Advertisment

ଭାରତୀୟ ବଂଶୋଦ୍ଭବ ନିକ୍କି ହାଲିଙ୍କ ଆମେରିକା ରାଷ୍ଟ୍ରପତି ସ୍ୱପ୍ନ: ହ୍ୱାଇଟ୍ ହାଉସ ଦେଖିବ ବାଦାମୀ ରଙ୍ଗର ଝିଅ

ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ୱନ୍ଦିତା ପାଇଁ ଘୋଷଣା କରିଥିବା ନିକ୍କି ହାଲି ଏହା କହିଛନ୍ତି ।

ଅଦ୍ୟତନ ହୋଇଛି
undefined

Nikki Haley

Advertisment

ହ୍ୱାଇଟ୍ ହାଉସ ଦେଖିବ ଜଣେ ମୂଳ ଭାରତୀୟ ବାଦାମୀ ରଙ୍ଗ ଝିଅର କମାଲ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ୱନ୍ଦିତା ପାଇଁ ଘୋଷଣା କରିଥିବା ନିକ୍କି ହାଲି ଏହା କହିଛନ୍ତି । ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି କହିଛନ୍ତି ଯେ, ସେ କଳା-ଧଳା ଦୁନିଆରେ ବଢ଼ିଛନ୍ତି। ମୂଳ ଭାରତୀୟ ଭାବେ ତାଙ୍କୁ ହ୍ୱାଇଟ୍‌ ହାଉସରେ ଦେଖିବା ପାଇଁ ଆମେରିକା ପ୍ରତିଜ୍ଞା କରିଛି। ମୁଁ ବି ଖୁବ ଅଶାବାଦୀ ବୋଲି ନିକ୍କି କହିଛନ୍ତି। ୫୧ ବର୍ଷୀୟ ହାଲି ସାଉଥ୍‌ କାରୋଲିନର ୨ ଥର ଗଭର୍ନର ଭାବେ ନିର୍ବାଚିତ ହୋଇଥିବା ବେଳେ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହିସାରିଛନ୍ତି। ବୁଧବାର ସାଉଥ୍‌ କାରୋଲିନାର ଏକ ମଞ୍ଚରେ ଭାଷଣ ଦେଇ ସେ କହଇଛନ୍ତି ଯେ, ମୁଁ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ, ଯେ ଆମ ସମୟର ଦର୍ଶନକୁ ବାସ୍ତବ ରୂପ ଦେଇପାରିବା। କାରଣ ମୋର ପୁରା ଜୀବନବ୍ୟାପି ହିଁ ମୁଁ ସେଇ ସ୍ୱପ୍ନ ଦେଖିଛି। ମୁଁ ଜଣେ ବାଦାମୀ ରଙ୍ଗର ଝିଅ ଭାବେ କଳା-ଧଳା ଦୁନିଆରେ ବଢ଼ିଛି। ମୋ ପ୍ରତି ସମର୍ଥନର ପ୍ରତିଜ୍ଞା ଆମେରିକାରେ ମୁଁ ଦେଖିଛି।

Advertisment

ଏହି ଅବସରରେ ସେ ଔପଚାରିକ ଭାବେ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରତିଦ୍ୱନ୍ଦିତା ଲାଗି ଘୋଷଣା କରିଛନ୍ତି। ତାଙ୍କ ଅଭିଭାଷଣରେ ହାଲି ଭାରତୀୟ ବଂଶୋଦ୍ଭବ ହୋଇଥିଲେ ମଧ୍ୟ ଜାତିସଂଘରେ ତାଙ୍କ ଅଭିଜ୍ଞତା ବଖାଣି ଗର୍ବ ଅନୁଭବ କରିଥିଲେ । ସେ କହିଥିଲେ ଯେ, ଆମେରିକା ଜାତିଆଣର ଦେଶ ନୁହେଁ । ଆମେରିକାର ଇତିହାସରେ ସେ ପ୍ରଥମ ସଂଖ୍ୟାଲଘୁ ମହିଳା ଗଭର୍ଣ୍ଣନର ବୋଲି କହିଛନ୍ତି। ଏହି ଅବସରେ ସେ ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରିଥିଲେ। ହାଲି କହିଥିଲେ ଯେ, ରାଷ୍ଟ୍ରପତି ଜୋ ବିଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଅଧୀନରେ ଏକ ଆତ୍ମ-ଘୃଣା ଆମ ଦେଶକୁ ଘାରିଛି। ପ୍ରତିଦିନ ଆମକୁ କୁହାଯାଉଛି ଯେ, ଆମେରିକା ତ୍ରୁଟିପୂର୍ଣ୍ଣ, ସଂକୀର୍ଣ୍ଣ ମନୋଭାବ ଏବଂ ଘୃଣାରେ ପରିପୂର୍ଣ୍ଣ। ଏପରିକି ଜୋ ବିଡେନ ଏବଂ କମଲା ଆମେରିକା ଏକ ଜାତିପ୍ରଥାର ଦେଶ ବୋଲି କହିଛନ୍ତି। ସତ୍ୟଠାରୁ କିଛି ଅଧିକ କୁହାଯାଇ ପାରେ ନାହିଁ । ହେଲେ ମୁଁ କହୁଛି ଆମେରିକା ଜାତିପ୍ରଥାର ଦେଶ ନୁହେଁ। ଏହା ମୁଁ ହିଁ ପ୍ରମାଣିତ କରି ଦେଖାଇବି ବୋଲି ସେ କହିଛନ୍ତି।

ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୂଳ ଭାରତୀୟ ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ତାଙ୍କୁ ଦଳ ମଧ୍ୟରେ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ବିବେଚନା କରାଯାଉଛି।

Advertisment

ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ରାଜ୍ୟପାଳ ଏବଂ ରାଷ୍ଟ୍ରଦୂତ ଭାବରେ ବହୁତ ଭଲ କାମ କରିଛନ୍ତି। ରାଜ୍ୟପାଳ ଭାବେ ମୁଁ ବେରୋଜଗାରୀ ସହିତ ଲଢୁଥିବା ଏକ ରାଜ୍ୟର ଆହ୍ୱାନକୁ ଗ୍ରହଣ କରି ଏହାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିଛି। ରାଷ୍ଟ୍ରଦୂତ ଭାବରେ, ମୁଁ ଆମେରିକାର ସମ୍ମାନକୁ ଦୁନିଆ ଆଗରେ ଶୀର୍ଷକୁ ନେଇଛି। ମୁଁ ଭାବୁଛି ମିଳିତ ଜାତିସଂଘରେ ଯାହା କରିବାକୁ ସକ୍ଷମ ତାହା ମୁଁ ଦର୍ଶାଇଛି। ହାଲି ୧୯୭୨ ମସିହାରେ କାର୍ଲୋନିଆର ଶିଖ ପିତାମାତା ଅଜିତ ସିଂ ରାନ୍ଧୱା ଏବଂ ରାଜ କୌର ରାନ୍ଧୱାଙ୍କ ନିକଟରୁ ଜନ୍ମ ହୋଇଥିଲେ। ପଞ୍ଜାବର ମୂଳ ବାସିନ୍ଦା ଅଜିତ ସିଂ ରାନ୍ଧୱା ଏବଂ ରାଜ କୌର ରାନ୍ଧୱା କାନାଡା ଏବଂ ପରେ ୧୯୬୦ରେ ଆମେରିକା ଗମନ କରିଥିଲେ । ଶିଖ ସମ୍ପ୍ରଦାୟର ହାଲି ପରବର୍ତ୍ତୀ ସମୟରେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ୧୯୯୬ରେ ମାଇକେଲ ହାଲିଙ୍କୁ ବିବାହ କରିଥିଲେ।

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe