ଯେତେ ରୋଜଗାର କଲେ ବି ପାଖରେ ଟଙ୍କା ରହୁନାହିଁ କି ? ଆପଣାଇପାରିବେ ଏହି ୫ଟି ଉପାୟ

ଅଧିକ ଟଙ୍କା ରୋଜଗାର କରି ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ମାତ୍ର ଦେଖାଯାଏ ଅନେକ ଲୋକ ଭଲ ରୋଜଗାର କରୁଥିଲେ ବି ସେମାନଙ୍କ ପାଖରେ ଟଙ୍କା ରହେ ନାହିଁ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ସବୁବେଳେ ଅଭାବ ଅନଟନ ଲାଗି ରହୁଛି କି? ଏଥିପାଇଁ ଚିନ୍ତିତ ହେବାର କିଛି ନାହିଁ। ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ ଆପଣାଇଲେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ […]

sitting

sitting

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 11:33 AM IST

Sports

Latest News

ଅଧିକ ଟଙ୍କା ରୋଜଗାର କରି ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ମାତ୍ର ଦେଖାଯାଏ ଅନେକ ଲୋକ ଭଲ ରୋଜଗାର କରୁଥିଲେ ବି ସେମାନଙ୍କ ପାଖରେ ଟଙ୍କା ରହେ ନାହିଁ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ସବୁବେଳେ ଅଭାବ ଅନଟନ ଲାଗି ରହୁଛି କି? ଏଥିପାଇଁ ଚିନ୍ତିତ ହେବାର କିଛି ନାହିଁ। ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ ଆପଣାଇଲେ ଆର୍ଥିକ ସମସ୍ୟା ଦୂର ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।

- ଅଶୋକ ଗଛ ମୂଳର ଏକ ଛୋଟ ଅଂଶକୁ ଆଣି ପୂଜା କରୁଥିବା ସ୍ଥାନରେ ରଖିଦିଅନ୍ତୁ। ପ୍ରତିଦିନ ଏହି ମୂଳକୁ ପୂଜା କଲେ ଘରେ ଆଉ ଧନର ଅଭାବ ରହିବ ନାହିଁ ବୋଲି ବିଶ୍ୱାସ କରାଯାଏ।

- କୁବେର ଧନର ସ୍ୱାମୀ ବୋଲି ବିଶ୍ୱାସ ରହିଛି। କୁବେର ଦେବଙ୍କୁ ପୂଜା କରି କୁବେର ଯନ୍ତ୍ରକୁ ଆଲମିରାରେ ଟଙ୍କା ରଖୁଥିବା ସ୍ଥନରେ ରଖିଲେ ଆୟ ବୃଦ୍ଧି ହୋଇଥାଏ।

- ଘରର ଐଶାନ୍ୟ କୋଣରେ ଏକ ପାତ୍ରରେ ଲୁଣ ରଖିଦିଅନ୍ତୁ। ଧ୍ୟାନ ରଖିବେ ଲୁଣ ଯେପରି ପ୍ରତିମାସରେ ବଦଳାଇବେ।

- ରାତିରେ  ମୁଣ୍ଡ ପାଖରେ ତମ୍ୱା ପାତ୍ରରେ ପାଣି ରଖି ଶୋଇବା ଦ୍ୱାରା ଭଲ ନିଦ ହେବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଯାହା ଆପଣଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଥାଏ।

- ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ଛବି ରଖନ୍ତୁ ଅବା  ଓଁ ଲେଖନ୍ତୁ। ଏହା ଘର ପାଇଁ ଶୁଭ ହେବା ସହ ଧନ ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଆହୁରି ମଧ୍ୟ ପଢନ୍ତୁ: ଆପଣାନ୍ତୁ ଏହି ଉପାୟ, ପର୍ସ୍‌ରେ ସବୁବେଳେ ରହିପାରେ ଟଙ୍କା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos