ରାଗରେ ଗାଳି କରିବା ବି ଶରୀର ପାଇଁ ଭଲ: ଜାଣନ୍ତୁ କେମିତି

ସାଧାରଣତଃ କ୍ରୋଧ ନ କରିବାକୁ ଅବା ନ ରାଗିବାକୁ ପରାମର୍ଶ ଦିଆଯାଏ। ରାଗ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଏ। ସେହିଭଳି ରାଗି ଯାଇ ଗାଳି କରୁଥିବା ବ୍ୟକ୍ତିଙ୍କୁ ଆମେ ଅସଭ୍ୟ ଓ ଖରାପ ଲୋକ ବୋଲି କହିଥାଉ। କିନ୍ତୁ ଜାଣିଛନ୍ତି ରାଗିକରି ଗାଳି କରୁଥିବା ଲୋକେ ଅଜାଣତରେ ନିଜ ଶରୀର ପାଇଁ ଅନେକ ଉପକାର ମଧ୍ୟ କରିପକାନ୍ତି। ଜାଣନ୍ତୁ ଗାଳି କଲେ ଶରୀରକୁ କ’ଣ ସବୁ ଫାଇଦା ମିଳେ। – ଗାଳି ଦେବା ସମୟରେ ରାଗର […]

scolding

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 12:22 PM IST

ସାଧାରଣତଃ କ୍ରୋଧ ନ କରିବାକୁ ଅବା ନ ରାଗିବାକୁ ପରାମର୍ଶ ଦିଆଯାଏ। ରାଗ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଏ। ସେହିଭଳି ରାଗି ଯାଇ ଗାଳି କରୁଥିବା ବ୍ୟକ୍ତିଙ୍କୁ ଆମେ ଅସଭ୍ୟ ଓ ଖରାପ ଲୋକ ବୋଲି କହିଥାଉ। କିନ୍ତୁ ଜାଣିଛନ୍ତି ରାଗିକରି ଗାଳି କରୁଥିବା ଲୋକେ ଅଜାଣତରେ ନିଜ ଶରୀର ପାଇଁ ଅନେକ ଉପକାର ମଧ୍ୟ କରିପକାନ୍ତି। ଜାଣନ୍ତୁ ଗାଳି କଲେ ଶରୀରକୁ କ’ଣ ସବୁ ଫାଇଦା ମିଳେ।

- ଗାଳି ଦେବା ସମୟରେ ରାଗର ନକାରାତ୍ମକ ଶକ୍ତି ଶେଷ ହୋଇଯାଏ ଏବଂ ମାନସିକ ଚାପ ମଧ୍ୟ କମ୍‌ ହୋଇଯାଏ।

-  ରାଗ ସମୟରେ ରକ୍ତ ଉପରେ ଅଧିକ ଚାପ ପଡ଼ିଥାଏ। ସେଥିପାଇଁ ନିଶ୍ୱାସ-ପ୍ରଶ୍ୱାସ ଜୋରରେ ଚାଲେ। ରାଗ ସମୟରେ ଗାଳି ଦେଲେ ଶରୀରରେ ରକ୍ତ ସଞ୍ଚାଳନ ସନ୍ତୁଳିତ ରହେ।

- ଗାଳି କରୁନଥିବା ବ୍ୟକ୍ତି ଠାରୁ ଗାଳି କରୁଥିବା ବ୍ୟକ୍ତି ଅଧିକ ଫୂର୍ତ୍ତି ଅନୁଭବ କରନ୍ତି। କାରଣ ଗାଳିଦେବା ଦ୍ୱାରା ଶରୀର ଭିତରେ ଥିବା  ରାଗର ଚାପ ବାହାରି ଯାଏ ଓ ମୁଣ୍ଡ ଥଣ୍ଡା ରହେ।

- ରାଗ ସତ୍ତ୍ୱେ ଗାଳି ନକରି ଶାନ୍ତ ରହୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ଘାତର ସମ୍ଭାବନା ବଢିଯାଏ। କାରଣ ସେମାନଙ୍କ ରାଗର ନକାରାତ୍ମକ ଶକ୍ତି ଶରୀର ଭିତରେ ରହିଯାଏ।

- ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ରାଗ ଓ ମାନସିକ ଅଶାନ୍ତି ସମୟରେ ମନ ଖୋଲା କରି ଚିଲ୍ଲାଇ ଗାଳି ଦିଅନ୍ତୁ। ମନକୁ ସନ୍ତୋଷ ମିଳିବା ପର୍ଯ୍ୟନ୍ତ ଗାଳି କରନ୍ତୁ।

 

 

Related story