ଶନିବାର ଦିନ ଶନିଦେବଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦେବ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ। ଶନିଦେବଙ୍କ କୋପ ଦୃଷ୍ଟି ପଡିଲେ ଜୀବନର ସମସ୍ତ ସୁଖ ଦୂର ହୋଇଥାଏ । କିନ୍ତୁ ଯାହା ଉପରେ ଶନି ଦେବତା ପ୍ରସନ୍ନ ରହିଥାନ୍ତି ତା ଜୀବନରେ କୌଣସି ସମସ୍ୟା ରହିନଥାଏ । ଶନି ଦେବତାଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ପୂଜା ସମୟରେ କେତୋଟି କଥା ଉପରେ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଶନିବାର ଦିନ ଶନି କେମିତି କରିବେ ପୂଜା । ତା ସହ ଜାଣନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବା ଉପାୟ ।
- ଶନି ଦେବତାଙ୍କ ମୂର୍ତ୍ତି ଆଗରେ ସୋରିଷ ତେଲର ଦୀପ ଲଗାନ୍ତୁ ।
- ଶନିବାର ବ୍ରତ କରୁଥିଲେ କଳା କପଡା ପିନ୍ଧନ୍ତୁ । ଏହା ଦ୍ୱାରା ଶନି ଦେବତା ପ୍ରସନ୍ନ ହୋଇଥାନ୍ତି ।
- ପୂଜା କରିବା ସମୟରେ ଶନିଙ୍କ ଆରତି ବୋଲନ୍ତୁ । ଶନିଙ୍କ ପୂଜା ପରେ ରାହୁ ଓ କେତୁଙ୍କ ପୂଜା କରନ୍ତୁ ।
- ଶନିବାର ଦିନ କଳା କୁକୁର ଏବଂ କାଉକୁ ରୁଟି ଖାଇବାକୁ ଦିଅନ୍ତୁ ।
- ସୋରିଷ ତେଲ,ଗୁଡ,ଅଟା, ଏବଂ ବସ୍ତ୍ର ଗରିବଙ୍କୁ ଦାନ କରନ୍ତୁ ।
- ଶନିବାର ଦିନ ଓସ୍ତ ଗଛ ଚାରିପାଖେ ପରିକ୍ରମା କରି ଜଳ ଅର୍ପଣ କରନ୍ତୁ ।
.
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।