ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ତାଲିକା ଦେବ କିଏ?

ରବି ଦାସ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ସୁପ୍ରିମୋ ବା ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟପାଇଁ ଦଳରୁ ବହିଷ୍କାର କରିଦେଇଥିବା ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ପୂର୍ବରୁ ଏପରି ଅଭିଯୋଗରେ ଯେଉଁମାନେ ଚିଟଫଣ୍ଡ ସହିତ ଜଡ଼ିତ ଥିବାର ଅଭିଯୋଗ ଆସି ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ସେମାନଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା। କିନ୍ତୁ ବହିଷ୍କାର କରାଯାଇନଥିଲା। ଅବଶ୍ୟ ବିଜୁ ଜନତା […]

pradeep

pradeep

Debendra Prusty
  • Published: Monday, 30 November 2020
  • Updated: 30 November 2020, 03:54 PM IST

Sports

Latest News

ରବି ଦାସ

ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ସୁପ୍ରିମୋ ବା ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟପାଇଁ ଦଳରୁ ବହିଷ୍କାର କରିଦେଇଥିବା ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ପୂର୍ବରୁ ଏପରି ଅଭିଯୋଗରେ ଯେଉଁମାନେ ଚିଟଫଣ୍ଡ ସହିତ ଜଡ଼ିତ ଥିବାର ଅଭିଯୋଗ ଆସି ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ସେମାନଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା। କିନ୍ତୁ ବହିଷ୍କାର କରାଯାଇନଥିଲା। ଅବଶ୍ୟ ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀ ବା ସୁପ୍ରିମୋଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ବଡ଼ ବଡ଼ ନେତାମାନଙ୍କୁ ଦଳରୁ ସିଧାସଳଖ ବହିଷ୍କାର କରିବାର ରେକର୍ଡ ଅନେକ ରହିଛି। ବିଜୟ ମହାପାତ୍ର, ସ୍ୱର୍ଗତ ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ଓ ଶେଷରେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଦଳରୁ ସିଧାସଳଖ ବହିଷ୍କୃତ ହୋଇଛନ୍ତି। ଏପରିକି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦଳରୁ ବହିଷ୍କୃତ ହୋଇଥିଲେ, ଯଦିଓ ପରେ ତାଙ୍କର ବହିଷ୍କାର ଆଦେଶ ଉଠାଇ ଦିଆଯାଇଛି। ସେହି କ୍ରମରେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବାହାରିଯିବା ପରେ ସରକାରରେ ଦୁର୍ନୀତି ନେଇ ସିଧାସଳଖ କିଛି ଅଭିଯୋଗ କରିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେଥିରେ ସେ ଗତ ନିର୍ବାଚନରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେବାପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ବିଜେପିରୁ ବାହାରିଆସି ପୁଣି ବିଜେଡିକୁ ଫେରିଯିବା ପାଇଁ ଅପେକ୍ଷା କରି ରହିଛନ୍ତି। ଅବଶ୍ୟ ଏହି କ୍ରମରେ ବୈଜୟନ୍ତ ପଣ୍ଡା ବିଜେଡିର ପାର୍ଲାମେଂଟ ସଦସ୍ୟ ଥିବା ସମୟରେ ତାଙ୍କ ପ୍ରତି ଦିଆଯାଇଥିବା ଆଭିମୁଖ୍ୟରେ ଅସନ୍ତୁଷ୍ଟ ହୋଇ ସାଂସଦ ପଦବୀରୁ ଇସ୍ତଫା ଦେଇ ନିଜକୁ ଦଳଠାରୁ ଦୂରେଇ ନେଇଥିଲେ। ପରେ ସେ ବିଜେପିରେ ଯୋଗଦେଇ ଗତ ନିର୍ବାଚନରେ ଲୋକସଭାରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ ମଧ୍ୟ ବିଜେପି ସହିତ ସେ ଦୃଢ଼ ଭାବରେ ରହିଛନ୍ତି ଓ ବିଜେପିର ଜାତୀୟ ଉପସଭାପତି ଭାବରେ କାର୍ଯ୍ୟ କରୁଛନ୍ତି।

କିନ୍ତୁ ପ୍ରଦୀପ ପାଣିଗ୍ରାହୀ କେବେ ବି ନବୀନ ପଟ୍ଟନାୟକଙ୍କ ବିରୋଧରେ ବା ନବୀନଙ୍କ ନେତୃତ୍ୱ ବିରୋଧରେ କାର୍ଯ୍ୟ କରିନାହାନ୍ତି। ଏପରିକି ଗତ ନିର୍ବାଚନରେ ମଧ୍ୟ ତାଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଦିଆଯାଇଥିବା ଦାୟିତ୍ୱକୁ ସେ ପାଳନ କରିଛନ୍ତି। ଦଳରୁ ବହିଷ୍କୃତ ହେବା ପରେ ପ୍ରଦୀପ ପାଣିଗ୍ରାହୀ ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଦଳ ପାଇଁ କ’ଣ ସବୁ କରିଥିଲେ ତା’ର ତାଲିକା ପ୍ରଦାନ କରିବା ସହିତ ଦଳ ଭିତରେ ଓ ସରକାରରେ କାର୍ଯ୍ୟକଳାପ ନେଇ ବହୁ ଲୋକଙ୍କ ଭିତରେ ଅସନ୍ତୋଷ ଥିବା ସତ୍ୱେ ନବୀନ ପଟ୍ଟନାୟକଙ୍କ ମୁହଁକୁ ଚାହିଁ କେହି  କିଛି କହିପାରୁନାହାନ୍ତି ବୋଲି ମତ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ନବୀନଙ୍କ ପ୍ରତି ତାଙ୍କର ଅନୁରକ୍ତି ରହିଛି। କିନ୍ତୁ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦଳ ଓ ସରକାର ସବୁକିଛି ଜଣେ ବ୍ୟକ୍ତି ପରିଚାଳନା କରୁଛନ୍ତି। ଏପରିକି ପ୍ରଶାସନରେ ମୁଖ୍ୟ ସଚିବଙ୍କ ମଧ୍ୟ କୌଣସି ଭୂମିକା ନାହିଁ। ସେ ନିର୍ଦ୍ଦିଷ୍ଟ ଭାବରେ ମୁଖ୍ୟମନ୍ତ୍ରୀଙ୍କ ସଚିବ କାର୍ତିକେୟନ ପାଣ୍ଡିଆନଙ୍କୁ ଲକ୍ଷ୍ୟକରି ଏହିସବୁ ମନ୍ତବ୍ୟ ଦେଇଥିବା ସହଜରେ ଅନୁମାନ କରିହେବ। ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ଭାବରେ କିଛି ବର୍ଷ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ତଦାରଖ କରୁଥିଲେ ଓ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ମଧ୍ୟ ହୋଇଥିଲେ ଗଞ୍ଜାମ ଜିଲ୍ଲା ପରି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ସଭାପତି ଭାବରେ ନବୀନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ନିଶ୍ଚିତ ଭଲଥିଲା। ସେହି ହିସାବରେ କାର୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ପ୍ରଦୀପଙ୍କ ସହିତ ଘନିଷ୍ଠ ମଧ୍ୟ ଥିବେ। ସେ ସମ୍ଭବତଃ ବିଜେଡିରେ ଜଣେ ବିଧାୟକ ଯିଏ କି ପାଣ୍ଡିଆନଙ୍କୁ ତାଙ୍କ ନାଁ ନେଇ ସମ୍ବୋଧନ କରନ୍ତି। ଏହିସବୁ କାରଣରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ସିଧାସଳଖ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯିବା ଫଳରେ ତାଙ୍କ ଜନବିରୋଧୀ କାର୍ଯ୍ୟ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ କ’ଣ ସବୁ ତଥ୍ୟ ରହିଛି ତାହା ଜାଣିବା ପାଇଁ ସାଧାରଣରେ ଆଗ୍ରହ ଦେଖାଦେଇଛି।

ପାଣିଗ୍ରାହୀଙ୍କ କହିବା ଅନୁସାରେ ରାଜ୍ୟର କୋଭିଡ୍ ପରିଚାଳନା ନେଇ ଦେଖାଦେଇଥିବା ଅବ୍ୟବସ୍ଥା ସଂପର୍କରେ ସେ ବରାବର ମୁଖ୍ୟମନ୍ତ୍ରୀଙ୍କୁ ଓ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଚିଠିକୁ ନେଇ ରାଜନୈତିକ ସ୍ତରରେ ଓ ଗଣମାଧ୍ୟମରେ ମଧ୍ୟ କିଛି ସମୟ ଆଲୋଚନା ହୋଇଥିଲେ ମଧ୍ୟ ସେ ଖୋଲାଖୋଲି ବାହାରେ କୌଣସି ମନ୍ତବ୍ୟ ଦେଇନଥିଲେ। ଯଦିଓ ତାଙ୍କ କାର୍ଯ୍ୟକଳାପ ଓ ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ୍ କରିବାର କାର୍ଯ୍ୟଯୋଗୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଦୀପ ପାଣିଗ୍ରାହୀ ଓ ପାଣ୍ଡିଆନଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେଲା ଭଲ ସଂପର୍କ ନଥିବା ବାହାରେ ଆଲୋଚିତ ହେଉଥିଲା। ଏହି ସମୟରେ ବର୍ତ୍ତମାନ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ିଥିବା ବନବିଭାଗର ବରିଷ୍ଠ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ କଳାକାରନାମା  ଓ କୋଟି କୋଟି ଟଙ୍କାର କଳାଧନ ନେଇ ଯେଉଁସବୁ ବିବରଣୀ ପ୍ରକାଶ ପାଇଛି ସେଥିରେ ପ୍ରଦୀପ ପାଣିଗ୍ରାହୀ ପରୋକ୍ଷ ଭାବରେ ଜଡ଼ିତ ହୋଇଯାଇଛନ୍ତି। କାରଣ ଆକାଶଙ୍କ ସହିତ ପ୍ରଦୀପ ପାଣିଗ୍ରାହୀଙ୍କ କନ୍ୟାର ବିବାହ ଚୂଡ଼ାନ୍ତ ହୋଇଥିଲା ଓ ଡିସେମ୍ବର ମାସରେ ଏହି ବାହାଘର କାର୍ଯ୍ୟ ସମାପ୍ତ ହୋଇଥାନ୍ତା। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭଲଭାବରେ ଅବଗତ ଥିଲେ। ଏହା ନିଶ୍ଚିତ ଯେ ଅଭୟ ପାଠକ ବ୍ରହ୍ମପୁରରେ ଥିବା ସମୟଠାରୁ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହିତ ତାଙ୍କର ଘନିଷ୍ଠତା ହୋଇଥିଲା ଓ ସେହି ଘନିଷ୍ଠତା ଭିତରେ ଅଭୟଙ୍କ ପୁଅ ଆକାଶ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କ ମଧ୍ୟରେ ଭଲପାଇବା ଦୃଢ଼ୀଭୂତ ହୋଇଥିଲା। ଅଭୟକାନ୍ତ ପାଠକ ଓ ଆକାଶଙ୍କ ପାଖରେ ବିପୁଳ ପରିମାଣର ଅର୍ଥ ଏବଂ ତାଙ୍କର ବିଭିନ୍ନ ବ୍ୟାଙ୍କରେ କାରବାର ଓ ବିଶେଷ ଭାବରେ ବ୍ରହ୍ମପୁର ବ୍ୟାଙ୍କରେ ତାଙ୍କ ଆକାଉଂଟକୁ ଆସିଥିବା ବିପୁଳ ଅର୍ଥର ସୂତ୍ର ଭିଜିଲାନ୍ସ ବିଭାଗ ନିଶ୍ଚିତ ଖୋଜୁଥିବ। ଆକାଶ ଯେଉଁ ଟାଟା ମୋଟର୍ସ କମ୍ପାନୀରେ ଏମଡି ଥିଲେ ବୋଲି କୁହାଯାଉଛି ଓ ସେହି ଅନୁସାରେ ଗତ ଏକବର୍ଷ ଭିତରେ ସେ ପ୍ରାୟ ୨୦ ଥର ବିଭିନ୍ନ ସ୍ଥାନକୁ ଚାର୍ଟର ପ୍ଲେନ୍‌ରେ ଯାଇଛନ୍ତି ତାହାର ପ୍ରକୃତ ରହସ୍ୟ ପରିଷ୍କାର ହୋଇନାହିଁ। ତେବେ ଚାକିରି ଦେବା ନାଁରେ ଗୋପାଳପୁର ଅଂଚଳରୁ ଅନେକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ କରାଯାଉଛି। କିନ୍ତୁ ଏହିସବୁ କ୍ଷେତ୍ରରେ ପ୍ରଦୀପ ପାଣିଗ୍ରାହୀଙ୍କର କିଛି ଭୂମିକା ଅଛି ନା ନାହିଁ ତାହା କୁହାଯାଇନାହିଁ। କିନ୍ତୁ ତାଙ୍କୁ ଜନବିରୋଧୀ କାର୍ଯ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଦଳରୁ ବହିଷ୍କାର କରିବା ଫଳରେ ଏକ ଧାରଣା ସୃଷ୍ଟି ହୋଇଛି ଯେ, ଏହିସବୁ ଟଙ୍କା ସଂଗ୍ରହ କରିବାରେ ପ୍ରଦୀପ ପାଣିଗ୍ରାହୀଙ୍କର ଏକ ଭୂମିକା ରହିଛି। କିନ୍ତୁ ସେହି ଦୃଷ୍ଟିରୁ ଅନୁମାନ କରି ଆଲୋଚନା କରିବା ଅପେକ୍ଷା ପ୍ରଦୀପ ପାଣିଗ୍ରାହୀଙ୍କର ଜନବିରୋଧୀ କାର୍ଯ୍ୟର ଏକ ତାଲିକା ଦିଆଯିବା ଉଚିତ।

ସାଧାରଣତଃ ଦଳରୁ ଯେଉଁମାନେ ବହିଷ୍କୃତ ହୁଅନ୍ତି ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ପ୍ରମାଣ ଅଛି ବୋଲି କୁହାଯାଏ। କିନ୍ତୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କୌଣସି ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ନାହିଁ। ବରଂ ପାଣିଗ୍ରାହୀଙ୍କ କହିବା ଅନୁସାରେ ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରିବା ପାଇଁ ଓ ଶଶି ବେହେରାଙ୍କୁ ଜିତାଇବା ପାଇଁ ସେ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ନିଜସ୍ୱ ସଂଗଠନ ନେଇ କାମ କରିଥିଲେ। ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ଅରୂପ ପଟ୍ଟନାୟକଙ୍କ ପାଇଁ କାମ କରି ସେ ଜିତିବାର ସମ୍ଭାବନା କମ୍ ଦେଖିବାରୁ ଶେଷ ମୁହୂର୍ତରେ ଖୋର୍ଦ୍ଧା ଆସନରୁ ଜିତୁ ମିତ୍ରଙ୍କୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଏଣୁ ପାଣିଗ୍ରାହୀ ଦଳ ବିରୋଧୀ କାର୍ଯ୍ୟ ପାଇଁ ନୁହେଁ, ଜନବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହୋଇଥିବା କୁହାଯାଇଛି। କିନ୍ତୁ ଏହି ଜନବିରୋଧୀ କାର୍ଯ୍ୟର ତାଲିକା ନେଇ କଳ୍ପନାଜଳ୍ପନା କରିବା ଅପେକ୍ଷା ଦଳର ସୁପ୍ରିମୋ ଏହା ବହିଷ୍କାର ଆଦେଶ ସହିତ ପ୍ରଦାନ କରିବା ଉଚିତ ଥିଲା। କାରାଣ ଅତୀତରେ ଯେଉଁମାନେ ଚିଟଫଣ୍ଡ କାରବାରରେ ସଂପୃକ୍ତ ଥିଲେ ଓ ଜେଲ୍ ଯାଇଥିଲେ ସେମାନଙ୍କୁ ଦଳରୁ ସସପେଣ୍ଡ କରାଯାଇ ପରେ ଦଳକୁ ଫେରାଇ ଅଣାଯାଇ ଗତ ନିର୍ବାଚନରେ ସେମାନଙ୍କ ପୁଅମାନଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ଏଣୁ ଜନବିରୋଧୀ କାର୍ଯ୍ୟର ସଂଜ୍ଞା କ’ଣ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହାର ଉତ୍ତର ବିଜେଡି ପକ୍ଷରୁ ଦିଆଯିବା ଉଚିତ। ବିଜେଡି ବସ୍ତୁତଃ ଗୋଟିଏ ଏକକ ଦଳ ହୋଇଥିବାରୁ ସେଠାରେ ଦଳରେ କିଏ ରହିବ ଓ କିଏ କ’ଣ ଦାୟିତ୍ୱ ନେବ ତାହା କେବଳ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି। ଗଣତାନ୍ତ୍ରିକ ପରମ୍ପରା ବା ବ୍ୟବସ୍ଥା ଦଳ ଭିତରେ ନାହିଁ। ଏପରିକି ଦଳରୁ ଜଣେ ବହିଷ୍କୃତ ହେବାର ନିୟମ ମଧ୍ୟ ପାଳନ କରାଯାଉନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story