ଖାଦ୍ୟ ଖାଇବାର ଠିକ୍‌ ସମୟ ଜାଣିରଖନ୍ତୁ, ପାଇବେ ଫାଇଦା...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ଆପଣ ଆଜି ପର୍ଯ୍ୟନ୍ତ ଶୁଣିଥିବେ ଯେ, ଫଳ ଆମ ଶରୀର ଲାଗି ଲାଭଦାୟକ ହୋଇଥାଏ।  ହଠାତ୍‌ ଦେହ ଖରାପ ହୋଇଗଲେ କିମ୍ୱା ଦୁର୍ବଳ ଅନୁଭବ କଲେ, ଡାକ୍ତର ଆମକୁ ଫଳ ଖାଇବାକୁ ଉପଦେଶ ଦେଇଥାନ୍ତି।  ବହୁତ ଲୋକ ଯେକୌଣସି ସମୟରେ ଫଳ ଖାଇ ଦେଇଥାନ୍ତି। କିନ୍ତୁ ଏହା ଶରୀର ଲାଗି ଭଲ ପରିବର୍ତ୍ତେ ହୋଇପାରେ ହାନିକାରକ।  ଆଜି ଜାଣିବା, କେଉଁ ଖାଦ୍ୟ କେଉଁ ସମୟରେ ଖାଇଲେ ଆମ ଶରୀରକୁ ଫାଇଦା ମିଳିଥାଏ। ସକାଳେ […]

fruits..

fruits..

Niharika Rout
  • Published: Tuesday, 21 May 2019
  • Updated: 21 May 2019, 08:25 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ଆପଣ ଆଜି ପର୍ଯ୍ୟନ୍ତ ଶୁଣିଥିବେ ଯେ, ଫଳ ଆମ ଶରୀର ଲାଗି ଲାଭଦାୟକ ହୋଇଥାଏ।  ହଠାତ୍‌ ଦେହ ଖରାପ ହୋଇଗଲେ କିମ୍ୱା ଦୁର୍ବଳ ଅନୁଭବ କଲେ, ଡାକ୍ତର ଆମକୁ ଫଳ ଖାଇବାକୁ ଉପଦେଶ ଦେଇଥାନ୍ତି।  ବହୁତ ଲୋକ ଯେକୌଣସି ସମୟରେ ଫଳ ଖାଇ ଦେଇଥାନ୍ତି। କିନ୍ତୁ ଏହା ଶରୀର ଲାଗି ଭଲ ପରିବର୍ତ୍ତେ ହୋଇପାରେ ହାନିକାରକ।  ଆଜି ଜାଣିବା, କେଉଁ ଖାଦ୍ୟ କେଉଁ ସମୟରେ ଖାଇଲେ ଆମ ଶରୀରକୁ ଫାଇଦା ମିଳିଥାଏ।

ସକାଳେ ଖାଆନ୍ତୁ ସେଓ : ସକାଳ ଜଳିଖିଆରେ ସେଓ ସାମିଲ କରିବା ଦ୍ୱାରା ମିଳିଥାଏ ବହୁ ଫାଇଦା। ଏଥିରେ ପୋକ୍ଟିନ ନାମର ତତ୍ତ୍ୱ ମହଜୁଦ ହୋଇଥାଏ, ଯାହା ରକ୍ତଚାପ ଓ କୋଲେଷ୍ଟରଲ କମାଇଥାଏ। ଏହାକୁ କେବେ ବି ରାତିରେ ଖାଇବା ଭୁଲ କରନ୍ତୁ ନାହିଁ। କାରଣ ରାତିରେ ସେଓ ଖାଇଲେ, ପୋକ୍ଟିନକୁ ପଚାଇବା ମୁସ୍କିଲ ହୋଇଯାଇଥାଏ ଓ  ଏସିଡିଟି ସମସ୍ୟା ଦେଖାଦେଇଥାଏ।

ମଧ୍ୟାହ୍ନ ପରେ ଖାଆନ୍ତୁ କଦଳି:  ସାଧାରଣତଃ ଲଞ୍ଚ ପରେ କଦଳି ଖାଇବା ଶରୀର ଲାଗି ହିତକର। ଏହା ଶରୀରର ଇମ୍ୟୁନିଟି  ବଢାଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବେ।

ସକାଳେ ଖାଆନ୍ତୁ ଆଳୁ:  ଆଳୁ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନକୁ ଯଥାସମ୍ଭବ ସକାଳ ଜଳଖିଆରେ ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ଏଥିରେ ହାଇକ୍ୟାଲୋରି ରହିଥାଏ । ଆଉ ରାତିରେ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ବି କ୍ଷୀପ୍ର ଗତିରେ ବଢିଥାଏ।

ଶୋଇବା ପୂର୍ବରୁ ପିଅନ୍ତୁ କ୍ଷୀର : ବିଛଣାକୁ ଯିବା ପୂର୍ବରୁ ଏକ ଗ୍ଲାସ କ୍ଷୀର ପିଇବା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ରାତିରେ ଭଲ ନିଦ ହୋଇଥାଏ। ଯଦି ଆପଣ ସକାଳେ ଜିମ୍‌ ଯାଉଛନ୍ତି ତା ହେଲେ ସକାଳେ ମଧ୍ୟ ଏହାକୁ ପିଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos