କେମୋ ଥେରାପିକୁ ନେଇ ୧୦ଟି ନିହାତି ଜାଣିବା କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନ୍‌ସର୍‌ ଏକ ମାରାତ୍ମର ରୋଗ। ବିଭିନ୍ନ ପ୍ରକାରର କ୍ୟାନ୍‌ସର୍‌ ଅଛି। ତେଣୁ କ୍ୟାନ୍‌ସର୍‌ର ପ୍ରକାର ଅନୁସାରେ ଚିକିତ୍ସା କରାଯାଇଥାଏ। ସେଥିମଧ୍ୟରୁ ଗୋଟିଏ ଚିକିତ୍ସା ପଦ୍ଧତି ହେଉଛି ‘କେମୋ ଥେରାପି’। ସାଧାରଣତଃ କ୍ୟାନ୍‌ସର୍‌ ରୋଗୀମାନେ ‘କେମୋ ଥେରାପି’ କଥା ଶୁଣିଲେ ଭୟ କରନ୍ତି। ଏହା ଯନ୍ତ୍ରଣା ଦେଇଥାଏ ବୋଲି କୁହାଯାଏ। ତେବେ ଏହି ‘କେମୋ ଥେରାପି’ କ’ଣ, କ୍ୟାନ୍‌ସର୍‌ ରୋଗୀଙ୍କୁ କେଉଁ ସମୟରେ ଏହାକୁ ଦିଆଯାଇଥାଏ ଓ ଏହାକୁ ନେଇ ଥିବା ଭୁଲ୍ ଧାରଣା […]

cemo

cemo

Puspanjali Panda
  • Published: Saturday, 24 August 2019
  • Updated: 24 August 2019, 09:24 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନ୍‌ସର୍‌ ଏକ ମାରାତ୍ମର ରୋଗ। ବିଭିନ୍ନ ପ୍ରକାରର କ୍ୟାନ୍‌ସର୍‌ ଅଛି। ତେଣୁ କ୍ୟାନ୍‌ସର୍‌ର ପ୍ରକାର ଅନୁସାରେ ଚିକିତ୍ସା କରାଯାଇଥାଏ। ସେଥିମଧ୍ୟରୁ ଗୋଟିଏ ଚିକିତ୍ସା ପଦ୍ଧତି ହେଉଛି ‘କେମୋ ଥେରାପି’। ସାଧାରଣତଃ କ୍ୟାନ୍‌ସର୍‌ ରୋଗୀମାନେ ‘କେମୋ ଥେରାପି’ କଥା ଶୁଣିଲେ ଭୟ କରନ୍ତି। ଏହା ଯନ୍ତ୍ରଣା ଦେଇଥାଏ ବୋଲି କୁହାଯାଏ। ତେବେ ଏହି ‘କେମୋ ଥେରାପି’ କ’ଣ, କ୍ୟାନ୍‌ସର୍‌ ରୋଗୀଙ୍କୁ କେଉଁ ସମୟରେ ଏହାକୁ ଦିଆଯାଇଥାଏ ଓ ଏହାକୁ ନେଇ ଥିବା ଭୁଲ୍ ଧାରଣା ସଂପର୍କରେ ମେଡିକାଲ୍ ଅଙ୍କଲୋଜିଷ୍ଟ୍‌ ଡାକ୍ତର ସୁଶାନ୍ତ ପାଇକରାୟ କ’ଣ କହୁଛନ୍ତି ଜାଣନ୍ତୁ।

୧. କେମୋ ଥେରାପି କ’ଣ ?
ଏହା ଏକ ମେଡିସିନ୍‌। ଏହାକୁ ଏକାଧିକ ମେଡିସିନ୍‌ର ସମୂହ ବୋଲି ବି କୁହାଯାଇପାରେ।  କ୍ୟାନ୍‌ସର୍‌ ଟ୍ରିଟ୍‌ମେଣ୍ଟ୍‌ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କେମୋ କ୍ୟାନ୍‌ସର୍‌ ସେଲ୍‌ଗୁଡ଼ିକୁ ମାରି ଦେଇଥାଏ। ମେଡିସିନ୍‌ ଦ୍ୱାରା କ୍ୟାନସର୍‌ର ଯେଉଁ ଟ୍ରିଟମେଣ୍ଟ୍‌ ହୁଏ, ତାହାକୁ ‘କେମୋ ଥେରାପି’ କୁହାଯାଏ।

୨. ସବୁ କ୍ୟାନସର୍‌ ପାଇଁ କ’ଣ ଗୋଟିଏ ପ୍ରକାର କେମୋ ଥେରାପି ଥାଏ ?
କ୍ୟାନ୍‌ସର୍‌ର ବହୁତ କ୍ୟାଟେଗୋରୀ ରହିଛି। ସେହିପରି ‘କେମୋ ଥେରାପି’ର ମଧ୍ୟ ଏକାଧିକ କ୍ୟାଟେଗୋରୀ ରହିଛି। ଡାଇଗ୍ନୋସିସ୍‌ ପରେ ରୋଗୀକୁ କେଉଁ ପ୍ରକାର କେମୋ ଦିଆଯିବ, ତାହା ନିଷ୍ପତ୍ତି ନିଆଯାଇଥାଏ। ରୋଗୀର ଫିଟନେସ୍‌ ଓ କ୍ୟାନସରର ଲକ୍ଷଣକୁ ବିଚାର କରି କେଉଁ ପ୍ରକାର ‘କେମୋ ଥେରାପି’ ଦିଆଯିବ, ତାହା ଡାକ୍ତର ନିଷ୍ପତ୍ତି ନେଇଥା’ନ୍ତି।

୩. କ୍ୟାନସର୍‌ କେଉଁ ଷ୍ଟେଜ୍‌ରେ ‘କେମୋ ଥେରାପି’ ଦିଆଯାଏ ?
ଲାର୍ଜ ସାଇଜ୍‌ କ୍ୟାନସର୍‌ ହୋଇଥିଲେ, ସର୍ଜରୀ ନ କରି ‘କେମୋ ଥେରାପି’ ଦିଆଯାଇଥାଏ। ସର୍ଜରୀ ପୂର୍ବରୁ ଏବଂ ପରେ ମଧ୍ୟ ‘କେମୋ ଥେରାପି’ ଦିଆଯାଇଥାଏ। ଅପରେସନ୍‌ ପରେ କିଛି କିଛି କ୍ୟାନସର୍‌ ସେଲ୍‌ ଶରୀରରେ ଲୁଚି ରହିଯାଇଥାଏ, ତେଣୁ ସେମାନଙ୍କୁ ମାରିବା ପାଇଁ କେମୋ ଦିଆଯାଇଥାଏ। ସେହିପରି ଷ୍ଟେଜ୍‌ ୩ ଓ ୪ରେ ଯଦି ରୋଗୀର ଫିଟ୍‌ନେସ୍‌ ଭଲ ଥାଏ, ତେବେ ‘କେମୋ ଥେରାପି’ ଯୋଗେ ରୋଗୀକୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଜୀବିତ ରଖା ଯାଇପାରେ। ସେହିପରି ବ୍ଲଡ୍‌ କ୍ୟାନସର୍‌ର କୌଣସି ଷ୍ଟେଜ୍ ନଥାଏ। ସେମାନଙ୍କୁ ଚିକିତ୍ସା କଲେ ରୋଗ ସମ୍ପୂର୍ଣ୍ଣ ଭଲ ମଧ୍ୟ ହୋଇଥାଏ। ବ୍ଲଡ୍‌ କ୍ୟାନ୍‌ସର୍‌କୁ ‘କେମୋ ଥେରାପି’ ମାଧ୍ୟମରେ ଚିକିତ୍ସା କରାଯାଏ। ଅନ୍ୟ କିଛି ବ୍ଲଡ୍‌ କ୍ୟାନସର୍‌ ଟାବ୍‌ଲେଟ୍‌ ଦ୍ୱାରା ବି ଠିକ୍‌ ହୋଇଥାଏ।

୪. ‘କେମୋ ଥେରାପି’ କେବଳ ଭେନ୍‌ରେ ଦିଆଯାଏ କି ?
‘କେମୋ ଥେରାପି’ର କେବଳ ଇଞ୍ଜେକ୍‌ସନ୍‌ ନାହିଁ। ଏହାର ଟାବ୍‌ଲେଟ୍‌ ମଧ୍ୟ ଅଛି। ଇଞ୍ଜେକ୍‌ସନ୍‌କୁ କେବଳ ଭେନ୍‌ ନୁହେଁ ଚମଡ଼ା ତଳେ ବି ଦିଆଯାଇଥାଏ।

୫. ‘କେମୋ ଥେରାପି’ ନେଲେ ବାନ୍ତି ହୁଏ କି ?
କିଛି ରୋଗୀଙ୍କର ବାନ୍ତି ଅଧିକ ଏବଂ କିଛି ରୋଗୀଙ୍କର କମ୍‌ ବାନ୍ତି ହୋଇଥାଏ। ସେହିପରି କିଛି ରୋଗୀଙ୍କର ବିଲକୁଲ୍‌ ବାନ୍ତି ହୋଇ ନଥାଏ। ସବୁ ‘କେମୋ ଥେରାପି’ରେ ବାନ୍ତି ହୋଇ ନଥାଏ। ତେଣୁ ଏହି ବାନ୍ତିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କେମୋର ବିଭାଗୀକରଣ କରିଛି। କେମୋ ନେବା ପରେ ସଠିକ୍‌ ଔଷଧ ଖାଇଲେ ମାତ୍ର ୩ ପ୍ରତିଶତ ବାନ୍ତି ହୋଇଥାଏ। କିନ୍ତୁ ମେଡିସିନ୍ ନ ଖାଇଲେ ୯୦ ପ୍ରତିଶତ ବାନ୍ତି ହେବାର ସମ୍ଭାବନା ରହିଛି। ସେଥିପାଇଁ ‘କେମୋ ଥେରାପି’ ପରେ ମେଡିସିନ୍‌ ବାଧ୍ୟତାମୂଳକ ହୋଇଥାଏ।

୬. ‘କେମୋ ଥେରାପି’ ନେଲେ ଶରୀରରେ ଇନ୍‌ଫେକସନ୍‌ ହୁଏ କି ?
ଏହା କିଛି ମାତ୍ରାରେ ସତ, କିନ୍ତୁ ସମ୍ପୂର୍ଣ୍ଣ ସତ ନୁହେଁ। ତେବେ ଏଥିଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମି ନଥାଏ। କେମୋ ନେଲେ ହିମୋଗ୍ଲୋବିନ୍‌ କିମ୍ୱା ଶ୍ୱେତରକ୍ତକଣିକା ଓ ପ୍ଲେଟ୍‌ଲେଟ୍‌ କମି ଯାଇଥାଏ। ଏଥିପାଇଁ ସପୋର୍ଟିଭ୍‌ କେଆର୍ ଦିଆଯାଇଥାଏ। କିନ୍ତୁ ଇନ୍‌ଫେକସନ୍‌ ହେବା ଭୁଲ୍ ଧାରଣା।

୭. ‘କେମୋ ଥେରାପି ’ନେଲେ କେଶ ଉପୁଡ଼େ କି ?
କେମୋର କିଛି ମେଡିସିନ୍ ଅଛି, ଯାହା ହେଆର୍‌ ସେଲ୍‌କୁ ମାରି ଦେଇଥାଏ। କିଛି କେମୋ ଥେରାପିରେ ଅଳ୍ପ କେଶ ଝଡ଼ିଥାଏ ଏବଂ ଆଉ କିଛିରେ ବେଶି ଝଡ଼ିଥାଏ। ଯଦି ରୋଗୀର ସହିବା କ୍ଷମତା ଅଧିକ ଥାଏ, ତେବେ କେଶ ଉପୁଡ଼ି ନଥାଏ।

୮. ‘କେମୋ ଥେରାପି’ ନେଲେ ଓଜନ କମେ କି ?
ଏ ଧାରଣା ଭୁଲ୍‌। ସଠିକ୍ ଔଷଧ ଓ ଖାଦ୍ୟ ଖାଇଲେ ରୋଗୀଙ୍କର ଓଜନ କମି ନଥାଏ। ଅନେକ ସମୟରେ ଏହା ମଧ୍ୟ ଦେଖା ଯାଇଥାଏ ଯେ ସଠିକ୍ ଖାଦ୍ୟ ଖାଇଲେ ରୋଗୀର ଓଜନ ବଢ଼ିଥାଏ।

୯. ‘କେମୋ ଥେରାପି’ ନେବା ପରେ ମହିଳାମାନେ ମା’ ହୋଇପାରିବେ ନା ନାହିଁ ?
କିଛି ‘କେମୋ ଥେରାପି’ ଶରୀରରେ ଜର୍ମ ସେଲ୍‌କୁ ନଷ୍ଟ କରି ଦେଇଥାଏ। କିନ୍ତୁ ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଯେ କେମୋ ନେବା ପରେ ସେମାନଙ୍କ ମାସିକ ଋତୁସ୍ରାବ ଠିକ୍‌ ଭାବରେ ଆରମ୍ଭ ହୋଇଥାଏ। ଏପରିକି ୩ ରୁ ୪ ମାସ ମଧ୍ୟରେ ସେହି ମହିଳାଙ୍କର ପ୍ରଜନନ କ୍ଷମତା ମଧ୍ୟ ଫେରି ଆସିଥାଏ। କିନ୍ତୁ ୪୦ ବର୍ଷରୁ ଅଧିୟ ବୟସ ମହିଳାଙ୍କର ପ୍ରଜନନ କ୍ଷମତା ଆସି ନଥାଏ।

୧୦. କେମୋ ନେଲେ କ’ଣ ଶରୀରର ସବୁ ସେଲ୍ ନଷ୍ଟ ହୋଇଯାଏ?

କେମୋ ନେବା ପରେ ଶରୀରର ସମସ୍ତ ସେଲ୍‌ ଜଳି ଯାଇଥାଏ ବା ନଷ୍ଟ ହୋଇଯାଇଥାଏ ବୋଲି କିଛି ଲୋକଙ୍କର ଯେଉଁ ବିଶ୍ୱାସ ରହିଛି, ତାହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ‘କେମୋ ଥେରାପି’ ନେବାର ମାସେ ଦେଢ଼ ମାସ ପରେ ପୁଣି ଜଣେ ରୋଗୀ ସ୍ୱାଭାବିକ ଜୀବନଯାପନ କରିପାରିବ। ତେଣୁ ଏହାକୁ ନେଇ ଭୟଭୀତ ହେବା ଉଚିତ୍‌ ନୁହେଁ।

https://www.youtube.com/watch?v=yX02LHnk_Ck

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story