Advertisment

ମୁହଁରେ ଏଭଳି ରୋଗ ଦେଖାଦେଲେ କ'ଣ କରିବେ?

ମୁହଁରେ ବ୍ରଣ ଓ କଳା ଦାଗ ଭଳି ମିଲିଆ ମଧ୍ୟ ଏକ ସମସ୍ୟା। ଏହା ସାଧାରଣତଃ ଆଖିର ତଳ ଅଂଶ, ଗାଲ ଓ ନାକର ଉପରି ଭାଗରେ ଦେଖାଯାଇଥାଏ। ଦେଖିବାକୁ ଏହା ଠିକ୍‌ ଛୋଟ ଛୋଟ ଧଳା ସୋରିଷ ଦାନା ଭଳି। ଯଦିଓ ବ୍ରଣ ପରି ଏହା ଯନ୍ତ୍ରଣାଦାୟକ ନୁହେଁ, କିନ୍ତୁ ଏହା ମୁହଁକୁ ଅସୁନ୍ଦର କରିଦିଏ। ଶିଶୁମାନଙ୍କଠାରେ ଏହା ଅଧିକମାତ୍ରାରେ ଦେଖା ଯାଇଥାଏ। ମିଲିଆର କାରଣ: ଶରୀରର ପ୍ରଟୋଟିନ୍‌ ଚର୍ମ ତଳେ ଫସିଯିବାରୁ ଏହା ଜମାଟ୍‌ […]

ମୁହଁରେ ଏଭଳି ରୋଗ ଦେଖାଦେଲେ କ'ଣ କରିବେ?

maxresdefault-4-960x540-960x540

Advertisment

ମୁହଁରେ ବ୍ରଣ ଓ କଳା ଦାଗ ଭଳି ମିଲିଆ ମଧ୍ୟ ଏକ ସମସ୍ୟା। ଏହା ସାଧାରଣତଃ ଆଖିର ତଳ ଅଂଶ, ଗାଲ ଓ ନାକର ଉପରି ଭାଗରେ ଦେଖାଯାଇଥାଏ। ଦେଖିବାକୁ ଏହା ଠିକ୍‌ ଛୋଟ ଛୋଟ ଧଳା ସୋରିଷ ଦାନା ଭଳି। ଯଦିଓ ବ୍ରଣ ପରି ଏହା ଯନ୍ତ୍ରଣାଦାୟକ ନୁହେଁ, କିନ୍ତୁ ଏହା ମୁହଁକୁ ଅସୁନ୍ଦର କରିଦିଏ। ଶିଶୁମାନଙ୍କଠାରେ ଏହା ଅଧିକମାତ୍ରାରେ ଦେଖା ଯାଇଥାଏ।

Advertisment

ମିଲିଆର କାରଣ: ଶରୀରର ପ୍ରଟୋଟିନ୍‌ ଚର୍ମ ତଳେ ଫସିଯିବାରୁ ଏହା ଜମାଟ୍‌ ବାନ୍ଧି ମିଲିଆର ରୂପ ନିଏ। ମୃତ ଚର୍ମରୁ ମଧ୍ୟ ମୁହଁରେ ମିଲିଆ ହୋଇଥାଏ।

publive-imageସାବଧାନତା:

୧. ଟାଣ ଖରାରୁ ଦୂରେଇ ରୁହନ୍ତୁ।

୨. ମୁହଁରେ ବହଳିଆ କ୍ରିମ୍‌ କିମ୍ବା ତୈଳ ଜାତୀୟ ସାମଗ୍ରୀର ବ୍ୟବହାର କରନ୍ତୁ ନାହିଁ।

Advertisment

୩. ୪. ମିଲିଆକୁ ହାତରେ କିମ୍ବା ନଖରେ ଛିଡ଼ାନ୍ତୁ ନାହିଁ। କାରଣ ଏଥିରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

publive-image

ଉପଚାର: ମିଲିଆ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନାହିଁ। ଅଧିକାଂଶ ସମୟରେ ଏହା ବିନା ଚିକିତ୍ସାରେ ଭଲ ହୋଇଯାଇଥାଏ। ଆପଣ କେବଳ ଟିକେ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ପାଇପାରିବେ।

୧. ପ୍ରଭାବିତ ସ୍ଥାନକୁ ସବୁଦିନ ସଫା କରନ୍ତୁ। ଏଥିପାଇଁ ଏଣୁତେଣୁ ସାବୁନ୍‌ ବ୍ୟବହାର ନ କରି ଉନ୍ନତମାନର ବା ମୁହଁରେ ବ୍ୟବହାର ଉପଯୋଗୀ ସାବୁନ୍‌ ବ୍ୟବହାର କରନ୍ତୁ।

୨. ସମୟ ସମୟରେ ଉଷୁମ ପାଣିରେ ଉକ୍ତ ସ୍ଥାନକୁ ଧୋଇ ଦିଅନ୍ତୁ।

୩. ଉଚ୍ଚମାନର ସନ୍‌ସ୍କ୍ରିନ୍‌ ପ୍ରୟୋଗ କରନ୍ତୁ। ଏହାଛଡ଼ା ମିଲିଆର କିଛି ଡାକ୍ତରୀ ଚିକିତ୍ସା ମଧ୍ୟ ରହିଛି। ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe