brain
ସାଧାରଣତଃ ଋତୁ ବଦଳିବା ସମୟରେ କିଛି ରୋଗ ହୋଇଥାଏ। ଏବେ ଟିକେ ଟିକେ ଶୀତ ଆରମ୍ଭ ହୋଇଗଲାଣି। ଶୀତ ଦିନ ପ୍ରାରମ୍ଭରେ ସାଧାରଣତଃ ଥଣ୍ଡା ଓ କାଶ ଇତ୍ୟାଦି ହୋଇଥାଏ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ଶିକାର ହୁଅନ୍ତି। ତେବେ ଶୀତ ଦିନେ ଥଣ୍ଡା ଓ କାଶ ଅତି ସାଧାରଣ ରୋଗ ଭାବେ ପରିଗଣିତ ହେଉଥିବା ବେଳେ ଆହୁରି ଅନେକ ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରେ। ଏହି ସମୟରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ।
ଶୀତଦିନେ ରକ୍ତନଳୀ ଶୁଷ୍କ ହୋଇଯାଏ। ଫଳରେ ରକ୍ତପ୍ରବହ ସ୍ୱାଭାବିକ ଭାବେ ହୋଇ ନ ଥାଏ। ଏହି କରାଣରୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ଅଧିକ ଥାଏ। ତେବେ ଶୀତଦିନେ ଉଚ୍ଚ ରକ୍ତଚାପ ରୋଗୀ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ଏଣୁ ସେମାନେ ଏଥିପ୍ରତି ଅଧିକ ଯତ୍ନବାନ୍ ହେବାର ଆବଶ୍ୟକତା ରହିଛି ବୋଲି ଡାକ୍ତରମାନେ କହନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/10/brain.jpg)