/odisha-reporter/media/post_attachments/uploads/2019/12/fish2.jpg)
fish2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ବ୍ୟୁଟି ଟ୍ରିଟମେଣ୍ଟ ଭାବରେ ଫିଶ୍ ପେଡିକିଓର୍ ବହୁତ ଲୋକପ୍ରିୟ। ବିଭିନ୍ନ ମଲ୍, ସ୍ପା ଓ ସେଲୁନ୍ରେ ଏହି ଟ୍ରିଟମେଣ୍ଟ କରାଯାଉଛି। ବିଭିନ୍ନ ସ୍ଥାନରେ ଫିଶ୍ ପେଡିକିଓର୍ର ଲାଭ ବିଷୟରେ ମଧ୍ୟ କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ୟୁରୋପ, ଆମେରିକା ଓ କାନାଡ଼ା ପରି ଦେଶମାନଙ୍କରେ ଫିଶ୍ ପେଡିକିଓର୍ କରିବା କ୍ଷତିକାରକ ବୋଲି ବିଚାର କରି ବ୍ୟାନ୍ କରାଯାଇଛି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ପ୍ରକୃତରେ ଫିଶ୍ ପେଡିକିଓର୍ରେ ଗୋଟିଏ ପାଣି କୁଣ୍ଡରେ ପାଦକୁ ବୁଡ଼ାଇ ରଖିବାକୁ ପଡ଼ିଥାଏ। ଏଥିରେ ମାଛମାନଙ୍କୁ ଛଡ଼ା ଯାଇଥାଏ ଏବଂ ମାଛ ପାଦରେ ଥିବା ଡେଡ୍ ସେଲ୍କୁ ଖାଇଥା’ନ୍ତି। ଯାହାଦ୍ୱାରା ଆପଣଙ୍କ ସ୍କିନ୍ ଏକ୍ସଫୋଲିଏଟ୍ ହୋଇ ସ୍ମୁଥ୍ ଓ ସପ୍ଟ ହୋଇଥାଏ।
/odisha-reporter/media/post_attachments/wp-content/uploads/2019/12/fish1.jpg)
ଏହି ପେଡିକିଓର୍ ଦ୍ୱାରା ଇନ୍ଫେକସନ୍ର ବିପଦ ରହିଥାଏ। କାରଣ ମାଛମାନେ ନିଜ ସହିତ ବ୍ୟାକ୍ଟେରିଆ ନେଇ ଆସିଥା’ନ୍ତି। ଯେଉଁ ବ୍ୟାକ୍ଟେରିଆ ଇନ୍ଫେକସନ୍ ଓ ନିମୋନିଆର ଆଶଙ୍କା ସୃଷ୍ଟି କରିଥା’ନ୍ତି।
ଏହା ବ୍ୟତୀତ ପେଡିକିଓର୍ ଯେଉଁ ଟ୍ୟୁବ୍ରେ ହୋଇଥାଏ, ସେଥିରେ ମଧ୍ୟ ବ୍ୟାକ୍ଟେରିଆ ରହିଥା’ନ୍ତି। ଯଦି ଆପଣଙ୍କ ପାଦରେ କୌଣସି କଟାଦାଗ ରହିଛି, ତେବେ ଏହା ଗମ୍ଭୀର ଇନ୍ଫେକସନ୍ରେ ପରିଣତ ହୋଇପାରେ। ବେଳେବେଳେ ମାଛମାନେ ଡେଡ୍ ସେଲ୍କୁ ଖାଇବା ସମୟରେ ରକ୍ତ ମଧ୍ୟ ବାହାରିଥାଏ, ଯାହା ଇନ୍ଫେକସନ୍ର ଆଶଙ୍କାକୁ ଆହୁରି ବଢ଼ାଇଥାଏ। ତେଣୁ ଫିଶ୍ ପେଡିକିଓର୍ କରିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
