ଗ୍ରୀଷ୍ମ ପ୍ରବାହରେ ନିଜକୁ କିଭଳି ରଖିବେ ପ୍ରସ୍ତୁତ ? ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆକାଶରୁ ବର୍ଷୁଛି ନିଆଁ। ରୌଦ୍ର ତାପ ଓ ତାତିରୁ ନିସ୍ତାରୁ ମିଳୁ ନାହିଁ। ତେବେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । ଖରାକୁ ଯିବା ପୂର୍ବରୁ ଲୋକେ କିଛିଟା ବିଷୟ ପ୍ରତି ସତର୍କ ରହିବା ଉଚିତ । * ଖରାଦିନେ ଶରୀରରେ ଜଳୀୟ ଅଂଶ ମାତ୍ରା ପ୍ରଚୁର ରହିବା ଆବଶ୍ୟକ। * ପର୍ଯ୍ୟାପ୍ତ ପରିମାଣରେ ଲେମ୍ୱୁ ପାଣି, […]

Passport

Passport

Rakesh Mallick
  • Published: Friday, 29 May 2015
  • Updated: 27 April 2017, 05:28 PM IST

Sports

Latest News

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆକାଶରୁ ବର୍ଷୁଛି ନିଆଁ। ରୌଦ୍ର ତାପ ଓ ତାତିରୁ ନିସ୍ତାରୁ ମିଳୁ ନାହିଁ। ତେବେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଲୋକେ ବାହାରକୁ ବାହାରୁ ନାହାନ୍ତି । ଖରାକୁ ଯିବା ପୂର୍ବରୁ ଲୋକେ କିଛିଟା ବିଷୟ ପ୍ରତି ସତର୍କ ରହିବା ଉଚିତ ।

* ଖରାଦିନେ ଶରୀରରେ ଜଳୀୟ ଅଂଶ ମାତ୍ରା ପ୍ରଚୁର ରହିବା ଆବଶ୍ୟକ।

* ପର୍ଯ୍ୟାପ୍ତ ପରିମାଣରେ ଲେମ୍ୱୁ ପାଣି, ପଇଡ, ଥଣ୍ଡା ଚା’, କୋଲଡ କଫି, ବଟର ମିଲ୍ଲକ୍ ପିଅନ୍ତୁ। ଡାଇବେଟିସ୍ ରୋଗୀମାନେ ଏସବୁ ସାମଗ୍ରୀରେ ସୁଗାର ଫ୍ରି ମିଶାଇ ପିଇ ପାରିବେ।

* ତରକାରୀ କିମ୍ୱା ସାଲାଡରେ ମକା, ସ୍ୱିଟ କର୍ଣ୍ଣ ଖାଇବା ଉଚିତ। ମକାରେ ଆଣ୍ଟି ଅକ୍ସିଟେଣ୍ଟ ଥାଏ। ଯାହାକି ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ।

* ଆବଶ୍ୟକ ପରିମାଣର ଟମାଟୋ ଖାଆନ୍ତୁ ଏଥିରେ ଥିବା ଲିକୋପିନ୍ ତ୍ୱଚାକୁ ପୋଡାଜ୍ୱଳାରୁ ରକ୍ଷା କରେ।

* ସୂର୍ଯ୍ୟ କିରଣରୁ ରକ୍ଷା ପାଇବା ପାଇଁ ଭିଟାମିନ୍ ସି, ପୋଷକ ଭାବେ ଗ୍ରହଣ କରିବା ଉଚିତ। ମୁଖ୍ୟତଃ, କମଳା, ଲେମ୍ୱୁ ଇତ୍ୟାଦିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ରହିଥାଏ।

* ଆଣ୍ଟିଅକ୍ସିଡେଣ୍ଟ (ଭିଟାମିନ୍ ଏ,ସି,ଇ) ଖାଇବା ବଢାନ୍ତୁ।

* ଫୁଲକୋବି, ବନ୍ଧା କୋବି, କାକୁଡି ଭଳି ସବୁଜ ପରିବାରେ ପର୍ଯ୍ୟାପ୍ତ ପରିମାଣର ଜଳ ରହିଥାଏ। ଏହା ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ସ୍ଥିର ରହିଥାଏ।

* ସାଧାପାଣି ଦ୍ୱାରା ଜଳୀୟ ଅଂଶ ସନ୍ତୁଳିତ ହେଉନଥିବା ଲୋକେ ପାଣିରେ କମଳା ଓ ଲେମ୍ୱୁ ମିଶାଇ ପିଇବା ଉଚିତ।

* ଗ୍ରୀଷ୍ମରେ ଅଧିକ ଝାଳ ବାହାରିବା କାରଣରୁ ଶରୀରରୁ ଜଳୀୟଅଂଶ ସହିତ ସୋଡିୟମ ଓ ପଟାସିୟମ ଭଳି ଇଲେକଟ୍ରାଲାଇଟ୍ ମଧ୍ୟ ହ୍ରାସ ହୋଇଥାଏ। ତେଣୁ ପାଣି ସହିତ ପ୍ରଚୁର ଫଳ ଓ ପନିପରିବା ଖାଇବା ଉଚିତ।

* ସେହିପରି ଖରାରେ ବାହାରକୁ ବାହାରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୁଅନ୍ତୁ।

*ଦିନକୁ କେତେଥର ପରିସ୍ରା ଯାଉଛନ୍ତି ଓ ପରିସ୍ରାର ରଙ୍ଗ କିଭଳି ସେ ନେଇ ସଚେତନ ରୁହନ୍ତୁ। ଅତିକମରେ ପ୍ରତି ୨ ଘଣ୍ଟାରେ ଥରେ ପରିସ୍ରା ଯିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ପରିସ୍ରାର ରଙ୍ଗ ସ୍ୱଚ୍ଛ ରହିବା ଉଚିତ। ଯଦି ଏହା ଗାଢ ହଳଦିଆ କିମ୍ୱା କମଳା ରଙ୍ଗ ହୋଇଛି ତେବେ ସଙ୍ଗେସଙ୍ଗେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

*ନିଜକୁ ଶୋଷିଲା ଅନୁଭବ କଲେ,ଶରୀର ଅତିକମରେ ୧୫ ପ୍ରତିଶତ ଡିହାଇଡ୍ରେଟ୍ ହୋଇଥିବା ସୁନିଶ୍ଚିତ। ତେଣୁ ପାଣି ପିଇବାକୁ ଶୋଷ

ହେବା ଯାଏଁ ଅପେକ୍ଷା କରନ୍ତୁ ନାହିଁ।

*ସୂତା କପଡା ପିନ୍ଧନ୍ତୁ। ଏହା ଶରୀରକୁ ଆରାମ ଦେବାସହ ଆଦ୍ରତାକୁ ଗ୍ରହଣୀୟ କରିନେଇଥାଏ।

*ସବୁବେଳେ ଛାଇରେ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଫ୍ୟାନ୍ ବ୍ୟବହାର କରନ୍ତୁ।

*ଯଦି ଅତ୍ୟନ୍ତ ଗରମ ହେଉଛି ନିଜ କାର୍ଯ୍ୟକୁ କମ୍ କରିବାକୁ ଚେଷ୍ଟା କରନ୍ତୁ।

*ଦୁର୍ବଳ ଅନୁଭବ କଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

*ଆଲକୋହଲ କିମ୍ୱା ଅଧିକ ମିଠା ଥିବା ପାନୀୟ ପିଅନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos