଣ୍ଡର ବ୍ରିଷ୍ଟଲଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏକ ଆଧୁନିକ, ବିଜ୍ଞାନସମ୍ମତ, ଭେଦଭାବହୀନ ତଥା ପ୍ରଗତିଶୀଳ ଭାରତର ନିର୍ମାଣ ପାଇଁ ଦୁଇ ଶତକ ପୂର୍ବେ ରାଜା ରାମମୋହନ ରାୟ ସ୍ୱପ୍ନ ଦେଖିଥିଲେ। ନିଜର ଜୀବନକାଳ ମଧ୍ୟରେ ସେ ସମସ୍ତ ପ୍ରତିବନ୍ଧକକୁ ସାମନା କରି ସେଦିଗରେ ଅନେକ କାର୍ଯ୍ୟ ମଧ୍ୟ କରିଥିଲେ। ଆଜି ସମାଜରେ ଥିବା ଧାର୍ମିକ ରୁଢ଼ିବାଦ, ସାମ୍ପ୍ରଦାୟିକତାବାଦ, ଜାତିଭେଦ ଓ ଲିଙ୍ଗଭେଦ ବିରୋଧରେ ଲଢ଼େଇ ସହ ଏକ ପ୍ରଗତିଶୀଳ ସମାଜ ଗଠନ ହିଁ ତାଙ୍କର ୨୫୦ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ପ୍ରକୃତ ଶଦ୍ଧାଞ୍ଜଳି ହେବ।

ଫୋନ :  ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story