ରାଶି ତେଲରେ ରହିଛି ଏହି ସବୁ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଶି ତେଲରେ ଭିଟାମିନ୍‌ ଇ’, କ୍ୟାଲ୍‌ସିଅମ୍‌, ମ୍ୟାଗ୍ନେସିଅମ୍, ଫସ୍‌ଫରସ୍‌ ଓ ପ୍ରୋଟିନ୍‌ ଆଦି ଭରପୂର ରହିଛି। ଏହି କାରଣରୁ ରାଶି ତେଲ ଶରୀରରେ ହାଡ଼କୁ ମଜବୁତ୍‌ କରିବା ସହ କେଶ, ଚର୍ମ ଓ ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ସହ ଏହି ତେଲ ଶରୀରକୁ ଉଷ୍ମତା ମଧ୍ୟ ପ୍ରଦାନ କରିଥାଏ। ଏଥିପାଇଁ ରାଶି ତେଲକୁ ଶୀତଦିନେ ଲଗାଇବା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ତେଲକୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର […]

rasi1

rasi1

Puspanjali Panda
  • Published: Thursday, 17 January 2019
  • Updated: 17 January 2019, 07:24 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଶି ତେଲରେ ଭିଟାମିନ୍‌ ଇ', କ୍ୟାଲ୍‌ସିଅମ୍‌, ମ୍ୟାଗ୍ନେସିଅମ୍, ଫସ୍‌ଫରସ୍‌ ଓ ପ୍ରୋଟିନ୍‌ ଆଦି ଭରପୂର ରହିଛି। ଏହି କାରଣରୁ ରାଶି ତେଲ ଶରୀରରେ ହାଡ଼କୁ ମଜବୁତ୍‌ କରିବା ସହ କେଶ, ଚର୍ମ ଓ ଦାନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଏହା ସହ ଏହି ତେଲ ଶରୀରକୁ ଉଷ୍ମତା ମଧ୍ୟ ପ୍ରଦାନ କରିଥାଏ। ଏଥିପାଇଁ ରାଶି ତେଲକୁ ଶୀତଦିନେ ଲଗାଇବା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ତେଲକୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର ସହ ଛୋଟ ଶିଶୁଙ୍କୁ ଏହା ମାଲିସ୍‌ କଲେ, ଅନେକ ଫାଇଦା ମିଳିଥାଏ।
ଆସନ୍ତୁ ଜାଣିବା, ରାଶି ତେଲ କିପରି ଆମ ଶରୀର ପାଇଁ ଉପକାରୀ ହୋଇଥାଏ।

ଆଣ୍ଠୁଗଣ୍ଠି ପାଇଁ ଉପକାରୀ

ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ସେମାନେ ରାଶି ତେଲ ନିୟମିତ ମାଲିସ୍ କରନ୍ତୁ। ଏଥିରେ ଥିବା ଡାଇଟରୀ ପ୍ରୋଟିନ୍‌ ଓ ଏମିନୋ ଆସିଡ୍‌ ଆଣ୍ଠୁଗଣ୍ଠିକୁ ମଜବୁତ୍‌ କରିଥାଏ। ନବଜାତ ଶିଶୁଙ୍କୁ ଏହି ତେଲ ମାଲିସ୍ କରିବା ଦ୍ୱାରା ସେମାନଙ୍କ ଶରୀର ସଶକ୍ତ ହୋଇଥାଏ।
ଭିଟାମିନ୍‌ ଇ' ଓ ବି' ଥିବା ଯୋଗୁ ଏହା ସ୍କିନ୍‌ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ସ୍କିନ୍‌ ଗ୍ଲୋ କରିବା ପାଇଁ ରାଶି ତେଲ ଖୁବ୍‌ ସାହାଯ୍ୟ କରିଥାଏ।

ମାଂସପେଶୀକୁ ମଜବୁତ୍‌ କରେ

ଯେଉଁ ଲୋକମାନେ ଏକ୍ସସର୍‌ସାଇଜ୍‌ କରନ୍ତି, ସେମାନଙ୍କ ବଡି ଷ୍ଟ୍ରେଚ୍ ହେବା ଯୋଗୁ ସମସ୍ୟା ହୋଇଥାଏ। ଯଦି ଏହି ସମୟରେ ସେମାନେ ରାଶି ତେଲ ଶରୀରେ ମାଲିସ୍‌ କରିବେ, ତେବେ ଏଥିରୁ ଆରାମ ମିଳିଥାଏ। ଏଥିରେ ଥିବା ଆଇରନ୍‌, କ୍ୟାଲସିଅମ୍‌, ମ୍ୟାଗ୍ନେସିଅମ୍‌, ଜିଙ୍କ୍‌ ଓ ସିଲେନିୟମ୍‌ ମାଂସପେଶୀକୁ ମଜବୁତ୍‌ କରିଥାଏ।
ସକାଳେ ବ୍ରଶ୍ କରିବା ପରେ ରାଶି ଚୋବାଇ ଖାଇବା ଦ୍ୱାରା ଦାନ୍ତ ମଧ୍ୟ ମଜବୁତ୍‌ ହୋଇଥାଏ।

ଚିନ୍ତା ଦୂର କରେ

ରାଶି ତେଲରେ ଏପରି କିଛି ତତ୍ତ୍ୱ ରହିଛି, ଯାହା ଆପଣଙ୍କ ମାନସିକ ଚିନ୍ତା ଓ ଅବସାଦ ଦୂର କରିଥାଏ। ଯଦି ଶରୀରରେ କୌଣସି ଅଙ୍ଗ ଜଳି ଯାଇଛି, ତେବେ ରାଶିକୁ ବାଟି ଏଥିରେ ଘିଅ ଓ କର୍ପୂର ମିଶାଇ ପୋଡ଼ା ସ୍ଥାନରେ ଲଗାନ୍ତୁ। ଏପରି କଲେ ଘା’ ଶୀଘ୍ର ଶୁଖି ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos