Advertisment

ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣର ଘରୋଇ ଉପଚାର

ଭୁବନେଶ୍ୱର: ଦେଶରେ ମଧୁମେହ ରୋଗୀର ସଂଖ୍ୟା ଦିନକୁ ଦିନ ବଢ଼ି ଏବେ ବିପଦର ଘଣ୍ଟି ପରି ଅନୁଭୂତ ହେଲାଣି। ଏବେ ସମୟ ଆସିଛି ଏହି ଭୟଙ୍କର ରୋଗରୁ ନିଜକୁ ଦୂରେଇ ରଖିବାର। ଚିକିତ୍ସା ମାଧ୍ୟମରେ ମଧୁମେହ ସଂପୂର୍ଣ୍ଣ ଭଲ ହେବା କଷ୍ଟକର କିନ୍ତୁ ଡାକ୍ତରୀ ଓ କିଛି ଘରୋଇ ଚିକିତ୍ସାର ନିୟମିତ ସଠିକ୍ ଅବଲମ୍ବନ ଦ୍ୱାରା ରୋଗର ନିୟନ୍ତ୍ରଣ ନିଶ୍ଚିତ କରିପାରିବେ। ତେବେ ମଧୁମେହର ନିୟନ୍ତ୍ରଣ ପାଇଁ କ’ଣ ରହିଛି ଘରୋଇ ଉପଚାର, ଆସନ୍ତୁ ନଜର ପକାଇବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣର ଘରୋଇ ଉପଚାର

diabetes

ଭୁବନେଶ୍ୱର: ଦେଶରେ ମଧୁମେହ ରୋଗୀର ସଂଖ୍ୟା ଦିନକୁ ଦିନ ବଢ଼ି ଏବେ ବିପଦର ଘଣ୍ଟି ପରି ଅନୁଭୂତ ହେଲାଣି। ଏବେ ସମୟ ଆସିଛି ଏହି ଭୟଙ୍କର ରୋଗରୁ ନିଜକୁ ଦୂରେଇ ରଖିବାର। ଚିକିତ୍ସା ମାଧ୍ୟମରେ ମଧୁମେହ ସଂପୂର୍ଣ୍ଣ ଭଲ ହେବା କଷ୍ଟକର କିନ୍ତୁ ଡାକ୍ତରୀ ଓ କିଛି ଘରୋଇ ଚିକିତ୍ସାର ନିୟମିତ ସଠିକ୍ ଅବଲମ୍ବନ ଦ୍ୱାରା ରୋଗର ନିୟନ୍ତ୍ରଣ ନିଶ୍ଚିତ କରିପାରିବେ। ତେବେ ମଧୁମେହର ନିୟନ୍ତ୍ରଣ ପାଇଁ କ’ଣ ରହିଛି ଘରୋଇ ଉପଚାର, ଆସନ୍ତୁ ନଜର ପକାଇବା ସେ ସଂପର୍କିତ କିଛି ତଥ୍ୟ ଊପରେ।

Advertisment

ଅଅଁଳା: ଅଅଁଳାରେ ଭିଟାମିନ୍‌ ସି ରହିଛି ଯାହା ପାନକ୍ରିଆରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଏହାକୁ ଅଧିକ କାର୍ଯ୍ୟକ୍ଷମ କରାଏ। କିଛି ଅଅଁଳାକୁ ଭଲ ଭାବେ ଗ୍ରାଇଡିଂ କରି ଦୁଇ ଚାମଚ ରସକୁ ଏକ ଗ୍ଲାସ ପାଣି ଗୋଳାଇ ଖାଲି ପେଟରେ ପିଇପାରିବେ।

ତୁଳସୀ ପତ୍ର: ତୁଳସୀରେ ପ୍ରଚୁର ପାରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରାକୁ କମ୍‌ କରେ। ପ୍ରତିଦିନ ଖାଲି ପେଟରେ କିଛି ତୁଳସୀ ପତ୍ର ଚୋଇବା ଖାଇବା ଦ୍ୱାରା ମଧୁମେହରେ ନିୟନ୍ତ୍ରଣ ଅସେ।

Advertisment

ଡାଲଚିନି: ପ୍ରାଚୀନ କାଳରୁ ଡାଲଚିନିର ପ୍ରୟୋଗ ଔଷଧ ଓ ରୋଷେଇର ମସଲା ପ୍ରସ୍ତୁତିରେ ହୋଇ ଆସୁଛି। ତେବେ ଡାଲଚିନିର ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ଲାଭପ୍ରଦ ହୁଏ। ଏହା ମଧ୍ୟ ରକ୍ତରେ ଶର୍କରାର ମାତ୍ରା ବଢ଼ିଲେ ତାହାକୁ କମ୍‌ କରାଏ।  ପ୍ରତିନିଦର ଖାଦ୍ୟ ପ୍ରସ୍ତୁତିରେ କିଛି ଡାଲଚିନ୍‌ର ବ୍ୟବହାର କରିନ୍ତୁ।

ସଜନା ଶାଗ: ଅଧଗ୍ଲାସ ସଜନା ଶାଗର ରସକୁ ସକାଳେ ଖାଲି ପେଟରେ ପିଇବା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ।

ନିମ ପତ୍ର: ନିମ ପତ୍ରର ରସକୁ ଖାଲି ପେଟରେ ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ମାତ୍ରାର ନିୟନ୍ତ୍ରଣ ରଖେ।