ଖାଲି ପେଟରେ ମହୁ ସହ ଡାଲଚିନି ପାଉଡ଼ର ମିଶାଇ ଖଆନ୍ତୁ, ଶରୀରକୁ ମିଳିବ ଏସବୁ ଫାଇଦା

ଆଖିକୁ ଛୋଟ ଦେଖାଯାଉଥିବା ଡାଲଚିନିରେ ଅନେକ ଔଷଧୀୟ ଗୁଣ ରହିଛି। ଡାଲଚିନିକୁ ମହୁ ସହ ମିଶାଇ ଖାଇଲେ ଏହାର ଔଷଧୀୟ ଗୁଣ ଆହୁରି ଭଲ କାମ କରେ। ଗବେଷକଙ୍କ ମତରେ ପାକସ୍ଥଳୀରେ ହେଉଥିବା କ୍ୟାନସର ଏବଂ ଶରୀରରେ ହାଡ଼ ବଢ଼ିଗଲେ ଡାଲଚିନି ସହ ମହୁ ମିଶାଇ ଖାଇବା ଲାଭଦାୟକ ହୋଇଥାଏ। ଏକ ମାସ ପର୍ଯ୍ୟନ୍ତ ଉଷୁମ ପାଣିରେ  ଡାଲଚିନି ପାଉଡର ଓ ମହୁକୁ ମିଶାଇ  ଖାଇବା ଶରୀର ଲାଗି ଖୁବ୍‌ ଉପକାରୀ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ […]

cinamon

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 01:07 PM IST

ଆଖିକୁ ଛୋଟ ଦେଖାଯାଉଥିବା ଡାଲଚିନିରେ ଅନେକ ଔଷଧୀୟ ଗୁଣ ରହିଛି। ଡାଲଚିନିକୁ ମହୁ ସହ ମିଶାଇ ଖାଇଲେ ଏହାର ଔଷଧୀୟ ଗୁଣ ଆହୁରି ଭଲ କାମ କରେ। ଗବେଷକଙ୍କ ମତରେ ପାକସ୍ଥଳୀରେ ହେଉଥିବା କ୍ୟାନସର ଏବଂ ଶରୀରରେ ହାଡ଼ ବଢ଼ିଗଲେ ଡାଲଚିନି ସହ ମହୁ ମିଶାଇ ଖାଇବା ଲାଭଦାୟକ ହୋଇଥାଏ।

ଏକ ମାସ ପର୍ଯ୍ୟନ୍ତ ଉଷୁମ ପାଣିରେ  ଡାଲଚିନି ପାଉଡର ଓ ମହୁକୁ ମିଶାଇ  ଖାଇବା ଶରୀର ଲାଗି ଖୁବ୍‌ ଉପକାରୀ। ଏହାକୁ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଆସନ୍ତୁ ଜାଣିବା ମହୁ ସହ ଡାଲଚିନି ମିଶାଇ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ।

-  ନିୟମିତ ମହୁ ସହ ଡାଲଚିନ ମିଶାଇ ଖାଇବା ଦ୍ୱାରା  ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତରୁ ରକ୍ଷା ମିଳିଥାଏ।

-  ବ୍ରେକ୍‌ଫାଷ୍ଟରେ ଏହାକୁ ଖାଇଲେ ଓଜନ ନିୟନ୍ତ୍ରଣରେ ରହେ। କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବାରେ  ଏହା ସାହାଯ୍ୟ କରେ।

-  ଲଞ୍ଚ କିମ୍ୱା ଡିନର କରିବାର ୨୦ ମିନିଟ୍‌ ପରେ ଡାଲଚିନିକୁ ପାଣିରେ ମିଶାଇ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୁଏ।

-  ସକାଳେ ଏକ କପ୍‌ ପାଣିରେ ଡାଲଚିନି ଓ ମହୁ ମିଶାଇ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳେ।

-  ଏହାକୁ ସଠିକ ମାତ୍ରାରେ ଖାଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କମିଯାଇଥାଏ।

Related story