ସ୍ଲିମ ଓ ଫିଟ୍ ରଖେ ନଡ଼ିଆ ତେଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଡ଼ିଆ ତେଲ ସାଧାରଣତଃ ଆମେ କେଶ ଏବଂ ତ୍ୱଚାରେ ଲଗାଇଥାଉ। ହେଲେ ଦକ୍ଷିଣ ଭାରତରେ ଲୋକେ ଏହାକୁ ଖାଇବା ତେଲ ଭାବେ ବ୍ୟବହାର କରିଥାନ୍ତି। ସଦ୍ୟ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି ନଡିଆ ତେଲକୁ ଦୈନଦିନ ଖାଦ୍ୟରେ ବ୍ୟବହାର କଲେ ବ୍ୟକ୍ତି ସୁସ୍ଥ ଓ ସତେଜ ରୁହେ।  ଏଥିସହ ଜଣେ ବ୍ୟକ୍ତି ଦୀର୍ଘାୟୁ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ନଡିଆ ତେଲର ଉପକାରିତା କ’ଣ ରହିଛି। ୧-ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ […]

coco

coco

Puspanjali Panda
  • Published: Tuesday, 12 March 2019
  • Updated: 12 March 2019, 08:47 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଡ଼ିଆ ତେଲ ସାଧାରଣତଃ ଆମେ କେଶ ଏବଂ ତ୍ୱଚାରେ ଲଗାଇଥାଉ। ହେଲେ ଦକ୍ଷିଣ ଭାରତରେ ଲୋକେ ଏହାକୁ ଖାଇବା ତେଲ ଭାବେ ବ୍ୟବହାର କରିଥାନ୍ତି। ସଦ୍ୟ ହୋଇଥିବା ଏକ ସର୍ଭେରୁ ଜଣାଯାଇଛି ନଡିଆ ତେଲକୁ ଦୈନଦିନ ଖାଦ୍ୟରେ ବ୍ୟବହାର କଲେ ବ୍ୟକ୍ତି ସୁସ୍ଥ ଓ ସତେଜ ରୁହେ।  ଏଥିସହ ଜଣେ ବ୍ୟକ୍ତି ଦୀର୍ଘାୟୁ ମଧ୍ୟ ହୋଇପାରେ।

ତେବେ ଆସନ୍ତୁ ଜାଣିବା ନଡିଆ ତେଲର ଉପକାରିତା କ'ଣ ରହିଛି।

୧-ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରରେ ମେଟାବୋଲିଜିମ୍‌ ମଜବୁତ ହୋଇଥାଏ। ଏହା ଯୋଗୁ ବୟସ ବୃଦ୍ଧି ହେବା ସତ୍ତ୍ୱେ ମଧ୍ୟ ଆପଣଙ୍କ ଶରୀରର ଓଜନ ବାଲାନ୍ସ ରହିଥାଏ। ଏହା ପେଟରେ ଚର୍ବି ଜମିବାକୁ ଦେଇ ନ ଥାଏ। ଫଳରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ଲିମ୍‌ ଓ ଫିଟ୍‌ ରହିଥାଏ।

୨- ଯଦି ଆପଣ ବଦହଜମୀର ଶିକାର ହେଉଛନ୍ତି, ତେବେ ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଏହି ତେଲ ଆପଣଙ୍କ ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିବା ସହିତ ବ୍ୟତୀତ ପେଟରେ ଖରାପ ବ୍ୟାକ୍ଟେରିଆ ସୃଷ୍ଟିକୁ ନିୟନ୍ତ୍ରଣ କରିଥାଏ।

୩-ଆଜିକାଲି ବହୁ ଲୋକ ହୃଦଘାତ୍‌ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଖାଦ୍ୟରେ  ନଡ଼ିଆ ତେଲ ବ୍ୟବହାର କଲେ ଶରୀରରେ ଗୁଡ୍‌ କୋଲେଷ୍ଟ୍ରୋଲ ତିଆରି ହୁଏ ଏବଂ ହୃଦଘାତର ଆଶଙ୍କା ଦୂର ହୋଇ।

୪- ନଡ଼ିଆ ତେଲ ବ୍ୟବହାର ଦ୍ୱାରା ହାଡ଼ ଓ ଦାନ୍ତ ମଧ୍ୟ ମଜଭୁତ ହୋଇଥାଏ। ଏହି ତେଲରେ ପ୍ରସ୍ତୁତ ଖାଦ୍ୟ ନିୟମିତ ଭାବେ ଖାଇଲେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରା ଶରୀରରେ ଠିକ୍‌ ରହିଥାଏ। ଯାହା ଯୋଗୁ ଆପଣଙ୍କୁ ଥଣ୍ଡା, ଆଜମା ପରି ରୋଗ ଦାଉରୁ ମଧ୍ୟ ମୁକ୍ତି ମିଳିଥାଏ।

୫-ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଏରାଲ ଓ ଆଣ୍ଟି ମାଇକ୍ରୋବିୟଲ ଆଦି ଗୁଣ ଭରପୁର ମାତ୍ରାରେ ମହଜୁଦ ଥାଏ। ଏହି ଗୁଣ ଶରୀର ଅନ୍ୟ ସମସ୍ତ ବ୍ୟାକ୍ଟେରିଆକୁ ନଷ୍ଟ କରି ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos