କିଶୋରାବସ୍ଥା ବା ଟିନ୍ଏଜ୍ରେ ଝିଅମାନେ ନିଜ ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କାରଣ ଏହି ବୟସରେ ଶରୀରର ଅଭିବୃଦ୍ଧି ହୁଏ ଓ ଶରୀରରେ ହରମୋନ୍ ଜନିତ ଅନେକ ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବ ତ୍ୱଚା ବା ସ୍କିନ୍ ଉପରେ ମଧ୍ୟ ପଡ଼ିଥାଏ। ଏହି ସମୟରେ ତ୍ୱଚାର ଚମକ ଓ ନମନୀୟତାକୁ କିପରି ପ୍ରାକୃତିକ ଉପାୟରେ ସୁରକ୍ଷିତ ରଖିପାରିବେ ସେ ନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ୍ ଦେବୁ।
୧) ଅଲିଭ ଅଏଲ୍- ଗାଧୋଇବା ପୂର୍ବରୁ ଅଲିଭ ଅଏଲ୍କୁ ଟିକେ ଉଷୁମ କରି ମାଲିସ୍ କଲେ ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରହେ।
୨) କ୍ଷୀର ଓ ଲେମ୍ବୁ- ତ୍ୱଚା ସଫା ରହିବା ସହ ନମନୀୟ ରହିବା ମଧ୍ୟ ଜରୁରୀ। ତେଣୁ ଗାଧୋଇବା ପାଣିରେ ଏକ କପ୍ କଞ୍ଚା କ୍ଷୀର ଓ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ।
୩) ଥଣ୍ଡା ପାଣି- ବର୍ଷା ଦିନ ହେଉ କି ଶୀତ ଦିନ, ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୋଇବା ଉଚିତ୍। ଏହାଦ୍ୱାରା ଆପଣଙ୍କ ଶୁଷ୍କ ଚେହାରାକୁ ନୂଆ ଜୀବନ ମିଳିବ।
୪) ମଶ୍ଚରାଇଜର୍- ଗାଧୋଇବା ପରେ ମଶ୍ଚରାଇଜର୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହିବ। ଗାଧୋଇବା ପରେ ମଶ୍ଚରାଇଜର୍ ବ୍ୟବହାର କଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ।
୫) ତେଲ- ମୁହଁ, ବେକ ଓ ଆଖି ଉପରେ ବାଦାମ୍ କିମ୍ବା ସୂର୍ଯ୍ୟମୁଖୀ ତେଲ ଲଗାଇ ହାଲକା ଭାବେ ମାଲିସ୍ କରନ୍ତୁ। ଏକ ମିନିଟ୍ ପରେ ଓଦା ତୁଳାରେ ଏହାକୁ ପୋଛି ଦିଅନ୍ତୁ। ଫଳରେ ମୁହଁରୁ ଅତିରିକ୍ତ ତେଲ ହଟିଯିବ ଓ ଏହା ସଫା ଦେଖାଯିବ।
୬) ସନ୍ ସ୍କ୍ରିନ୍- ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ବେଳେ କୌଣସି ଭଲ କମ୍ପାନୀର ସନ୍ସ୍କ୍ରିନ୍ ଲଗାନ୍ତୁ।
୭) ଫେସ୍ୱାସ୍- ଚେହେରାକୁ ସବୁବେଳେ ଫେସ୍ୱାସ୍ରେ ସଫା କରନ୍ତୁ। ଆପଣ ଚାହିଁଲେ କ୍ଷୀରକୁ ମଧ୍ୟ ଫେସ୍ୱାସ୍ ଭାବେ ବ୍ୟବହାର କରିପାରିବେ।
୮) ମହୁ- ତ୍ୱଚାର ମୃତ କୋଷିକାଗୁଡ଼ିକୁ ହଟାଇବା ପାଇଁ ଏକ ଚାମଚ୍ ମହୁରେ ଅଧା ଚାମଚ୍ ଚନ୍ଦନ ଓ ଅଧା ଚାମଚ୍ ପୋସ୍ତ ମିଶାଇ ଲଗାନ୍ତୁ। ଏହା ମୃତ କୋଷିକାଗୁଡ଼ିକୁ ବାହାର କରି ଦେବ। ଏହାସହ ତ୍ୱଚାକୁ ପୋଷଣ ମଧ୍ୟ ଦେବ।
୯) ବିଟ୍ ଜୁସ୍- ଓଠର ଗୋଲାପି ରଙ୍ଗକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଟ୍ ଜୁସ୍ ଲଗାନ୍ତୁ। ୫ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ।
୧୦) ଖାଦ୍ୟ- ସନ୍ତୁଳିତ ଆହାର ଖାଆନ୍ତୁ। ତେଲଭାଜି ବା ଜଙ୍କଫୁଡ୍ ଖାଇବା ବଦଳରେ ଫଳମୂଳ ଓ ସବୁଜ ପନିପରିବା ଖାଆନ୍ତୁ। ଅଧିକ ମାତ୍ରାରେ ପାଣି ପିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।