'ୱାଇନ୍‌ ଫେସିଆଲ୍‌'ରୁ ମିଳେ ଏମିତି ଫାଇଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଅନେକ ସେଲୁନ୍‌ ଏବଂ ସ୍ପାରେ ୱାଇନ୍‌ ଫେସିଆଲ୍‌ କରାଯାଉଛି। ଏହି ଫେସିଆଲ୍‌ ଦ୍ୱାରା ଆପଣଙ୍କ ମୁଁହ ସୁନ୍ଦର ଦେଖାଯିବା ସହ ଏହା ଚିକ୍କଣ ମଧ୍ୟ ହୋଇଥାଏ। ଆପଣ ଏହି ଫେସିଆଲ୍ ଘରେ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ ଭଲ ଗୁଣବତ୍ତା ଥିବା ରେଡ୍‌ ୱାଇନ୍‌ ଆବଶ୍ୟକ। କେମିତି କରିବେ ୱାଇନ୍ ପ୍ୟାକ୍‌ ଫେସିଆଲ୍‌ ଏବଂ ଏଥିରୁ କ’ଣ ଫାଇଦା ମିଳେ:ପ୍ରଥମେ ଆପଣ ମୁଁହକୁ ସଫା କରି ନରମ କପଡ଼ାରେ ପୋଛନ୍ତୁ। ଏହାପରେ […]

puspa2

puspa2

Puspanjali Panda
  • Published: Tuesday, 16 October 2018
  • Updated: 16 October 2018, 07:46 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଅନେକ ସେଲୁନ୍‌ ଏବଂ ସ୍ପାରେ ୱାଇନ୍‌ ଫେସିଆଲ୍‌ କରାଯାଉଛି। ଏହି ଫେସିଆଲ୍‌ ଦ୍ୱାରା ଆପଣଙ୍କ ମୁଁହ ସୁନ୍ଦର ଦେଖାଯିବା ସହ ଏହା ଚିକ୍କଣ ମଧ୍ୟ ହୋଇଥାଏ।
ଆପଣ ଏହି ଫେସିଆଲ୍ ଘରେ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କୁ ଭଲ ଗୁଣବତ୍ତା ଥିବା ରେଡ୍‌ ୱାଇନ୍‌ ଆବଶ୍ୟକ।

କେମିତି କରିବେ ୱାଇନ୍ ପ୍ୟାକ୍‌ ଫେସିଆଲ୍‌ ଏବଂ ଏଥିରୁ କ'ଣ ଫାଇଦା ମିଳେ:ପ୍ରଥମେ ଆପଣ ମୁଁହକୁ ସଫା କରି ନରମ କପଡ଼ାରେ ପୋଛନ୍ତୁ। ଏହାପରେ ଚାରି ଚାମଚ ରେଡ୍‌ ୱାଇନ୍‌ ସହ କିଛି ଲେମ୍ୱୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ମାଲିସ୍‌ କରନ୍ତୁ ଏବଂ ଏହାପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ।
ରେଡ୍‌ ୱାଇନ୍‌ ସହିତ ଆପଣ ଆଲୋଭେରା ଜେଲ୍‌ ମଧ୍ୟ ମିଶାଇ ପାରିବେ। ଏଥିପାଇଁ ପ୍ରଥମେ ଆପଣଙ୍କୁ ୱାଇନ୍‌ ସହ କିଛି ଆବଶ୍ୟକ ତେଲ ମିଶାଇବାକୁ ପଡ଼ିବ। ଏହାପରେ ରେଡ୍‌ ୱାଇନ୍‌ ଏବଂ ଆଲୋଭେରା ମିଶ୍ରଣ ପ୍ୟାକ୍‌କୁ ମୁହଁରେ ଲଗାଇ ଆଙ୍ଗୁଳିରେ ମାଲିସ୍‌ କରନ୍ତୁ। ମଥା, ଥୋଡ଼ି ଓ ଆଖି ତଳ ଭାଗରେ ଏହାକୁ ଭଲ ଭାବରେ ମାଲିସ୍‌ କରନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ମୁହଁରେ ରକ୍ତ ସଂଚାଳନ ମଧ୍ୟ ଭଲ ହୋଇଥାଏ।
ଏହା ବ୍ୟତୀତ ଆପଣ ଘରେ ରେଡ୍‌ ୱାଇନ୍‌ ସହିତ ଦହି ମିଶାଇ ପ୍ୟାକ୍‌ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହି ପ୍ୟାକ୍‌କୁ ମୁହଁରେ ମାଲିସ୍‌ କଲେ ଏଥିରୁ ମୁହଁ ଉଜ୍ଜ୍ୱଳ ରହିବା ସହ ଅଧିକ ଚିକ୍କଣ ମଧ୍ୟ ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos