ଭୁଲରେ ବି ଏହି ୭ଟି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରନ୍ତି କ୍ୟାନ୍‌ସର ଶିକାର

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ହାଇଗ୍ରେଡ୍‌ କ୍ୟାନ୍ସରରେ ପୀଡ଼ିତ। ସେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି। ସେ ନିଜେ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ। ଏମିତିକି କ୍ୟାନସର୍‌ର ଚତୁର୍ଥ ଷ୍ଟେଜ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ବି ତାଙ୍କୁ ଏହା ବିଷୟରେ ଜଣାପଡ଼ି ନ ଥିଲା। ଶରୀରରେ ଖୁବ୍ ଯନ୍ତ୍ରଣା ହେବାରୁ ଟେଷ୍ଟ୍ କଲା ପରେ ଯାଇ ଜଣାପଡ଼ିଥିଲା ଯେ ସେ କ୍ୟାନ୍‌ସରରେ ପୀଡ଼ିତ ହୋଇଛନ୍ତି। ତେବେ କ୍ୟାନ୍‌ସର ହେଲେ ଶରୀରରେ କିଛି […]

sonali

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 12:32 PM IST

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ହାଇଗ୍ରେଡ୍‌ କ୍ୟାନ୍ସରରେ ପୀଡ଼ିତ। ସେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧୀନ ଅଛନ୍ତି। ସେ ନିଜେ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ। ଏମିତିକି କ୍ୟାନସର୍‌ର ଚତୁର୍ଥ ଷ୍ଟେଜ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ବି ତାଙ୍କୁ ଏହା ବିଷୟରେ ଜଣାପଡ଼ି ନ ଥିଲା। ଶରୀରରେ ଖୁବ୍ ଯନ୍ତ୍ରଣା ହେବାରୁ ଟେଷ୍ଟ୍ କଲା ପରେ ଯାଇ ଜଣାପଡ଼ିଥିଲା ଯେ ସେ କ୍ୟାନ୍‌ସରରେ ପୀଡ଼ିତ ହୋଇଛନ୍ତି। ତେବେ କ୍ୟାନ୍‌ସର ହେଲେ ଶରୀରରେ କିଛି ଲକ୍ଷଣ ଦେଖାଯାଏ। ଏ ବିଷୟରେ ସମସ୍ତେ ସଚେତନ ରହିବା ଜରୁରୀ।  ଆଜି ଆମେ ଆପଣଙ୍କୁ ଏମିତି ୭ ଟି ଲକ୍ଷଣ ବିଷୟରେ କହିବୁ ଯାହା ଦେଖାଗଲେ ସତର୍କ ହୋଇଯିବା ଉଚିତ। କାରଣ ଏଗୁଡ଼ିକ କ୍ୟାନ୍‌ସରର ସଂକେତ ବି ଦେଇଥାଆନ୍ତି।

୧) ଥକା ଲାଗିବା- ଥକା ଲାଗିବାର ଅନେକ କାରଣ ରହିଛି। ଲ୍ୟୁକୋମିଆ, କୋଲୋନ ଓ ପେଟ କ୍ୟାନସର୍ ହେବାର ଏହା ହେଉଛି ପ୍ରଥମ ସଂକେତ। ଯଦି ଆପଣଙ୍କୁ ବାରମ୍ବାର ଥକା ଲାଗୁଛି ଓ ବିଶ୍ରାମ କରିବା ପରେ ମଧ୍ୟ କ୍ଳାନ୍ତ ଦୂର ହେଉ ନାହିଁ, ତା’ହେଲେ ତୁରନ୍ତ ଡାକ୍ତରଙ୍କ  ପରାମର୍ଶ ନିଅନ୍ତୁ।

୨) କଫ- ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କର ଯଦି କଫ ସହ ରକ୍ତ ବାହାରୁଛି, ତା’ହେଲେ ଏହା କ୍ୟାନ୍‌ସରର ଲକ୍ଷଣ। ଏଭଳି ହେବା ମାତ୍ରେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୩) ପେଟ ଫୁଲିବା- ଖାଦ୍ୟ କିମ୍ବା ଷ୍ଟ୍ରେସ୍‌ ପାଇଁ ପେଟ ଫୁଲିବା ହେଉଛି ସାଧାରଣ କଥା। କିନ୍ତୁ ଓଜନ କମିବା ଓ ବ୍ୟାକ୍‌ ପେନ୍‌ ହେବା କାରଣରୁ ପେଟ ଫୁଲିଥାଏ। ଏମିତି କିଛି ସମସ୍ୟା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ମହିଳାଙ୍କ କ୍ଷେତ୍ରରେ ଏହା ଗର୍ଭଜନିତ କ୍ୟାନ୍‌ସର ହୋଇପାରେ।

୪) ମଳରେ ରକ୍ତ ପଡ଼ିବା- ଯଦି ଆପଣଙ୍କ ମଳରେ ରକ୍ତ ପଡ଼ୁଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାର ଅନେକ କାରଣ ଥାଇପାରେ। ଏହାର ଗୋଟିଏ କାରଣ କୋଲୋନ୍ କ୍ୟାନସର୍ ବି ହୋଇପାରେ।

୫) ପରିସ୍ରାରେ ସମସ୍ୟା- ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। କେହି କେହି କେତେବେଳେ ସେମାନଙ୍କର ପରିସ୍ରା ହୋଇଯାଏ, ତାହା ଜାଣି ପାରନ୍ତି ନାହିଁ। ଏହା ପ୍ରୋଷ୍ଟ୍ରେଟ୍ କ୍ୟାନସର୍‌ର ବି କାରଣ ହୋଇପାରେ। ଏଭଳି ସମସ୍ୟା ଦେଖା ଦେଲେ ଡାକ୍ତରମାନେ ରକ୍ତର ଏକ ସ୍ୱତନ୍ତ୍ର ଟେଷ୍ଟ୍ କରାଇ ଥାଆନ୍ତି। ଏହାକୁ PSA କୁହାଯାଏ।

୬) ଖାଦ୍ୟ ଗିଳିବାରେ କଷ୍ଟ- ଥଣ୍ଡା ହେଲେ ଗଳା ବଥା ହୋଇଥାଏ। ତେଣୁ ଖାଦ୍ୟ ଗିଳିବାରେ କଷ୍ଟ ହୋଇଥାଏ।  ଏହି ସମସ୍ୟା ଅନେକ ଦିନ ଯାଏ ଲାଗି ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଗଳା କ୍ୟାନ୍‌ସରର ବି କାରଣ ହୋଇପାରେ।

୭) ଚର୍ମରେ ଦାଗ- ଶରୀରେ ବିଭିନ୍ନ ସ୍ଥାନରେ ଦାଗ ଦେଖାଯିବା ଓ ପରେ ତା’ର ଆକାର ଏବଂ ରଙ୍ଗରେ ପରିବର୍ତ୍ତନ ଦେଖାଦେବା ଚର୍ମ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ଶରୀରର କୌଣସି ଜାଗାରେ ଦାଗ ହେଉଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

 

Related story