ଖଜୁରୀରେ ରହିଛି ଏମିତି ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍। ଫଳରେ ପ୍ରାକୃତିକ ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ଭରପୂର ଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ। ଖଜୁରୀ ଏପରି ଏକ ଫଳ,ଯାହା ନିୟମିତ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ବା ରକ୍ତ ବୃଦ୍ଧି ହୁଏ। ଖଜୁରୀରେ ମାଛ ଓ ମାଂସ ଠାରୁ ଅଧିକ ଶକ୍ତି ପ୍ରଦାନକାରୀ ତତ୍ତ୍ୱ ଭରପୂର ରହିଛି। ନିୟମିତ ଖଜୁରୀ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା […]

DATES

DATES

Chinmayee Roy
  • Published: Tuesday, 09 October 2018
  • Updated: 09 October 2018, 11:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍। ଫଳରେ ପ୍ରାକୃତିକ ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ଭରପୂର ଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ।

ଖଜୁରୀ ଏପରି ଏକ ଫଳ,ଯାହା ନିୟମିତ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ବା ରକ୍ତ ବୃଦ୍ଧି ହୁଏ। ଖଜୁରୀରେ ମାଛ ଓ ମାଂସ ଠାରୁ ଅଧିକ ଶକ୍ତି ପ୍ରଦାନକାରୀ ତତ୍ତ୍ୱ ଭରପୂର ରହିଛି। ନିୟମିତ ଖଜୁରୀ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ମଧ୍ୟ ଦୂର ହୋଇଥାଏ।

ଖଜୁରୀ ସେବନ ଦ୍ୱାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ। ୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ୍ ଶର୍କରା(Glucose) ଥାଏ। ଖଜୁରୀରେ କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍ ଏବଂ ଖଣିଜ ତତ୍ତ୍ୱ ଭରପୁର୍ ରହିଛି।

ଏବେ ଆସନ୍ତୁ, ଖଜୁରୀରେ ଥିବା ଅନ୍ୟ ଔଷଧୀୟ ଗୁଣ ସମ୍ପର୍କରେ ଜାଣିବା।

ହୃଦ୍‌ରୋଗୀଙ୍କ ପାଇଁ ଖଜୁରୀ ଏକ ବରଦାନ ସ୍ୱରୂପ। ଖଜୁରୀ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍‌ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଖଜୁରୀ ନିୟମିତ ଖାଇଲେ ମସ୍ତିଷ୍କର ଦୁର୍ବଳତା ଦୂର ହୁଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଏ।

ଖଜୁରୀ ମଞ୍ଜିକୁ ଶିଳରେ ବାଟି ମଥାରେ ଲେପ ଦେଲେ, ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ।

ରାତିରେ ୧୦ଟି ଖଜୁରୀକୁ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ।

ଯେଉଁ ମହିଳାଙ୍କର ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ସେମାନେ ପ୍ରତିଦିନ ସକାଳେ ୫ଟି ଏବଂ ରାତିରେ ୫ଟି ଖଜୁରୀ ଖାଇଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ।

ଖଜୁରୀରେ ପ୍ରଚୁର ପରିମାଣର କ୍ୟାଲ୍‌ସିୟମ୍ ରହିଛି। ତେଣୁ ଖଜୁରୀକୁ ଶିଳରେ ବାଟି ଛୋଟ ପିଲାଙ୍କୁ ଚଟାଇବା ଦ୍ୱାରା ପିଲାଙ୍କର ଦାନ୍ତ ମଜବୁତ୍ ହେବା ସହ ଶୀଘ୍ର ଦାନ୍ତ ଉଠିଥାଏ।

କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଭୋଗୁଥିଲେ ଖଜୁରୀ ଖାଆନ୍ତୁ। ଏଥିରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରି ପେଟ ସଫା କରିଥାଏ।

ନପୁଂସକତା ଦୂର ପାଇଁ ୪ରୁ ୫ଟି ଖଜୁରୀ ସହିତ ଡାଲଚିନି ଚୂର୍ଣ୍ଣ ମିଶାଇ ନିୟମିତ ଖାଇଲେ ଉପକାର ମିଳିଥାଏ।

ପରିସ୍ରାଜନିତ ସମସ୍ୟା ପାଇଁ ଖଜୁରୀ ପତ୍ର ରସ ସହ ମିଶ୍ରି ମିଶାଇ ସେବନ କଲେ, ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଖଜୁରୀରେ ଆଣ୍ଟି ଏଜିଂ ତତ୍ତ୍ୱ ରହିଛି। ଏଥିରେ ଥିବା ଭିଟାମିନ୍‌ ‘ସି’ ଏବଂ ‘ଡି’ ତ୍ୱଚା ସମ୍ୱନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ନିୟମିତ ଖଜୁରୀ ଖାଇବା ଦ୍ୱାରା ମୁହଁରେ କୁଞ୍ଚ ପଡ଼ି ନଥାଏ ଓ ମୁହଁ ଉଜ୍ୱଳ ଦେଖାଯାଏ।

ନିୟମିତ ଖଜୁରୀ ଖାଇଲେ ଭୋକ କମ୍‌ ଲାଗିଥାଏ। ଫଳରେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story