Advertisment

ଗର୍ଭବତୀମାନେ ଆଳୁ ଖାଇବା ଉଚିତ କି ନୁହେଁ?

ଗର୍ଭାବସ୍ଥାରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼େ। ଏହି ସମୟରେ ବେଳେ ବେଳେ ଅନେକ ମହିଳା ଖାଇବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାଆନ୍ତି। ତା’ର ମୁଖ୍ୟ କାରଣ ହେଉଛି ବିଭିନ୍ନ ଲୋକଙ୍କ ଠାରୁ ସେମାନେ ଏନେଇ ବିଭିନ୍ନ ପ୍ରକାର କଥା ଶୁଣନ୍ତି। କିଏ କହେ ଏଇଟା ଖାଇବ କିଏ କହେ ସେଇଟା ଖାଇବ ନାହିଁ। ଅନ୍ୟାନ୍ୟ କିଛି ଖାଦ୍ୟ ଭଳି ଗର୍ଭାବସ୍ଥାରେ ଆଳୁ ଖାଇବାକୁ ନେଇ ରହିଛି ନାନା ପ୍ରକାର ଧାରଣା। କିଏ କହେ ଆଳୁ ଖାଇବା […]

ଅଦ୍ୟତନ ହୋଇଛି
ଗର୍ଭବତୀମାନେ ଆଳୁ ଖାଇବା ଉଚିତ କି ନୁହେଁ?
Advertisment

ଗର୍ଭାବସ୍ଥାରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼େ। ଏହି ସମୟରେ ବେଳେ ବେଳେ ଅନେକ ମହିଳା ଖାଇବାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାଆନ୍ତି। ତା’ର ମୁଖ୍ୟ କାରଣ ହେଉଛି ବିଭିନ୍ନ ଲୋକଙ୍କ ଠାରୁ ସେମାନେ ଏନେଇ ବିଭିନ୍ନ ପ୍ରକାର କଥା ଶୁଣନ୍ତି। କିଏ କହେ ଏଇଟା ଖାଇବ କିଏ କହେ ସେଇଟା ଖାଇବ ନାହିଁ। ଅନ୍ୟାନ୍ୟ କିଛି ଖାଦ୍ୟ ଭଳି ଗର୍ଭାବସ୍ଥାରେ ଆଳୁ ଖାଇବାକୁ ନେଇ ରହିଛି ନାନା ପ୍ରକାର ଧାରଣା। କିଏ କହେ ଆଳୁ ଖାଇବା କଥା ଆଉ କିଏ କହେ ଆଳୁ ଖାଇବା କଥା ନୁହେଁ।  ତା’ହେଲେ ଆସନ୍ତୁ ଜାଣିବା ଗର୍ଭବତୀମାନେ ଆଳୁ ଖାଇପାରିବେ କି ନାହିଁ ?

Advertisment

-  ଗର୍ଭାବସ୍ଥାରେ ପୋଷକ ତତ୍ତ୍ୱରେ ଭର୍ତ୍ତି ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଆଳୁରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏଥିରେ ଭିଟାମିନ ବି ଅଧିକ ମାତ୍ରାରେ ମିଳିଥାଏ।

- ଆଳୁରେ ଷ୍ଟାର୍ଚଯୁକ୍ତ କାର୍ବୋହାଇଡ୍ରେଟ୍‌, ଫାଇବର ଓ ଭିଟାମିନ ସି ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଆଳୁରେ ଫୋଲେଟ୍‌ ନାମକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କର ହେବାକୁ ଥିବା ଶିଶୁର ବିକାଶଶୀଳ ମସ୍ତିଷ୍କ ଲାଗି ଜରୁରୀ ହୋଇଥାଏ। ଏହା ସହିତ ଗର୍ଭାବସ୍ଥାରେ ମେରୁଦଣ୍ତ ଉପରେ ପଡୁଥିବା ପ୍ରଭାବକୁ ଏହା କମ୍‌ କରାଇବାରେ ସାହାଯ୍ୟ କରେ।

Advertisment

- ଆପଣମାନେ ଜାଣିଥିବେ ଗର୍ଭରେ ଥିବା ଶିଶୁର ଉପଯୁକ୍ତ ବିକାଶ ପାଇଁ ଗ୍ଲୁକୋଜର କେତେ ଆବଶ୍ୟକତା ରହିଛି? ଏହି ଗ୍ଲୁକୋଜ ଆଳୁରୁ ମିଳିଥାଏ। ଗର୍ଭବସ୍ଥାରେ ଆଳୁରେ ଥିବା କାର୍ବୋହାଇଡ୍ରେଟ୍‌ ବହୁ ଲାଭଦାୟକ ହୋଇଥାଏ।

potato

ଆଳୁ ଖାଇବା ବେଳେ କେଉଁ ଦିଗ ପ୍ରତି ସତର୍କ ରହିବେ?

  • ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଳୁକୁ ଛାଣି କି ଖାଆନ୍ତୁ ନାହିଁ। ଏହାକୁ ସିଝାଇ ଖାଆନ୍ତୁ।
  • ଖରାପ କିମ୍ୱା ସଢ଼ିଯାଇଥିବା ଆଳୁ ଖାଆନ୍ତୁ ନାହିଁ। କାରଣ ଏହା ଶରୀର ଉପରେ ବିଷ ପରି ପ୍ରଭାବ ପକାଇଥାଏ। ଆଳୁରେ ସୋଲାନୀନ ନାମକ ଏକ ବିଷାକ୍ତ ପଦାର୍ଥ ଥାଏ। ଏକ ଗବେଷଣା ଅନୁଯାୟୀ ପ୍ରତି ଦୁଇ କିଲୋଗ୍ରାମ ଆଳୁରେ ପାଖାପାଖି ୫୨୦୦ମିଲିଗ୍ରାମ ସୋଲାନୀନ ରହିଥାଏ। ଏହା ଆପଣଙ୍କର ଜନ୍ମ ହେବାକୁ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଏହାକୁ ରାନ୍ଧିବା ପରେ ଏଥିରେ ଥିବା ସୋଲାନୀନର ମାତ୍ରା ବହୁମାତ୍ରାରେ କମି ଯାଏ। ତେଣୁ ଆପଣ ଏହାକୁ ଖାଇପାରିବେ। ତେବେ ମନେ ରଖନ୍ତୁ ଯେ ଗର୍ଭାବସ୍ଥା ଏକ ମହତ୍ତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଆନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe