ଆବଶ୍ୟକ ସାମଗ୍ରୀ: ପଣସ କଠା, ଆଳୁ, ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା କଟା, କଟା ଧନିଆ ପତ୍ର, ବେସନ, ଗରମ ମସଲା ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସ କଠାକୁ ଅଳ୍ପ ପାଣି ଓ ଲୁଣ ଦେଇ ପ୍ରେସର୍ କୁକର୍ରେ ସିଝାଇ ରଖନ୍ତୁ। ଆଳୁକୁ ମଧ୍ୟ ସିଝାଇ ଦିଅନ୍ତୁ। ସିଝିଗଲା ପରେ ଆଳୁ ଓ ପଣସ କଠାକୁ ଏକାଠି ଚକଟି ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ଅଳ୍ପ ତେଲ ଗରମ କରି ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ଚକଟି ରଖିଥିବା ପଣସ କଠାକୁ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ। ଏବେ ଏଥିରେ କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ବେସନ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକାରରେ ଗଢ଼ି ରଖନ୍ତୁ। ବର୍ତ୍ତମାନ ତାୱା ଗରମ କରି ସେଥିରେ କଟଲେଟ୍ସବୁକୁ ଅଳ୍ପ ତେଲ ଦେଇ ଦୁଇ କଡ଼ ଲାଲ ହେବା ଯାଏ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ ପଣସ କଠା କଟଲେଟ୍। ଏହାକୁ ଚଟଣୀ କିମ୍ବା ସସ୍ ସହିତ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।