ଗର୍ଭାବସ୍ଥାରେ ତୁଳସୀ ପତ୍ର ଖାଇଲେ ମିଳିବ ଏହି ସବୁ ଲାଭ

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳେ। ସାଧାରଣତଃ ଆମେ ଥଣ୍ଡା ଓ କାଶ ହେଲେ ତୁଳସୀ ପତ୍ର ଖାଇଥାଉ। ତେବେ ଗର୍ଭାବସ୍ଥାରେ ତୁଳସୀ ନିହାତି ଖାଇବା କଥା ବୋଲି କୁହାଯାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହେ ଓ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ମିଳେ।  ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତା’ହେଲେ […]

Krishna Tulsi

Rakesh Mallick
  • Published: Thursday, 12 July 2018
  • , Updated: 12 July 2018, 01:03 PM IST

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳେ। ସାଧାରଣତଃ ଆମେ ଥଣ୍ଡା ଓ କାଶ ହେଲେ ତୁଳସୀ ପତ୍ର ଖାଇଥାଉ। ତେବେ ଗର୍ଭାବସ୍ଥାରେ ତୁଳସୀ ନିହାତି ଖାଇବା କଥା ବୋଲି କୁହାଯାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହେ ଓ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ମିଳେ।  ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ତୁଳସୀ ଖାଇଲେ ଆଉ କ’ଣ ସବୁ ଲାଭ ମିଳିଥାଏ।

୧- ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଭାଇରାଲ୍‌ ଓ ଆଣ୍ଟି-ଫଙ୍ଗଲ୍‌ ଗୁଣ ରହିଛି। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ଥିବାରୁ ଉଭୟ ମାଆ ଓ ଗର୍ଭରେ ଥିବା ଶିଶୁକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ମିଳିଥାଏ।

୨- ସେହିପରି ତୁଳସୀ ପତ୍ରରେ ‘ଭିଟାମିନ୍ ଏ’ ରହିଛି, ଯାହା ଗର୍ଭରେ ଥିବା ଶିଶୁର ବିକାଶ ପାଇଁ ଜରୁରୀ।

୩-  ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ହ୍ରାସ ହୋଇ ନ ଥାଏ।

୪- ଗର୍ଭାବସ୍ଥାରେ ଅନେକ ମହିଳା ଏନିମିୟାର ଶିକାର ହୋଇଥାନ୍ତି। ତେଣୁ ଏହି ମହିଳାମାନେ  ପ୍ରତିଦିନ  ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

 ତେବେ ତୁଳସୀ ପତ୍ର ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Related story