Advertisment

ଭଡ଼ାରେ ପାର୍ଟନର ନେଉଛନ୍ତି ଭିଏତନାମ ଯୁବତୀ, ପୁଅ ହ୍ୟାଣ୍ଡସମ୍ ଓ ରୋଷେଇ ଶିଖିଥିବା ଦରକାର

ବାପାମାଆ ବିବାହ ପାଇଁ ଚାପ ପକାଉଥିବାରୁ ଭଡ଼ାରେ ନେଉଛନ୍ତି ଟେମ୍ପରାରୀ ପାର୍ଟନର।

ଅଦ୍ୟତନ ହୋଇଛି
Young boy & girl

Young boy & girl

Advertisment

ବିବାହ ଏକ ସାମାଜିକ ପ୍ରଥା ଆଉ ଚାପ ବି। 'ଆପଣଙ୍କ ଝିଅ କେବେ ବାହା ହେବ, କାହିଁକି ବାହା ହେଉନି...?' ଆଦି ପ୍ରଶ୍ନର ଚାପ ପାଇଁ ଝିଅମାନେ ନିଜ କ୍ୟାରିଅର ଆଉ ସ୍ୱପ୍ନକୁ ବଳି ପକାଇବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଭିଏତନାମର ଝିଅମାନେ ଏହି ଚାପରୁ ବର୍ତ୍ତିବା ପାଇଁ ଆପଣାଉଛନ୍ତି ଭିନ୍ନ ଉପାୟ। ଭଡ଼ାରେ ପ୍ରେମିକ ନେଇ ବାପାମାଆଙ୍କ ସହ ଭାବି ଜ୍ୱାଇଁ ଭାବେ ଭେଟ କରାଉଛନ୍ତି।

Advertisment

ଏହା କେବଳ ସେମାନେ ସେମାନଙ୍କ ବାପାମାଆଙ୍କୁ ଆଶ୍ୱାସନା ଦେବା ପାଇଁ କରୁଛନ୍ତି। ରେଣ୍ଟରେ ନେଉଥିବା ପୁଅମାନଙ୍କ ସହ କଥାବାର୍ତ୍ତା କରି ବାପାମାଆଙ୍କୁ ଟେମ୍ପରାରୀ ପାର୍ଟନରଙ୍କ ସହ ଭେଟ କରାଉଛନ୍ତି ଏବଂ ଆଗକୁ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଥିବା କହୁଛନ୍ତି। ମାତ୍ର ସେମାନଙ୍କ ମଧ୍ୟରେ ସେପରି କୌଣସି ସମ୍ପର୍କ ରହୁନାହିଁ, ଏହା କେବଳ ଏକ ଅଭିନୟ ଭଳି କିଛି ସମୟ ପର୍ଯ୍ୟନ୍ତ।

ଏହି ଆଶ୍ୱାସନାରେ ଅଭିଭାବକମାନେ ମଧ୍ୟ ସନ୍ତୁଷ୍ଟ ହୋଇ ଯାଉଛନ୍ତି, ଆଗକୁ ବିବାହର ଚାପ ପକାଉନାହାନ୍ତି। ରେଣ୍ଟରେ ପାର୍ଟନର ନେବା ପାଇଁ ଯୁବତୀମାନେ କେତେକ ସର୍ତ୍ତ ମଧ୍ୟ ରଖୁଛନ୍ତି। ଯେଉଁ ପୁଅମାନଙ୍କୁ ଭଡ଼ାରେ ନେବେ, ସେମାନେ ଦେଖିବାକୁ ସୁନ୍ଦର ଏବଂ ରୋଷେଇ ଶିଖିଥିବା ଆବଶ୍ୟକ ବୋଲି ଡିମାଣ୍ଡ କରୁଛନ୍ତି।   

Advertisment

ରିପୋର୍ଟ ଅନୁସାରେ, ଭିଏତନାମାର ଜଣେ ୩୦ ବର୍ଷୀୟ ଯୁବତୀ ଠିକ୍ ଏହିପରି କରିଛନ୍ତି। ବାପାମାଆ ବିବାହ ଚାପ ପକାଉଥିବାରୁ ସେ ରେଣ୍ଟରେ ପାର୍ଟନର ନେବାକୁ ସ୍ଥିର କରିଥିଲେ। ଏଥିପାଇଁ ଜଣେ ଯୁବକଙ୍କୁ ରେଣ୍ଟରେ ନେଇ ଭାବି ଜ୍ୱାଇଁ ଭାବେ ପରିଚିତ କରାଇଥିଲେ। ଯୁବକ ଜଣକ ହ୍ୟାଣ୍ଡସମ୍ ଥିଲେ ଏବଂ ରୋଷେଇ କରିପାରୁ ଥିବାରୁ ବାପାମାଆ ପିଲାଟିକୁ ପସନ୍ଦ କରିଥିଲେ।  

ଖାନ ନଗୋକ ନାମକ ଅନ୍ୟ ଜଣେ ଯୁବତୀ ମଧ୍ୟ ସମାନ ତରିକା ଆପଣାଇଛନ୍ତି। ସେ ମଧ୍ୟ ଜଣେ ହ୍ୟାଣ୍ଡସମ୍ ଯୁବକଙ୍କୁ ରେଣ୍ଟରେ ନେଇ ବାପାମାଆଙ୍କୁ ଭାବି ଜ୍ୱାଇଁ ଭାବେ ପରିଚିତ କରାଇଥିଲେ। ଏହାପରେ ପରିବାର ସହ ତାଙ୍କର ସମ୍ପର୍କ ଦୃଢ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।   

ରେଣ୍ଟରେ ପାର୍ଟନର ନେବାର ଏହି ବ୍ୟବସାୟ ଚଳାଇଛନ୍ତି ହୁଇ ତୁଆନ ନାମକ ଜଣେ ୨୫ ବର୍ଷୀୟ ଯୁବକ। ସେ ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ, ଡେଟରେ ଯିବାପାଇଁ, ପାରିବାରିକ ଫଙ୍କସନରେ ଝିଅଙ୍କ ବାପାମାଆଙ୍କ ସହ ଭେଟିବା ପାଇଁ ଏବଂ ରୋଷେଇରେ ଇମ୍ପ୍ରେସ କରିବା ପାଇଁ ଟ୍ରେନିଂ ଦେଉଛନ୍ତି। 

ଏପରି ଟ୍ରେଣ୍ଡ ବୃଦ୍ଧି ପାଉଥିବାରୁ ବିଶେଷଜ୍ଞମାନେ ସମାଜ ଉପରେ ଏହାର ପ୍ରଭାବ ଏବଂ ବ୍ୟକ୍ତି ବିଶେଷଙ୍କ ଭାବପ୍ରବଣତା ଉପରେ ପଡ଼ିବାକୁ ଥିବା କୁପ୍ରଭାବ ଉପରେ ଚେତାବନୀ ଦେଇଛନ୍ତି।   

ଭିଏତନାମର ସାମ୍ବାଦିକତା ଏବଂ ଯୋଗାଯୋଗର ଜଣେ ଅନୁସନ୍ଧାନକାରୀ ନଗୁଏନ୍ ଥାନ୍ ନାଗ କହିଛନ୍ତି, "ଯୁବତୀମାନଙ୍କ ଏପରି ମିଛ ପ୍ରତିଶୃତି ବାବଦରେ ଯେତେବେଳେ ବାପାମାଆ ଜାଣିବେ, ସେବେ ସେମାନଙ୍କ ଭାବାବେଗ ଉପରେ ପ୍ରଭାବ ପଡିବା ସହ ସେମାନେ ବିଶ୍ୱାସ ହରାଇ ପାରନ୍ତି। ଏପରି ଭଡାରେ ପାର୍ଟନର ନେବା ମଧ୍ୟ ଆଇନଗତ ଭାବେ ସୁରକ୍ଷିତ ନୁହେଁ, ତେଣୁ ଯୁବତୀମାନଙ୍କୁ ଏଥିପ୍ରତି ବିଶେଷ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।"

ଭଡ଼ାରେ ପାର୍ଟନର ନେବାର ଏହି ଟ୍ରେଣ୍ଡ ସୋଶାଲ ମିଡିଆରେ ମଧ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଜଣେ ନେଟିଜେନ୍ସ କମେଣ୍ଟ କରି କହିଛନ୍ତି, "କ୍ୟାରିଅରରେ ସଫଳତା ବିନା ବିବାହ କରିବା ଅନେକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଭଡ଼ାରେ ପାର୍ଟନର ନେବା ଏକ ବିଜୟ, ଏହା ପରିବାର ଲୋକଙ୍କୁ ଖୁସି କରେ ଏବଂ ଯୁବତୀମାନଙ୍କ ଚାପକୁ ମଧ୍ୟ ହ୍ରାସ କରିଥାଏ।"

କିନ୍ତୁ ଅନ୍ୟ ଜଣେ ନେଟିଜେନ୍ସ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସେ ଏପରି ଟ୍ରେଣ୍ଡ ବାବଦରେ ଉଦବେଗ ପ୍ରକାଶ କରିଛନ୍ତି, ଏହା ମିଛ ବୋଲି ଜାଣିବା ପରେ ବାପାମାଆଙ୍କୁ କେତେ କଷ୍ଟ ଦେବ ତାହା ଭାବିବା କଷ୍ଟକର ବୋଲି ସେ କହିଛନ୍ତି। 

Vietnam Renting Boyfriend Temporary Partner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe