Advertisment

କାହିଁକି ଦରଜ ହୁଏ ମହିଳାଙ୍କ ତଳିପେଟ ?

ନୂଆଦିଲ୍ଲୀ: ଦେଶର ଅଧିକାଂଶ ମହିଳା ତଳପେଟ ଦରଜ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପିରିୟଡ଼ ବା ଋତୁସ୍ରାବ ସମୟରେ ହେଉ, ଅଥବା ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା କାରଣରୁ ହେଉ, ଏହି ସମସ୍ୟା ବଢ଼ି ଯାଇଥାଏ। ଯଦି ପେଟ ଦରଜ ସମସ୍ୟା ୬ ମାସରୁ ଅଧିକ ସମୟ ରହିଥାଏ ତେବେ ଏହା ‘ପବ୍ଲିକ୍‌ କଞ୍ଜସନ୍‌ ସିଷ୍ଟମ୍‌’ (ପିସିଏସ୍‌) କାରଣରୁ ହିଁ ହୋଇଥାଏ। ଦେଶର ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ, କୌଣସି ନା କୌଣସି […]

ଅଦ୍ୟତନ ହୋଇଛି
କାହିଁକି ଦରଜ ହୁଏ ମହିଳାଙ୍କ ତଳିପେଟ ?

health

Advertisment

ନୂଆଦିଲ୍ଲୀ: ଦେଶର ଅଧିକାଂଶ ମହିଳା ତଳପେଟ ଦରଜ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପିରିୟଡ଼ ବା ଋତୁସ୍ରାବ ସମୟରେ ହେଉ, ଅଥବା ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହିବା କାରଣରୁ ହେଉ, ଏହି ସମସ୍ୟା ବଢ଼ି ଯାଇଥାଏ। ଯଦି ପେଟ ଦରଜ ସମସ୍ୟା ୬ ମାସରୁ ଅଧିକ ସମୟ ରହିଥାଏ ତେବେ ଏହା ‘ପବ୍ଲିକ୍‌ କଞ୍ଜସନ୍‌ ସିଷ୍ଟମ୍‌’ (ପିସିଏସ୍‌) କାରଣରୁ ହିଁ ହୋଇଥାଏ। ଦେଶର ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ, କୌଣସି ନା କୌଣସି ସମୟରେ ଏହି ସମସ୍ୟାରେ ପଡ଼ିଥାନ୍ତି।

Advertisment

ଡାକ୍ତର ପ୍ରଦୀପ ମୁଲେଙ୍କ ଅନୁସାରେ “ପେଟର ନିମ୍ନ ଭାଗରେ ଦରଜ ହେବା ପାଇଁ ଏକାଧିକ କାରଣ ଦାୟୀ। ପିସିଏସ୍‌ ହେଉଛି ସବୁଠାରୁ ସାମାନ୍ୟ କାରଣ। ଏହା ମହିଳାମାନଙ୍କ ମଧ୍ୟରେ ଯୁବାବସ୍ଥାରେ ଅଧିକ ଦେଖାଦେଇଥାଏ। ଦରଜ ଏତେ ବେଶୀ ହୁଏ ଯେ, ଏହି ସମୟରେ ମହିଳାମାନେ ଛିଡ଼ା ହେବାକୁ ସକ୍ଷମ ହୋଇ ନଥାନ୍ତି। ତେବେ ଶୋଇ ରହିବା ଦ୍ୱାରା କିଛିଟା ଆଶ୍ୱସ୍ତି ମିଳିଥାଏ। ପିସିଏସ୍‌ ଜଙ୍ଘ, ନିତମ୍ବ ଓ ଗୁପ୍ତାଙ୍ଗର Varicose veins ସହ ସମ୍ବନ୍ଧିତ। ଏଥିରେ ଶିରା ସମାନ୍ୟରୁ ଅଧିକ ଟାଣି ହୋଇଯାଇଥାଏ।”

ସେ ଆହୁରି କହିଛନ୍ତି, “ଯେଉଁ ମହିଳାମାନେ ମାଆ ହୋଇ ସାରିଛନ୍ତି ଓ ଯୁବାବସ୍ଥାରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। କାରଣ ଏହି ବୟସର ମହିଳାମାନେ ସମସ୍ୟାକୁ ଗୁରୁତ୍ଵର ସହ ନେଇ ନଥାନ୍ତି ଓ ଏହା ଅଧିକ ବଢ଼ିଯାଇଥାଏ। ପିସିଏସ୍‌ର କୌଣସି ସ୍ପଷ୍ଟ କାରଣ ନାହିଁ। ହର୍‌ମୋନ୍‌ ଅସନ୍ତୁଳନ ଯୋଗୁ ମଧ୍ୟ ଏହି ସମସ୍ୟାରେ ପଡ଼ି ପାରନ୍ତି। ଏଥିରେ ପ୍ରଭାବିତ ହେଉଥିବା ଅଧିକାଂଶ ମହିଳା ୨୦ରୁ ୪୫ ବର୍ଷର ହୋଇଥାନ୍ତି।”

Advertisment

ଗର୍ଭାବସ୍ଥାରେ ହର୍‌ମୋନ୍‌ ସ୍ତରରେ ପରିବର୍ତ୍ତନ, ଓଜନ କମ୍‌ ଯୋଗୁ ଅଣ୍ଡାଶୟର ଶିରା ଉପରେ ଚାପ ପଡ଼ିଥାଏ। ଫଳରେ ଶିରା ଦୁର୍ବଳ ହୋଇଯାଇଥାଏ ଓ ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ।

ପେଟର ନିମ୍ନ ଭାଗରେ ପବନ ଅଟକିବା, ଗୁପ୍ତାଙ୍ଗରେ ଚାପ, ଶାରୀରିକ ସମ୍ପର୍କ, ପରିସ୍ରା ଅଥବା ମଳତ୍ୟାଗ ସମସ୍ୟ, ଅଧିକ ସମୟ ବସିବା କିମ୍ବା ଛିଡ଼ା ହେବା ଯୋଗୁ ଏହି ସମସ୍ୟା ଦେଖାଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe