ମହୁରେ ରସୁଣ ମିଶାଇ ଖାଆନ୍ତୁ, ଦୂର ହେବ ଏହି ସବୁ ସମସ୍ୟା

ମହୁରେ ଆଣ୍ଟି ବାୟୋଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବା ବେଳେ ରସୁଣରେ ଏଲିସିନ ଓ ଫାଇବର ରହିଛି ଯାହା ଆମକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ମହୁ ସହ ରସୁଣ ଖାଇବା ଦ୍ୱାରା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ଏହା ଏକ ସୁପର ଫୁଡ୍‌ ଯାହା ଆଣ୍ଟି-ବାୟୋଟିକ୍‌ ପରି କାମ କରେ। ଏହା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ସମସ୍ତ ଇନ୍‌ଫେକ୍ସନକୁ ଦୂର କରିବାରେ ସାହାଯ୍ୟ କରେ। ଏହା ସହ ରୋଗ […]

mahu

mahu

Rakesh Mallick
  • Published: Friday, 17 November 2017
  • Updated: 17 November 2017, 10:57 AM IST

Sports

Latest News

ମହୁରେ ଆଣ୍ଟି ବାୟୋଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବା ବେଳେ ରସୁଣରେ ଏଲିସିନ ଓ ଫାଇବର ରହିଛି ଯାହା ଆମକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ମହୁ ସହ ରସୁଣ ଖାଇବା ଦ୍ୱାରା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ଏହା ଏକ ସୁପର ଫୁଡ୍‌ ଯାହା ଆଣ୍ଟି-ବାୟୋଟିକ୍‌ ପରି କାମ କରେ। ଏହା ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ସମସ୍ତ ଇନ୍‌ଫେକ୍ସନକୁ ଦୂର କରିବାରେ ସାହାଯ୍ୟ କରେ। ଏହା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ। ତେବେ ଏହାକୁ ଖାଲି ପେଟରେ ଖାଇଲେ ଭଲ। ଆସନ୍ତୁ ଜାଣିବା ମହୁ ସହ ରସୁଣ ମିଶାଇ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ।

  • ମହୁ ସହ ରସୁଣ ମିଶାଇ ଖାଇବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣରେ ରହେ। ଓଜନ କମ୍‌ କରିବାକୁ ଚାହୁଁଥିଲେ ଏହାକୁ ଖାଆନ୍ତୁ।
  • ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ଫଙ୍ଗଲ ଇନ୍‌ଫେକ୍ସନ ପରି ସମସ୍ୟା ଦୂର କରେ।
  • ଡାଇରିଆ ସମସ୍ୟା ଥିଲେ ଏହାକୁ ପେଷ୍ଟ କରି ଖାଇବା ଅତ୍ୟନ୍ତ ଲାଭଦାୟକ।
  • ଏହାକୁ ଖାଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
  • ଏଥିରେ ଆଣ୍ଟି-ଇମ୍ଫ୍ଲେମେଟରୀ ଗୁଣ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ତଣ୍ଟି ଦରଜରୁ ଆରାମ ମିଳିଥାଏ।

ଆହୁରି ମଧ୍ୟ ପଢନ୍ତୁ: ଶୀତ ଦିନେ ଆଲର୍ଜିରୁ ମୁକ୍ତି ଚାହୁଁଛନ୍ତି କି? ପଢନ୍ତୁ ୫ଟି ଟିପ୍‌ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos