Advertisment

ଲାହୋରରେ ସାଂଘାତିକ ବାୟୁ ପ୍ରଦୂଷଣ, ଭାରତକୁ ଦାୟୀ କଲା ପାକିସ୍ତାନ

ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ। ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ଅଣନିଶ୍ୱାସୀ ଲୋକେ। ଲାହୋରର ଏଭଳି ଅବସ୍ଥା ପାଇଁ ଭାରତକୁ ଦାୟୀ କଲେ ପାକିସ୍ତାନ ମନ୍ତ୍ରୀ।

air pollution in Lahore

air pollution in Lahore

Advertisment

ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ) ବଳୟରେ ପୂରା ସହର ଆଚ୍ଛାଦିତ ହେଲାଣି। ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ତେବେ ଲାହୋର ବାୟୁର ଏପରି ଅବସ୍ଥା ପାଇଁ ପାକିସ୍ତାନର ମନ୍ତ୍ରୀ ଭାରତକୁ ଦାୟୀ କରିଛନ୍ତି।

Advertisment

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ମାନକ ଜାରି କରିଛି। ଏହି ମାନକ ଅନୁସାରେ ଗୋଟିଏ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ “ପିଏମ୍ ୨.୫” (ଅତି ସୂକ୍ଷ୍ମ ଧୂଳିକଣା) ୧୫ ମାଇକ୍ରୋଗ୍ରାମରୁ ଅଧିକ ହେଲେ ସେହି ଅଞ୍ଚଳର ବାୟୁ ପ୍ରଦୂଷିତ ବୋଲି ଗ୍ରହଣ କରାଯିବ। ତେବେ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରରେ “ପିଏମ୍ ୨.୫”ର ମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୬୧୦ରେ ପହଞ୍ଚିଛି। ଫଳରେ ସମଗ୍ର ସହର ଘନ ଧୂମ୍ର କୁହୁଡ଼ି ବଳୟରେ ଆଚ୍ଛାଦିତ ହୋଇ ରହିଛି। ବାୟୁର ମାନ ଅତି ସାଂଘାତିକ ସ୍ତରରେ ପହଞ୍ଚିବାରୁ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି।

ରେକର୍ଡ ଭାଙ୍ଗୁଥିବା ପ୍ରଦୂଷଣ କାରଣରୁ ଲାହୋର କର୍ତ୍ତୃପକ୍ଷ “ଗ୍ରୀନ ଲକଡାଉନ୍” ଘୋଷଣା କରିଛନ୍ତି। ସୋମବାରଠାରୁ ଏକ ସପ୍ତାହ ପାଇଁ ସ୍କୁଲ ଛୁଟି ଘୋଷଣା କରାଯିବା ସହିତ ଉଭୟ ସରକାରୀ ଏବଂ ବେସରକାରୀ କମ୍ପାନୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଖୋଲାସ୍ଥାନରେ ରୋଷେଇ କରୁଥିବା ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ମଧ୍ୟ ସାମୟିକ ଭାବେ ବ୍ୟାନ କରାଯାଇଛି। 

Advertisment

ତେବେ ଲାହୋରରେ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଭାରତ ସହ କଥାବାର୍ତ୍ତା କରିବାକୁ ପଡ଼ିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ-ପଞ୍ଜାବର ଜଣେ ମନ୍ତ୍ରୀ ମାରିୟୁମ ଔରଙ୍ଗଜେବ। ସେ କହିଛନ୍ତି, 'ଭାରତ ସହ ଆଲୋଚନା ବିନା ପ୍ରଦୂଷଣଜନିତ ସମସ୍ୟାର ସମାଧାନ ଅସମ୍ଭବ।' ଏହା ସହିତ ସେ ଲାହୋରବାସୀଙ୍କୁ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି। ପଞ୍ଜାବର ଅନ୍ୟଜଣେ ଅଧିକାରୀ ରାଜା ଜାହାଙ୍ଗୀର ଅନୱର କହିଛନ୍ତି, 'ଭାରତରେ ନଡ଼ା ଜଳିବା- ବାୟୁ ପ୍ରଦୂଷଣର ପ୍ରମୁଖ କାରଣ।'

Lahore AQI Pakistan Air Pollution Lahore Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe