ଘରେ ପକାଇ ରଖନ୍ତୁନି ପୁରୁଣା ଜୋତା, ପିଛା ଛାଡ଼ିବନି ସମସ୍ୟା

ବାସ୍ତୁଶାସ୍ତ୍ର ମାଧ୍ୟମରେ ଅନେକ ଘରୋଇ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଏ। ଏଥିପାଇଁ କେବଳ କିଛି ବାସ୍ତୁ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ହୁଏ। ବାସ୍ତୁ ନିୟମଗୁଡ଼ିକୁ ମାନିଲେ ଘରେ ନକାରାତ୍ମକ ଶକ୍ତିଗୁଡ଼ିକର ପ୍ରଭାବ ହ୍ରାସ ପାଏ ଏବଂ ଏହା ସହିତ ସୁଖସମୃଦ୍ଧି ବୃଦ୍ଧି ପାଏ। ଆସନ୍ତୁ ଆଜି ଜାଣିବା ଏଭଳି କିଛି ବାସ୍ତୁ ନିୟମ ସଂପର୍କରେ। ୧. ଘରେ ପୁରୁଣା ଜୋତା ଅବା ଆଉ ବ୍ୟବହାର ହେଉ ନ ଥିବା ଜୋତା ରଖନ୍ତୁ ନାହିଁ। ସାଧାରଣତଃ […]

700

700

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 10:50 AM IST

Sports

Latest News

ବାସ୍ତୁଶାସ୍ତ୍ର ମାଧ୍ୟମରେ ଅନେକ ଘରୋଇ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଏ। ଏଥିପାଇଁ କେବଳ କିଛି ବାସ୍ତୁ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ହୁଏ। ବାସ୍ତୁ ନିୟମଗୁଡ଼ିକୁ ମାନିଲେ ଘରେ ନକାରାତ୍ମକ ଶକ୍ତିଗୁଡ଼ିକର ପ୍ରଭାବ ହ୍ରାସ ପାଏ ଏବଂ ଏହା ସହିତ ସୁଖସମୃଦ୍ଧି ବୃଦ୍ଧି ପାଏ। ଆସନ୍ତୁ ଆଜି ଜାଣିବା ଏଭଳି କିଛି ବାସ୍ତୁ ନିୟମ ସଂପର୍କରେ।

୧. ଘରେ ପୁରୁଣା ଜୋତା ଅବା ଆଉ ବ୍ୟବହାର ହେଉ ନ ଥିବା ଜୋତା ରଖନ୍ତୁ ନାହିଁ। ସାଧାରଣତଃ ଦେଖାଯାଏ ଲୋକେ ଜୋତା ଷ୍ଟାଣ୍ଡରେ ପୁରୁଣା ଜୋତା ପକାଇ ରଖନ୍ତି।  ଏହା ଦ୍ୱାରା ଘର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ସମସ୍ୟା ଯିବାର ନାଁ ଧରେନି। ସେହିଭଳି ବ୍ୟବହୃତ ଜୋତା ଓ ଚପଲ ଆଦିକୁ ସବୁବେଳେ ବ୍ୟବସ୍ଥିତ ଢଙ୍ଗରେ ଘରର ପଶ୍ଚିମ ଦିଗକୁ ମୁହଁ କରି ରଖନ୍ତୁ।

୨. ଘର ସମ୍ମୁଖରେ ବାଇକ୍‌, ସ୍କୁଟି ଓ ସାଇକେଲ୍‌ ଆଦି ରଖନ୍ତୁ ନାହିଁ।

୩. ଘରର ମୁଖ୍ୟ ଦ୍ୱାରରେ କେବେ କୌଣସି ଓଜନିଆ ବସ୍ତୁ ଝୁଲାଇ ରଖନ୍ତୁ ନାହିଁ।  ଏହାଦ୍ୱାରା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜିବ।

୪. ଘରର ଝରକା ଏବଂ କବାଟରେ ହାଲ୍‌କା ରଙ୍ଗର ପରଦା ଲଗାନ୍ତୁ। ବିଶେଷ କରି ନୀଳ ଓ ଗୋଲାପି ଭଳି ସକାରାତ୍ମକ ରଙ୍ଗର ପରଦାର ଉପଯୋଗ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos