ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। କିନ୍ତୁ ନିଜର ଅନିୟମିତ ଜୀବନଶୈଳୀ ପାଇଁ ପ୍ରାୟ ଅଧିକାଂଶଙ୍କ ପ୍ରମୁଖ ସମସ୍ୟା ହେଉଛି, ମେଦବହୁଳତା ବା ମୋଟାପଣ। ଏହି ମୋଟାପଣରୁ ମୁକ୍ତି ପାଇବା ପାଇଁ ଓ ଫିଟ୍ ରହିବାପାଇଁ ଲୋକେ ନାନା ଉପାୟ ଆପଣାଉଛନ୍ତି। ଯୋଗ, ବ୍ୟାୟମ୍ ଆଦି ବିଷୟରେ ତ ସମସ୍ତେ ଜାଣିଥିବେ ଓ ଏହାର ଫାଇଦା ସମ୍ପର୍କରେ ମଧ୍ୟ ପ୍ରାୟ ସମସ୍ତେ ଅବଗତ ଥିବେ। ଆଜି ଆମେ ଆପଣଙ୍କୁ ଏରୋବିକ୍ସ ଓ ଏହାର ଉପକାରିତା ବିଷୟରେ ଜଣାଇବୁ।
ଆସନ୍ତୁ ଜାଣିବା, ଓଜନ କମାଇବାରେ କେମିତି ସହାୟକ ହୋଇଥାଏ ଏରୋବିକ୍ସ।
ଯଦି ଆପଣ ମୋଟାପଣ କମ୍ କରିବାକୁ ଚାହୁଁଛନ୍ତି, ତେବେ ଏରୋବିକ୍ସ ଆପଣଙ୍କ ପାଇଁ ସର୍ବଶ୍ରେଷ୍ଠ ଉପାୟ। ଏରୋବିକ୍ସ ଦ୍ୱାରା ନା କେବଳ ମୋଟାପଣ ଦୂର ହୁଏ, ବରଂ ଏହା ଶରୀରର ଅନେକ ରୋଗ ମଧ୍ୟ ଭଲ କରି ଦେଇଥାଏ। ଏରୋବିକ୍ସ ଏକ୍ସରସାଇଜ୍ ଶରୀରରୁ ୬୦ ପ୍ରତିଶତ କ୍ୟାଲୋରୀ କମ୍ କରିଥାଏ। ଅର୍ଥାତ୍ ୪୫ ମନିଟ୍ ଚାଲିଲେ ଆପଣ ନିଜ ଶରୀରରୁ ୨୫୦ କ୍ୟାଲେରୀ କମ୍ କରିପାରିବେ।
ବୟସ, ଲିଙ୍ଗ, ଶାରିରୀକ ଓଜନ ଓ କାର୍ଯ୍ୟକ୍ଷମତାକୁ ଧ୍ୟାନରେ ରଖି ଯଦି ସଠିକ୍ ଭାବେ କସରତ୍ କରାଯାଏ, ତେବେ ଆପଣ ୭୦୦ ଯାଏ କ୍ୟାଲୋରୀ ମଧ୍ୟ କମ୍ କରପାରିବେ।
ଏରୋବିକ୍ସ ଏକ ଶାରୀରିକ କସରତ୍ ଓ ଏହାକୁ ସମସ୍ତେ କରିପାରିବେ। ନିୟମିତ କସରତ୍, ଯେପରିକି ଚାଲିବା, ପହଁରିବା, କିମ୍ବା ସାଇକେଲ ଚଲାଇବା ମଧ୍ୟ ଏରୋବିକ୍ସ ଅନ୍ତର୍ଗତ।
ଏସବୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:
ଏରୋବିକ୍ସ ଆଣ୍ଠୁ ଉପରେ ପ୍ରଭାବ ପକାଇଥାଏ। ତେଣୁ ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ଦରଜ ଭଳି ସମସ୍ୟା ରହିଛି, ସେମାନେ ଭାରି ଏରୋବିକ୍ସ କରନ୍ତୁ ନାହିଁ।
ଯଦି ଆପଣ ସାପ୍ତାହିକ କସରତ୍ର ରୁଟିନ୍ ପ୍ରସ୍ତୁତ କରୁଛନ୍ତି, ତେବେ ସପ୍ତାହରେ ଏରୋବିକ୍ସ ୩ ଥର କରନ୍ତୁ।
ଏରୋବିକ୍ସ କରୁଥିବା ବ୍ୟକ୍ତିଙ୍କୁ ନିଜ ଡାଏଟ୍ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍। ଏମାନେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ବିଶେଷ କରି ଯେଉଁମାନେ ଓଜନ କମ୍ କରିବାକୁ ଚାହୁଁଛନ୍ତି, ସେମାନେ ପ୍ରୋଟିନ୍ ଓ ଫାଇବର୍ଯୁକ୍ତ ଖାଦ୍ୟ ଖାଇବା ଜରୁରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।