Advertisment

ପିଲାଙ୍କ ମଧ୍ୟରେ ମେଦବହୁଳତା ହୋଇପାରେ ବିଭିନ୍ନ ରୋଗର କାରଣ

ସାରା ବିଶ୍ୱ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ଉଗ୍ର ହେବାରେ ଲାଗିଛି। କ୍ୟାନସର ଓ ଏଡ୍‌ସ ସବୁ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାସହ ଆଉ ଏକ ସମସ୍ୟା ମଧ୍ୟ ଅଧିକ ଚିନ୍ତାଜନକ ସ୍ଥିତିରେ ରହିଛି। ଏହା ହେଲା ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା। ପିଲାମାନଙ୍କ କ୍ଷେତ୍ରରେ ମେଦ ବହୁଳତା ବିଭିନ୍ନ ରୋଗର କାରଣ। ଏହାଦ୍ୱାରା ପିଲାର ଭବିଷ୍ୟତ ସାଧାରଣ ପିଲାଙ୍କଠାରୁ ମନ୍ଥର ହୋଇଯାଇଥାଏ। ପିଲାମାନଙ୍କ କ୍ଷେତ୍ରରେ ମେଦ ବହୁଳତାର କାରଣ […]

ପିଲାଙ୍କ ମଧ୍ୟରେ ମେଦବହୁଳତା ହୋଇପାରେ ବିଭିନ୍ନ ରୋଗର କାରଣ
Advertisment

ସାରା ବିଶ୍ୱ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ଉଗ୍ର ହେବାରେ ଲାଗିଛି। କ୍ୟାନସର ଓ ଏଡ୍‌ସ ସବୁ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାସହ ଆଉ ଏକ ସମସ୍ୟା ମଧ୍ୟ ଅଧିକ ଚିନ୍ତାଜନକ ସ୍ଥିତିରେ ରହିଛି। ଏହା ହେଲା ପିଲାମାନଙ୍କ ମଧ୍ୟରେ ମେଦ ବହୁଳତା। ପିଲାମାନଙ୍କ କ୍ଷେତ୍ରରେ ମେଦ ବହୁଳତା ବିଭିନ୍ନ ରୋଗର କାରଣ। ଏହାଦ୍ୱାରା ପିଲାର ଭବିଷ୍ୟତ ସାଧାରଣ ପିଲାଙ୍କଠାରୁ ମନ୍ଥର ହୋଇଯାଇଥାଏ। ପିଲାମାନଙ୍କ କ୍ଷେତ୍ରରେ ମେଦ ବହୁଳତାର କାରଣ ଓ ଏହାର ପ୍ରଭାବକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା।

Advertisment

ଏପରି ମେଦ ବହୁଳତାରେ ଚୀନ ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଛି। ଏହା ପଛକୁ ରହିଛି ଭାରତ। ଆମେ ଦେଶରେ ୧.୪୪ କୋଟି ପିଲା ମେଦ ବହୁଳତା ଶିକାର। ବଡି, ମାଂସ, ଇଣ୍ଡେକ୍ସ ଓ ବିଏମ୍‌ଆଇ ମାପ କରି ପିଲାମାନଙ୍କ କ୍ଷେତ୍ରରେ ମୋଟାପଣ ଚିହ୍ନଟ କରାଯାଇଥାଏ। ଏକ ରିପୋର୍ଟ ମୁତାବିକ ୮୫ରୁ ୯୫ ପ୍ରତିଶତ ପିଲା ବିଏମ୍‌ଆଇ ବାଲା ମୋଟାପଣର ଶିକାର ହୋଇଥାନ୍ତି। ଏପରି ପିଲାମାନେ କମ ବୟସରୁ ଡାଇବେଟିସ ଓ ହୃଦୟ ସମ୍ବନ୍ଧୀୟ ରୋଗରେ ବେଶି ଆକ୍ରାନ୍ତ ହୋଇଥାନ୍ତି।

କାରଣ: ଅସ୍ୱାସ୍ଥ୍ୟକର ଭୋଜନ, ଚିନି ଓ ଲୁଣ ଅଧିକ ଖାଇବା ମେଦବହୁଳତାର କାରଣ। ଏହାସହ ଟିଭି, ଇଣ୍ଟରନେଟ୍‌, କମ୍ପ୍ୟୁଟର ଓ ମୋବାଇଲର ବ୍ୟବହାର ମଧ୍ୟ ଆଉ ଏକ କାରଣ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଏସବୁ ଇଲଟ୍ରୋନିକ୍ସ ଜିନିଷର ବ୍ୟବହାର ଯୋଗୁଁ ପିଲାମାନେ ଆଉ ଆଗ ପରି ବାହାରକୁ ଖେଳିବାକୁ ଯାଉନାହାଁନ୍ତି। ଫଳରେ ଘରେ ବସି ବସି ଏହାର ବ୍ୟବହାର ସହ ଆବଶ୍ୟକ ଠାରୁ ଅଧିକ ଖାଇ ମୋଟା ହୋଇଯାଉଛନ୍ତି।

Advertisment

ପ୍ରଭାବ: ପିଲାଦିନର ମୋଟାପଣ ଯୋଗୁଁ ଜଣେ ଟାଇପ୍‌ ୨ ମଧୁମେହ, ଉଚ୍ଚ ରକ୍ତଚାପ, ଡିସ୍‌ଲେପିଡାଇମିୟା, ମେଟାବୋଲିକ୍‌ସିଣ୍ଡ୍ରୋମ ପରି ବେମାରିରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। ଏଥିପାଇଁ ପିଲାମାନଙ୍କ କ୍ଷେତ୍ରରେ ମୋଟାପଣ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି। ମୋଟାପଣରେ ଗ୍ରସ୍ତ ପିଲାମାନଙ୍କୁ ଏପନିୟା ପରି ରୋଗ ହେବାର ଆଶଙ୍କା ରହିଥାଏ। ଏହାସହ ମନୋବୈଜ୍ଞାନିକ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମସମ୍ମାନ କମ ଦେଖିବାକୁ ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe