ଏହି ୫ଟି ଜିନିଷକୁ ହୁସିଆର୍‌, ହାଡ଼କୁ କରି ଦିଅନ୍ତି ଦୁର୍ବଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାଲ୍‌ସିୟମ୍ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ ଲୋକ ଏହା ଜାଣି ନଥିବେ ଯେ ଏମିତି କିଛି ଖାଦ୍ୟ ଓ ପାନୀୟ ରହିଛି ଯାହାକୁ ଖାଇଲେ ବା ସେବନ କଲେ ହାଡ଼ ଦୁର୍ବଳ ହୋଇଯାଏ। ତା’ହେଲେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଓ ପାନୀୟଗୁଡ଼ିକ ବିଷୟରେ। ଲୁଣ: ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଲୁଣରେ ସୋଡିୟମ୍‌ ଥାଏ। ଏହା ଶରୀରକୁ […]

anatomy

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 12:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାଲ୍‌ସିୟମ୍ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ବହୁତ ଲୋକ ଏହା ଜାଣି ନଥିବେ ଯେ ଏମିତି କିଛି ଖାଦ୍ୟ ଓ ପାନୀୟ ରହିଛି ଯାହାକୁ ଖାଇଲେ ବା ସେବନ କଲେ ହାଡ଼ ଦୁର୍ବଳ ହୋଇଯାଏ। ତା’ହେଲେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଓ ପାନୀୟଗୁଡ଼ିକ ବିଷୟରେ।

ଲୁଣ: ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଲୁଣରେ ସୋଡିୟମ୍‌ ଥାଏ। ଏହା ଶରୀରକୁ ଯିବା ପରେ କ୍ୟାଲ୍‌ସିୟମ୍‌କୁ ପରିସ୍ରା  ମାଧ୍ୟମରେ ଶରୀରରୁ ବାହାର କରିଦିଏ। ଫଳରେ ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା କମିଯାଏ ଓ ହାଡ଼ ଦୁର୍ବଳ ହୋଇଯାଏ।

ଚକୋଲେଟ୍‌: ଅତ୍ୟଧିକ ଚକୋଲେଟ୍‌ ଖାଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ। ଏହାକୁ ଖାଇଲେ ଶରୀରରେ ସୁଗାର୍ ଏବଂ ଓକ୍ସଲେଟ୍‌ର ମାତ୍ରା ବଢ଼ିଥାଏ, ଯାହା ଶରୀରରୁ କ୍ୟାଲ୍‌ସିୟମ୍‌କୁ ଶୋଷଣ କରିଥାଏ।

ମଦ: ମଦ ପିଇବା ଦ୍ୱାରା ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା ହ୍ରାସ ପାଇଥାଏ ଓ ଧୀରେ ଧୀରେ ହାଡ଼ ଦୁର୍ବଳ ହେବାରେ ଲାଗେ।

ଥଣ୍ଡା ପାନୀୟ: ଏଥିରେ କାର୍ବନ୍‌ ଡାଇଅକ୍ସାଇଡ୍‌ ଏବଂ ଫସ୍‌ଫରସ୍‌ ଅଧିକ ମାତ୍ରାରେ ରହିଥାଏ। ଏହାକୁ ପିଇବା ଦ୍ୱାରା ହାଡ଼ରେ ଫାଙ୍କ ସୃଷ୍ଟି ହୋଇଥାଏ।

ଚାହା ଏବଂ କଫି: ଚାହା ଏବଂ କଫି ଅଧିକ ମାତ୍ରାରେ ପିଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ। ଏଥିରେ କଫିନ୍‌ ରହିଛି, ଯାହା ଶରୀର ପାଇଁ କ୍ଷତିକାରକ।

Related story